ଦଶହରା ପାଇଁ ଜାରି ହେଲା Traffic Advisory: ପଢି ନିଅନ୍ତୁ ନିୟମାବଳୀ ନତୁବା ଗଣିବେ ତଣ୍ଡ
Advertisement
Article Detail0/zeeodisha/odisha1373342

ଦଶହରା ପାଇଁ ଜାରି ହେଲା Traffic Advisory: ପଢି ନିଅନ୍ତୁ ନିୟମାବଳୀ ନତୁବା ଗଣିବେ ତଣ୍ଡ

ଖୋର୍ଦ୍ଧାରୁ କଟକ ଯାଉଥିବା ଭାରୀଯାନ ପିତାପଲି ଠାରୁ ବାମ ପାଶ୍ୱର୍ ରାସ୍ତାରେ ଡାଇଭର୍ସନ ହେବ। ଚନ୍ଦକା ବାରଙ୍ଗ ରାସ୍ତା ଦେଇ ବାଲିକୁଦ ଠାରେ ଜାତୀୟ ରାଜପଥ ୧୬କୁ ସଂଯୋଗ କରିବ। 

ଦଶହରା ପାଇଁ ଜାରି ହେଲା Traffic Advisory: ପଢି ନିଅନ୍ତୁ ନିୟମାବଳୀ ନତୁବା ଗଣିବେ ତଣ୍ଡ

ଭୁବନେଶ୍ୱର: ଆଗକୁ ଦୂର୍ଗା ପୂଜା। ତେଣୁ ଯାନବାହନ ଗହଳି ସହିତ ଲୋକଙ୍କ ଭିଡ ବଢିବ। ତେଣୁ ସୁନିୟନ୍ତ୍ରିତ ଗାଡି ଚଳାଚଳ ପାଇଁ କମିଶନରେଟ ପୋଲିସ ଅକ୍ଟୋବର ୧ରୁ ୫ ଯାଏ କିଛି ଯିବାଆସିବା ପାଇଁ କିଛି ନିୟମ ଜାରି କରିଛି। ମୁଖ୍ୟତଃ ଭାରିଯାନ ଯିବା ଉପରେ କଟକଣା ରହିଛି। ନିୟମ ଉଲ୍ଲଙ୍ଘନ କଲେ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ । ଏହା ସହିତ ଭାରିଯାନ ଗୁଡ଼ିକ ଉପରେ ମଧ୍ୟ ନିୟମ ଉଲ୍ଲଂଘନ କରେ ଜରିମନା ଲାଗିବ ବୋଲି ସୂଚନା ରହିଛି। 

ଭାରିଯାନ ଉପରେ କଟକଣା
ଖଣ୍ଡଗିରି ଛକରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ଫାୟାର ଟ୍ରେନିଂ ସ୍କୁଲ ଛକରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ସିଆରପି ଛକରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ଜୟଦେବ ବିହାର ଛକରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ଜୟଦେବ ବିହାର ଛକରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ଆଚାର୍ଯ୍ୟ ବିହାର ଛକରୁ ବିମାନ ବନ୍ଦର ରାସ୍ତା ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ବାଣୀବିହାର ଛକରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ରସୁଲଗଡ ଛକରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।
ବରମୁଣ୍ଡାଠାରୁ ପଳାଶୁଣୀ ପର୍ଯ୍ୟନ୍ତ ଉଭୟ ଉଭୟ ପାଶ୍ୱର୍ରେ ଥିବା ସର୍ଭିସ ରୋଡ୍।
ଜୟଦେବ ବିହାର ସର୍ଭିସ ରୋଡରୁ ନୟାପଲ୍ଲୀ ଅଣ୍ଡର ପାସ ଦେଇ ଯାଇପାରିବେ ନାହିଁ।

ଭାରୀଯାନ ଧାର୍ଯ୍ୟ ରୁଟ
ଖୋର୍ଦ୍ଧାରୁ କଟକ ଯାଉଥିବା ଭାରୀଯାନ ପିତାପଲି ଠାରୁ ବାମ ପାଶ୍ୱର୍ ରାସ୍ତାରେ ଡାଇଭର୍ସନ ହେବ। ଚନ୍ଦକା ବାରଙ୍ଗ ରାସ୍ତା ଦେଇ ବାଲିକୁଦ ଠାରେ ଜାତୀୟ ରାଜପଥ ୧୬କୁ ସଂଯୋଗ କରିବ। ରାବଣ ପୋଡି ବେଳେ କଟକରୁ ଆସୁଥିବା ଗାଡି ଜୟଦେବ ବିହାର ଠାରେ ବାମ ପାଶ୍ୱର୍ରେ ଯିବ। ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ-୮. ଡିଏଭି ସ୍ତୁଲ ଦେଇ ସିଆରପିରେ ମିଶିବ। ପୁରୀ ପଟୁ ବରମୁଣ୍ଡା ଆସୁଥିବା ଯାନ ଲିଙ୍ଗିପୁର ଛକ ଠାରୁ ସାମନ୍ତରାପୁର, କଳ୍ପନା ରାଜମହଲ, ଶିଶୁ ଭବନ, ଗଙ୍ଗନଗର ଦେଇ ଫାୟାର ଟ୍ରେନିଂ ସ୍କୁଲ ଆଗରେ ବାହାରିବେ। ପୁରୀ ପଟୁ କଟକ ଯାଉଥିବା ଯାନ ଲିଙ୍ଗିପୁର ଛକଠାରୁ ବାଇପାସ ଦେଇ ହାଇଟେକ ମେଡିକାଲ ଛକରେ ବାହାରିବେ।