Sandalwood Tree:ରାଜ୍ୟପାଳଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ ଚୋରି,ଡିସିପି କହିଲେ...
Advertisement
Article Detail0/zeeodisha/odisha1425819

Sandalwood Tree:ରାଜ୍ୟପାଳଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ ଚୋରି,ଡିସିପି କହିଲେ...

Sandalwood Tree: ରାଜ୍ୟପାଳଙ୍କ ବାସଭବନ ପରିସରରୁ ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟପାଳଙ୍କ ବାସଭବନ ପରିସରରୁ ୭ଟି ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  

ସୌଜନ୍ୟ : ସୋସିଆଲ ମିଡିଆ

Sandalwood Tree: ରାଜ୍ୟପାଳଙ୍କ ବାସଭବନ ପରିସରରୁ ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟପାଳଙ୍କ ବାସଭବନ ପରିସରରୁ ୭ଟି ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଥିବା ସୂଚନା ମିଳିଛି। ଏହି ୭ଟି ଚନ୍ଦନ ଗଛର ବଜାର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ହେବ। ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  ତେବେ, କିଏ ସେହି ଚନ୍ଦନ କାଠ ନେଇଛି  ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ତେବେ, ଘଟଣାକୁ ୪ରୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ଏ-ପର୍ଯ୍ଯନ୍ତ ଘଟଣାର ଟେର ପାଇନି ପୋଲିସ।   ଖୁବଶୀଘ୍ର ଅଭିଯୁକ୍ତକୁ ପୋଲିସ କାବୁ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । 

ଗୋଟିଏ ପାକଳ ଚନ୍ଦନ ଗଛରୁ ପ୍ରାୟ ୧୦୦ କେଜି ଚନ୍ଦନ କାଠ ମିଳିଥାଏ ଏବଂ କେଜି ପିଛା ପ୍ରାୟ ୨୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ଅନୁରୂପ ଭାବେ ଗୋଟିଏ ଚନ୍ଦନ ଗଛର ମଞ୍ଜରୁ ପ୍ରାୟ ଏକ ଲିଟର ଚନ୍ଦନ ତେଲ ବାହାରିଥାଏ ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା। ଏହା ଚନ୍ଦନ ବାସ୍ନା ଭାବରେ ବିଭିନ୍ନ ତୈଳ ସହ ମିଶ୍ରଣ ହୋଇ ବିକ୍ରି ହୋଇଥାଏ। ରାଜ୍ୟପାଳଙ୍କ ବାସଭବନରୁ ଚନ୍ଦନ କାଠ ଗଛ ଚୋରି ହୋଇଯିବା ତତୋଧିକ ପରିତାପର ବିଷୟ। 

ଏହାବି ପଢନ୍ତୁ : Matric Summetiv Exam: ୨୩ରୁ ମାଟ୍ରିକ ସମେଟିଭ ପରୀକ୍ଷା: ୫ ଲକ୍ଷରୁ ଊର୍ଦ୍ଧ୍ୱ ଦେବେ ପରୀକ୍ଷା

ଏହାବି ପଢନ୍ତୁ : ଛାତିରେ ପଶିଯାଇଥିଲା ୨ ଫୁଟିଆ ବାଉଁଶ, ତଥାପି ନୂଆ ଜୀବନ ଦେଲେ ଡାକ୍ତର

ଏହାବି ପଢନ୍ତୁ : Kotia Issue: ସୀମା ବିବାଦ ଚେଇଁ ଉଠିଲା: ଭୁଇଁରୁ ଉଠି କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ମାରିଲେ ଢେଲା

ଏହାବି ପଢନ୍ତୁ : Dhabaleswar: ଖାଁ ଖାଁ ଧବଳେଶ୍ବର ପୀଠ,ଭର୍ଚ୍ଚୁଆଲି ଚାଲିଛି ମହାଦେବଙ୍କ ଦର୍ଶନ

ରାଜଭବନ ପରିସରରୁ ୩ଟି ଚନ୍ଦନ ଗଛ ଚୋରି ହେବା ନେଇ ପୋଲିସରେ ଅଭିଯୋଗ ହୋଇଥିଲେ ହେଁ ଅସଲରେ ୭ଟି ଚୋରି ହୋଇଛି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟପାଳ ଓଡ଼ିଶାରେ ଅନୁପସ୍ଥିତ ଥିବା ସମୟରେ ରାଜ୍ୟର ସବୁଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଅଞ୍ଚଳରୁ ଚନ୍ଦନ ଚୋରି ହେବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜଭବନର ବିଭିନ୍ନ ସ୍ଥାନରୁ ଚନ୍ଦନ ଗଛ କଟା ଯାଇଥିବା ବେଳେ ସମାନ ପରିସର ଭିତରେ ଥିବା ରାଜ୍ୟପାଳଙ୍କର ପ୍ରମୁଖ ଶାସନ ସଚିବଙ୍କ ବାସଭବନରୁ ମଧ୍ୟ ଗୋଟିଏ ଗଛ ଉଭାନ ହୋଇଯାଇଛି। ସୂଚନା ଅନୁସାରେ ରାଜ୍ୟପାଳ ଅକ୍ଟୋବର ୨୦ରୁ ହରିୟାଣା ଗସ୍ତରେ ଯାଇଛନ୍ତି ଏବଂ ସେ ନଭେମ୍ବର ୫ ତାରିଖରେ ଓଡ଼ିଶା ଫେରିବେ। ତାଙ୍କ ଅନୁପସ୍ଥିତିରେ ଏଭଳି ଘଟଣା ଘଟିଛି । ତେବେ, ଏହାକୁ ନେଇ ଆରମ୍ଭ ହୋଇଛି ହୋଇଛି ରାଜନୀତି । ଏହି ଘଟଣାଟି ରାଜ୍ୟ ରାଜ୍ୟନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।