Flood Review Meeting: ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ଜଟିଳତର ହେଉଛି, କିନ୍ତୁ ମୁଣ୍ଡଳିରେ ବନ୍ୟାଜଳ ସ୍ତର କମିଛି: SRC
Advertisement
Article Detail0/zeeodisha/odisha1306648

Flood Review Meeting: ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ଜଟିଳତର ହେଉଛି, କିନ୍ତୁ ମୁଣ୍ଡଳିରେ ବନ୍ୟାଜଳ ସ୍ତର କମିଛି: SRC

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ (Pramila Mallick) ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ (Special Relief Commissioner) ପ୍ରେସମିଟ ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତ

Flood Review Meeting: ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ଜଟିଳତର ହେଉଛି, କିନ୍ତୁ ମୁଣ୍ଡଳିରେ ବନ୍ୟାଜଳ ସ୍ତର କମିଛି: SRC

Flood Review Meeting: ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ (Pramila Mallick) ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ (Special Relief Commissioner) ପ୍ରେସମିଟ ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ହୋଇଛି । ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । 

  • କାଲି ସକାଳେ ମୁଣ୍ଡଳିରେ ପହଞ୍ଚିବ ବନ୍ୟାଜଳ
  • ହୀରାକୁଦରୁ ୪୦ ଗେଟ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ମୁଣ୍ଡଳୀରୁ ଖସୁଛି ଜଳସ୍ତର
  • ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟା କୁ 25 ହଜାର କୁସେକକୁ ଖସିବ । ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ କାଲି ସକାଳୁ ପହଂଚିବ । ପ୍ରାୟ ୯ ରୁ ୧୦ ଲକ୍ଷ କ୍ୟୁସେକ ପାଣି ପାସ କରିବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟା ଦ୍ୱାର ପ୍ରଭାବିତ । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଆଜି ଓଡ୍ରାଫ, NDRF, ଫାୟାର ସର୍ଭିସ ଅତିରିକ୍ତ ଟିମ ପଠାଯାଇଛି ।

ଆସୁଥିବା ବର୍ଷା କୁ ଦେଖି କେନ୍ଦୁଝର, ଭଦ୍ରକ ଓ ଯାଜପୁର କୁ ସତର୍କ ରହିବା ପାଇଁ କୁହାଯାଇଛି । କାରଣ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟ ରେ ବର୍ଷା ହେବାର ଆକଳନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି । ପାର୍ଯ୍ୟାପ୍ତ କୀଟ ପାଇଁ କୁହାଯାଇଛି । ଏହା ବାଦ ଆଣ୍ଟି ଭେନମ କୀଟ ଅଧିକ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେସକ୍ୟୁ ଅପରେସନ ଚାଲିଛି। ରନ୍ଧ୍ୟା ଖାଦ୍ୟ ପ୍ରଦାନ କରାଯାଉଛି। ମଧ୍ୟମଧରଣର ବନ୍ୟା ହୋଇଛି। ଘାଇ ମରାମତି କରାଯାଇଛି। ଘାଳିଆ ମଧ୍ୟ ମରା ଯାଇଛି।

ସେପଟେ ଆଜି ଖୋର୍ଦ୍ଧାର ରାଜୁଆ ନଦୀରେ ଶହେ ଫୁଟର ଘାଇ ସୃଷ୍ଟି ହୋଇଛି । ତିରିମଲ ନିକଟରେ ଏହି ବଡ ଘାଇ ସୃଷ୍ଟି ହୋଇଛି । ଏବେ ଘାଇରେ ପ୍ରବଳ ବେଗରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ଘାଇ ଦେଇ ପ୍ରଚୁର ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ରାତିରେ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର, ଅଣ୍ଡା, ଅଁଳାଯୋଡି, ଧବଳପୁର ଗାଁ ପ୍ରଭାବିତ ହେବା ସମ୍ଭାବନା ରହିଛି । ସେପଟେ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରୟାସ ଆରମ୍ଭ ହୋଇଛି ।

ଲଘୁଚାପ ବର୍ଷା ଯୋଗୁଁ ବିପଦଶଂଙ୍କୁଳ ଅବସ୍ଥାରେ ନଦୀକୁଳିଆ ଗ୍ରାମବାସୀ। ଜଳକାନଦୀରେ ଭୟାବହ ବନ୍ଯା ପାଣି ପ୍ରଭାବିତ ହେଉଥିବା ବେଳେ କେତେକ ସ୍ଥାନରେ ଯାତାୟତ ବିଛିନ୍ନ ହୋଇଛି। ବିଶେଷକରି ବସ୍ତା ବ୍ଲକ ବାହାର୍ଦ୍ଦା, ମଥାନୀ, କୁଡିଆ ପଞ୍ଚାୟତ ମଧ୍ୟଦେଇ ପ୍ରବାହିତ ହେଉଛି ବନ୍ୟାଜଳ। ତତ୍ ସହିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ପଞ୍ଚାୟତରେ ଅନେକ ମାଟି ଘର ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି। 

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରେ ଲଘୁଚାପ ବର୍ଷା ଲାଗି ରହିଥିବାବେଳେ, ବ୍ଲକରେ ଥିବା ଜଳକା ନଦୀ ରେ ଦେଖାଦେଇଛି ବନ୍ୟା। ନଦୀର ଉପର ମୁଣ୍ତ ରେ ପ୍ବବଳ ବର୍ଷା ଲାଗିରହିଥିବା ଯୋଗୁଁ ଜଳକାରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବନ୍ଯା ପାଣି ବସ୍ତା ବ୍ଳକର ୧୪ ଟି ଏବଂ ସଦର ବ୍ଲକର ୬ ଟି ଗ୍ରାମ ପ୍ରଭାବିତ ହେବାର ଅନୁମାନ କରାଯାଇଛି। ମଥାନୀ ଠାରେ ଜଳକା ନଦୀ ର ବିପଦ ସଙ୍କେତ ୫.୫୦ ଥିବା ବେଳେ ସକାଳ ୬ଟା ସୁଦ୍ଧା ୬.୪୬ ରେ ପ୍ରବାହିତ ହେଉଥିବା ଜଣାପଡିଛି।