ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ ପୁଲିସ ବାବୁ, ମାଡ଼ି ବସିଲା ଭିଜିଲାନ୍ସ
Advertisement
Article Detail0/zeeodisha/odisha2319909

ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ ପୁଲିସ ବାବୁ, ମାଡ଼ି ବସିଲା ଭିଜିଲାନ୍ସ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ତାଙ୍କର ପୁଅ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ଥାନାକୁ ଯାଇଥିଲେ, ହେଲେ ଥାନା ବାବୁ 

ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ ପୁଲିସ ବାବୁ, ମାଡ଼ି ବସିଲା ଭିଜିଲାନ୍ସ

ଯାଜପୁର: ଜଣେ ବ୍ୟକ୍ତିଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଦେବା ଘଟଣାରେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଲିସ ବାବୁ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସବ ଇନ୍ସପେକ୍ଟର କେଶବ ଦାଶ ୫ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ପଡିଛନ୍ତି। 

ସୂଚନାଯୋଗ୍ୟ ଯେ, ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ତାଙ୍କର ପୁଅ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ଥାନାକୁ ଯାଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଦାଶ ତାଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଏନେଇ ଖବର ଦେଇଥିଲେ। ପରେ ଭିଜିଲାନ୍ସ ପ୍ରି ପ୍ଲାନ୍ କରି କରିଥିଲା। ଆଜି ସବ ଇନ୍ସପେକ୍ଟର କେଶବ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢ଼ଉ କରି ନଗଦ ଟଙ୍କା ସହ ଥାନା ବାବୁଙ୍କୁ ଧରିଥିଲା। ଏଥିସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହ କରି ସବ ଇନ୍ସପେକ୍ଟରଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ