Droupadi Murmu: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଓଡିଶା ମାଟି ଛୁଇଁବେ ଦ୍ରୌପଦୀ ,ଭିଟାମାଟିରେ ଉତ୍ସାହ
Advertisement
Article Detail0/zeeodisha/odisha1433971

Droupadi Murmu: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଓଡିଶା ମାଟି ଛୁଇଁବେ ଦ୍ରୌପଦୀ ,ଭିଟାମାଟିରେ ଉତ୍ସାହ

Droupadi Murmu: ଓଡିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ (Droupadi Murmu) । ଓଡିଶା ପାଇଁ ସେ ଗର୍ବ ଓ ଗୌରବ। ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।  ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। 

ସୌଜନ୍ୟ : ସୋସିଆଲ ମିଡିଆ

Droupadi Murmu: ଓଡିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ (Droupadi Murmu) । ଓଡିଶା ପାଇଁ ସେ ଗର୍ବ ଓ ଗୌରବ। ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।  ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାସହ ଦୁଇଦିନ ଧରି ମହାମହିମଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସକାଳ ସାଢ଼େ ୯ଟା ବଦଳରେ ୧୦ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ରହିବେ ।ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ । ବିମାନବନ୍ଦର ଠାରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୩ ଶହ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

ସେପଟେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ସମ୍ପୁର୍ଣ ପ୍ରସ୍ତୁତ ଶ୍ରୀକ୍ଷେତ୍ର । ତାଳବଣିଆ ହେଲିପ୍ଯାଡ, ରାଜଭବନ ଓ ଶ୍ରୀମନ୍ଦିର ଯାଏ ବ୍ଯାରିକେଡ୍ କରାଯାଇଛି । ତାଳବଣିଆ ହେଲିପ୍ଯାଡରେ ୧୧ଟା ୪୦ରେ ପଂହଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବ । ୧୨ଟାରେ ସିଧାସଳଖ ଶ୍ରୀମନ୍ଦିରରେ ପହଞ୍ଚିବେ ମହାମହିମ । ୧୨ଟାରୁ ୧ଟା ପର୍ଯ୍ୟନ୍ତ ଗର୍ଭଗୃହରେ ଦର୍ଶନ କରିବା ସହ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତିରେ ମାଲ୍ଯାର୍ପଣ କରିବେ । ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ସାଢ଼େ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରିବା ପରେ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ । ଦର୍ଶନ ସାରି ଗୋଟାଏ ୧୦ ମିନିଟରେ ରାଜଭବନରେ ପହଞ୍ଚି ମଧ୍ଯାହ୍ନ ଭୋଜନରେ ମହାପ୍ରସାଦ ପାଇବେ । ସେପଟେ ସେବାୟତ ନିଯୋଗମାନଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ଅନେକ ଉପହାର ଦିଆଯିବ ବୋଲି କୁହାଯାଇଛି ।  

ରାଷ୍ଟ୍ରପତି ରାଜ୍ଯପାଳଙ୍କ ସମେତ ଗଜପତି ମହାରାଜଙ୍କ ସହ ରାଜଭବନରେ ମହାପ୍ରସାଦ ସେବନ କରିବା ପାଇଁ ନମନ୍ତ୍ରଣ କରାଯାଇଥିବାରୁ ଏହା ଶ୍ରୀମନ୍ଦିର ପରମ୍ପରାରେ ନୂଆ ଅଧ୍ଯାୟ ସୃଷ୍ଟି କରିବ । ରାଜଭବନରେ ରାଷ୍ଟ୍ରପତି ୨ ଘଣ୍ଟା ବିଶ୍ରାମ କରିବାର କାର୍ଯ୍ଯକ୍ରମ ରହିଥିବାରୁ ନୁଆ ରାଷ୍ଟ୍ରପତିଙ୍କ ପାଇଁ ଆକର୍ଷଣୀୟ ଭାବେ ସଜେଇ ହୋଇଛି ପୁରୀ ରାଜଭବନ। ସୁନ୍ଦର ଆଲୋକ ମାଳା ସହ ପ୍ରବେଶ ପଥଠାରୁ ଆରମ୍ଭ କରି ସମଗ୍ର ରାଜଭବନକୁ ବେଶ୍ ମନୋରମ କରାଯାଇଛି। ରାଜଭବନର ଗ୍ରାଉଣ୍ଡ ଫ୍ଲୋରରେ ଥିବା ୧ନମ୍ବର କୋଠରୀରେ ରହିବେ ମହାମହିମ ରାଷ୍ଟ୍ରପତି। ରାଜଭବନର ପ୍ରବେଶ ଦ୍ୱାରରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଚକ ଓ ଗୁଜ ରଖାଯାଇ ଅତି ସୁନ୍ଦର ଭାବେ ସଜାଯାଇଛି  । ପୁଣି ପଟ୍ଟଚିତ୍ରରେ ଜଗନ୍ନାଥଙ୍କ ପ୍ରତିମାକୁ ରଖାଯାଇଛି  । 

ରାଜଭବନରେ ୧ , ୨ , ୩ ନମ୍ବର ରୁମ ରାଷ୍ଟ୍ରପତିଙ୍କ ପରବାର ଲୋକଙ୍କ ପାଇଁ ରହିଥିବା ବେଳେ ଉପର ମହଲାରେ ରାଜ୍ଯପାଳ ଗଣେଶୀ ଲାଲ ଓ ତାଙ୍କ ପରିବାର ସହ ରାଷ୍ଟ୍ରପତଙ୍କ ବ୍ଯକ୍ତିଗତ ସଚିବଙ୍କ ପାଇଁ ବ୍ଯବସ୍ଛା ହୋଇଛି  । ଅପରାହ୍ଣ ୩ଟା ୫ମିନିଟରେ ରାଜଭବନରୁ ବାହାରି ୩ଟା ୨୦ରେ ତାଳବଣିଆ ହେଲିପେଡରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଫେରିଯିବେ । ତାଳବଣିଆ ହେଲିପ୍ଯାଡରୁ ଶ୍ରୀମନ୍ଦିର ପର୍ଯ୍ଯନ୍ତ ସମ୍ପୂର୍ଣ୍ଣ ଭାବେ ରାସ୍ତାର ଦୁଇ ପାର୍ଶ୍ୱରେ ସୁରକ୍ଷା ଦୃଷ୍ଟି କୋଣରୁ ବ୍ଯାରିକେଡ୍ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ବ୍ଲୁବୁକ ସିକ୍ଯୁରିଟି ଆଧାରରେ  ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତନ୍ମଧ୍ୟରୁ ଏସ୍ପି ଏବଂ କମାଣ୍ଡାଣ୍ଟ ରାଙ୍କର ୫ଜଣ ଅଧିକାରୀଙ୍କ ସମେତ ଅତିରିକ୍ତ ଏସ୍ପି ରାଙ୍କର ୭ଜଣ ,ଡିଏସ୍ପି ରାଙ୍କ ର ୧୮ ଜଣ ,ଇନ୍ସପେକ୍ଟର ରାଙ୍କର ୩୦ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି ।ଏତଦବ୍ୟତୀତ ସବ ଇନ୍ସେପେକ୍ଟର ଓ ଏଏସଆଇ ରାଙ୍କ ର ୧୧୦ ଜଣ ଏବଂ ୩୦୦ ଗୃହରକ୍ଷୀଙ୍କୁ ରାଷ୍ଟ୍ରପତି ଗସ୍ତ ସମୟରେ ନିୟୋଜିତ କରାଯାଇଛି ।