Stray Dogs Surround And Attack Kid In Ghaziabad, Delivery Boy Rescues Video Viral । ଅନେକ ସମୟରେ ଏମିତି ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହେଲେ ଏହି ଭିଡିଓ ଦେଖନ୍ତୁ, ଆପଣ ସତରେ ଏପରି ଏହି ଭୟାନକ ଭିଡିଓ ଦେଖିଲେ ସଙ୍କି ଯିବେ । ଭିଡିଓଟି ଉତ୍ତର ପ୍ରଦେଶର ଗାଜିଆବାଦର ବୋଲି ଜଣାପଡ଼ିଛି। ଜଣେ କୁନି ଶିଶୁକୁ ଘେରି କାମୁଡିବାରେ ଲାଗିଛନ୍ତି ୫ ଟି କୁକୁର । ଏହି ସମୟରେ ଖାଦ୍ୟ ଦେବାକୁ ଆସିଥିବା ଜଣେ ଫୁଡ୍ ଡେଲିଭରି ବୟ ସେହି ଶିଶୁକୁ କୁକୁର ମାନଙ୍କ ପାଖରୁ ଉଦ୍ଧାର କରିଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।