ରାଜଧାନୀର ପ୍ରସିଦ୍ଧ ମନ୍ଦିରରେ କଳାକନା ବୁଲିଲା, ସର୍ବପ୍ରାଚୀନ କାଳର ଇତିହାସ ଲୁଟିନେଲେ
Advertisement
Article Detail0/zeeodisha/odisha1179190

ରାଜଧାନୀର ପ୍ରସିଦ୍ଧ ମନ୍ଦିରରେ କଳାକନା ବୁଲିଲା, ସର୍ବପ୍ରାଚୀନ କାଳର ଇତିହାସ ଲୁଟିନେଲେ

ରାଜଧାନୀ ଉପକଣ୍ଠରେ ମାତିଛନ୍ତି ମୂର୍ତ୍ତୀ ଚୋର। ମନ୍ଦିର ଗ୍ରୀଲ ତାଲା କାଟି ନେଇଗଲେ ୫ଶହ ବର୍ଷର 6 ଟି ଅଷ୍ଟଧାତୁ ପ୍ରାଚୀନ ମୂର୍ତ୍ତୀ । ଭୁବନେଶ୍ଵର ବାଲିଅନ୍ତା ଥାନା ରଙ୍ଗବଜାର ଟଙ୍କପାଣି ମନ୍ଦିରରୁ ଏହି ଦୁର୍ଲଭ ମୁର୍ତି ଚୋରି ହୋଇଛି ।

 

ପ୍ରତିକାତ୍ମକ ଫଟୋ

ଅନ୍ୟ କୌଣସି ଜିଲ୍ଲା ନୁହଁ କି ଉପାନ୍ତ ନୁହଁ, ରାଜଧାନୀ କମିଶନରେଟ ପୋଲିସ ଅଞ୍ଚଳରୁ ଚୋରି ହୋଇଗଲା ବିରଳ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତୀ। କେହି ବି ଜାଣି ପାରିଲେ ନାହିଁ । ନା ଗ୍ରାମବାସୀ ନା ପୋଲିସ, ସମସ୍ତେ ଜଳକା ପାଲଟିଲେ। ସକାଳୁ ଆସି ମନ୍ଦିର ଦେଖିବା ବେଳକୁ ମନ୍ଦିର ଗାଦି ଶୂନ ହୋଇ ପଡିଛି। ଭୁବନେଶ୍ଵର ଉପକଣ୍ଠ ରଙ୍ଗ ବଜାର ଟଙ୍କପାଣି ମନ୍ଦିରରୁ ଏହି ବଡ଼ ଧରଣର ଚୋରି ହୋଇଛି। ଅତି ପ୍ରାଚୀନ ଏହି ମନ୍ଦିର ବେଢାରେ ଏକାଧିକ ଦେବାଦେବୀ ଠାକୁରଙ୍କ ଛୋଟବଡ଼ ରହିଛି।

ରାତିଅଧିଆ ସମସ୍ତ ମନ୍ଦିର ଗ୍ରୀଲ କାଟି ଅଷ୍ଟଧାତୁ ମୁର୍ତି ଚୋରି କରିଛନ୍ତି ଦୁର୍ବୃତ୍ତ। ରଙ୍ଗ ବଜାର ଟଙ୍କପାଣି ମନ୍ଦିର ପ୍ରାଙ୍ଗଣରେ ଥିବା ଚନ୍ଦ୍ରଶେଖର, ଦୁର୍ଗା, ଲକ୍ଷ୍ମି,ମା ପାର୍ବତି , ଆଣ୍ଠୁଆ ଗୋପାଳ ଓ ରାଧାକୃଷ୍ନଙ୍କ ବହୁ ପୁରାତନ ମୁର୍ତି ଚୋରି ହୋଇଛି । ଶହ ଶହ ବର୍ଷ ଧରି ଏଠାରେ ଏହି ସବୁ ଦେବାଦେବୀ ପୂଜା ପାଇ ଆସୁଥିଲେ। ଲୋକକଥା ଅନୁସାରେ ପ୍ରତାପ ଶାସନାଧୀନ ରାଜବଂଶ ଏହାକୁ ନିର୍ମାଣ କରିଥିଲେ । ପ୍ରାୟ ପାଞ୍ଚ ଶହ ବର୍ଷ ଧରି ଏଠାରେ ଠାକୁର ପୂଜା ପାଇ ଆସୁଥିଲେ। ପ୍ରାଚୀନ ଏୈତିହାସିକ ଗୁରୁତ୍ଵ ବହନ କରୁଥିବା ଏହି ମନ୍ଦିର ସ୍ଥାନୀୟ ତଥା ଓଡିଶା ମାନଚିତ୍ରରେ ଅନେକ ମାନ୍ୟତା ରଖେ  । 

ହେଲେ ରବିବାର ବିଳମ୍ବିତ ରାତିରେ ମୂର୍ତ୍ତୀ ମାଫିଆ  ମନ୍ଦିର ବେଢା ଭିତରେ ଥିବା ସବୁ ଠାକୁରଙ୍କ ଆସନ ଶୁନ୍ୟ କରିଦେଇଛନ୍ତି । ଯାହାକୁ ନେଇ ସ୍ଥାନିୟ ମନ୍ଦିର ପୂଜକଙ୍କ ସହ ଲୋକଙ୍କ ମଧ୍ୟରେ ଖେଳି ଯାଇଛି ନିରାଶା। ସ୍ଥାନୀୟ ପୁଜକଙ୍କ କହିବାନୁସାରେ ସେ ସକାଳୁ ଆସି ଦେଖିବାକୁ ପାଇଥିଲେ ମନ୍ଦିର ପଛପଟ ଗେଟ କଟା ଯାଇଛି । ପରେ ବେଢା ଭିତରେ ମନ୍ଦିରର ତାଲା ସବୁ ଗ୍ରିଲ କଟା ଯାଇଥିବା ସେ ଦେଖିବାକୁ ପାଇଥିଲେ। ପ୍ରାୟ ଏକ କ୍ବିଣ୍ଟାଲ ଓଜନର ୨ଟି ଅଷ୍ଟଧାତୁ ମୂର୍ତ୍ତୀ ଚୋରି ହୋଇଯାଇଛି। ଚନ୍ଦ୍ରଶେଖର, ଦୁର୍ଗା, ଲକ୍ଷ୍ମି,ମା ପାର୍ବତି , ଆଣ୍ଠୁଆ ଗୋପାଳ ଓ ରାଧାକୃଷ୍ଣଙ୍କ ଚୋରି କରି ନେଇ ନେଇଛନ୍ତି। 

 ନିକଟରେ ଚଉଶଠି ଯୋଗିନି ନିକଟ ବାଲୁଙ୍କେଶ୍ୱର ମନ୍ଦିର‌ ମନ୍ଦିରରୁ ମଧ୍ୟ ୨ ଦୁର୍ଲଭ ଅଷ୍ଟଧାତୁର ମୁର୍ତି ନେଇ ଚମ୍ପଟ ମାରିଥିଲେ ଦୁର୍ବୁତ। ଯାହା ସିସିଟିଭିରେ କଏଦ ହୋଇଥିଲା ଚୋରି ସମୟର ଦୃଶ୍ୟ । ହେଲେ କୌଣସି ବି ଗୋଟିଏ ମାମଲରେ ପୋଲିସ ସଫଳ ହୋଇନି । କେବଳ ଏହି ଘଟଣା ନୁହେ ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଅଞ୍ଚଳରୁ ପ୍ରାୟ 30 ରୁ ଅଧିକ ମୂର୍ତ୍ତୀ ଚୋରି ହୋଇଯାଇଛି।  କୌଣସି ମୂର୍ତ୍ତୀ ମାଫିଆ ଏଯାଏଁ ଧରା ହୋଇ ନାହାନ୍ତି ।