Class 3 student jumped from the school building In Kanpur । କାନପୁରରେ ଘଟିଥିବା ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ସିସିଟିଭି ଫୁଟେଜରୁ ମିଳିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ କୁନି ଶିଶୁ ଯିଏକି ତୃତୀୟ ଶ୍ରେଣୀର ଛାତ୍ର ସଙ୍ଗେ ସଙ୍ଗେ କ୍ଲାସ ରୁମରୁ ବାହାରି ବାଲକୋନିକୁ ଆସୁଛି । ଏହାପରେ କିଛି ନଭାବି ବାଲକୋନିରୁ ଡେଇଁପଡୁଛି। ଏହାପରେ ଶିଶୁଟି ଗୁରୁତର ରହିଛି ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିଲାଟିର ଦୁଇଟି ଗୋଡରେ ଭୀଷଣ ଆଘାତ ଲାଗିଥିବା ବେଳେ ମୁଣ୍ଡ ମଧ୍ୟ ଫାଟିଥିବା ସୂଚନା ରହିଛି।