Rahul Gandhi:ରାହୁଲଙ୍କ ବସରେ ବସି ରାହୁଲଙ୍କ ସହ ଯାତ୍ରା କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି ଯିବେ
Advertisement
Article Detail0/zeeodisha/odisha2063175

Rahul Gandhi:ରାହୁଲଙ୍କ ବସରେ ବସି ରାହୁଲଙ୍କ ସହ ଯାତ୍ରା କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି ଯିବେ

ଭାରତ ଯୋଡା ଯାତ୍ରା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ 'ଭାରତ ଯୋଡା ନ୍ୟାୟ ଯାତ୍ରା' ଆରମ୍ଭ କରିଛନ୍ତି। 'ମୋହବତ୍ କି ଦୁକାନ୍' ବସରେ ବସି ରାହୁଲ ନ୍ୟାୟଯାତ୍ରା କରୁଛନ୍ତି । ତେବେ ଗୋଟିଏ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଆପଣ ମଧ୍ଯ ଚାହିଁଲେ ରାହୁଲଙ୍କ ମହବତ କି ଦୁକାନ ବସରେ ସବାର ହୋଇପାରିବେ । ତେବେ ଏଥିପାଇଁ କିଛି ନିୟ

SOCIAL MEDIA

Rahul Gandhi:

ଭାରତ ଯୋଡା ଯାତ୍ରା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ 'ଭାରତ ଯୋଡା ନ୍ୟାୟ ଯାତ୍ରା' ଆରମ୍ଭ କରିଛନ୍ତି। 'ମୋହବତ୍ କି ଦୁକାନ୍' ବସରେ ବସି ରାହୁଲ ନ୍ୟାୟଯାତ୍ରା କରୁଛନ୍ତି । ତେବେ ଗୋଟିଏ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଆପଣ ମଧ୍ଯ ଚାହିଁଲେ ରାହୁଲଙ୍କ ମହବତ କି ଦୁକାନ ବସରେ ସବାର ହୋଇପାରିବେ । ତେବେ ଏଥିପାଇଁ କିଛି ନିୟମ ମାନିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ରାହୁଲଙ୍କ ସହିତ ତାଙ୍କ ବସରେ ବସି ଭାରତ ଭ୍ରମଣ କରିବାକୁ କ’ଣ କରିବାକୁ ପଡ଼ିବ । ପ୍ରଥମ କଥା ହେଲା ଏଥିପାଇଁ ଆପଣଙ୍କୁ ଗୋଟିଏ ସ୍ୱତନ୍ତ୍ର ଟିକେଟ୍ ନେବାକୁ ପଡ଼ିବ । ସେହି ଟିକେଟ୍ ମାଧ୍ୟମରେ ଆଗ୍ରହୀ ବ୍ୟକ୍ତିମାନେ ରାହୁଲ ଗାନ୍ଧୀଙ୍କ 'ମୋହବତ୍ କି ଦୁକାନ୍' ବସ୍‌ରେ ବସି ଭାରତ ଯୋଡୋ ନ୍ୟାୟଯାତ୍ରାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୂଚନାଯୋଗ୍ୟ ଯେ,ଟିକେଟରେ ପୂର୍ବତନ କଂଗ୍ରେସ ସଭାପତିଙ୍କ ଫଟୋ ମଧ୍ୟ ରହିଛି । ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସେହି ସ୍ପେଶାଲ 'ଟିକେଟ୍' ସହିତ ନିଜ  ଫଟୋଗ୍ରାଫକୁ ସୋସିଆଲ ମିଡିଆରେ ପୋଷ୍ଟ କରିଚନ୍ତି । ଟିକେଟରେ ଥିବା ଫୋଟେରେ ରାହୁଲ ଗାନ୍ଧୀ ଟି-ସାର୍ଟ ଏବଂ ଟ୍ରାଉଜର ପିନ୍ଧିଛନ୍ତି ଏବଂ ତାଙ୍କ ଦସ୍ତଖତ ମଧ୍ୟ ରହିଛି। ରମେଶ 'ଏକ୍ସ'ରେ ଲେଖିଛନ୍ତି ଯେ,' ଏହା ହେଉଛି 'ମୋହବତ୍ କି ଦୁକାନ୍' ବସ୍ ଯେଉଁଥିରେ ରାହୁଲ ଗାନ୍ଧୀ ଭାରତ ଯୋଡା ନ୍ୟାୟ ଯାତ୍ରାରେ ଯାତ୍ରା କରୁଛନ୍ତି। ଯେଉଁମାନେ ଗତ 10 ବର୍ଷର ଅନ୍ୟାୟ ବିରୁଦ୍ଧରେ ଏହି ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ଏବଂ କଥା ହେବାକୁ ଚାହାଁନ୍ତି, ସେମାନଙ୍କୁ ଟିକେଟ୍ ନେଇ ବସ୍‌ରେ ଯାଇ ପାରିବେ ।

ଏଠି କହି ରଖୁଛୁ ଯେ, ରାହୁଲ ଗାନ୍ଧୀ ଏକ କଷ୍ଟୋମାଇଜଡ୍ ଭଲଭୋ ବସ୍‌ରେ ଭାରତ ଯୋଡୋ ନ୍ଯାୟ ଯାତ୍ରାରେ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରୁଛନ୍ତି। ସେ ବସ୍ ଛାତରୁ ଲୋକଙ୍କୁ ମଧ୍ୟ ସମ୍ବୋଧିତ କରୁଛନ୍ତି। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିଥିବା ଭାରତ ଯୋଡା ଯାତ୍ରା ସମୟରେ ପ୍ରଥମ ଥର ପାଇଁ ‘ମୋହବତ୍ କି ଦୁକାନ୍’ ସ୍ଲୋଗାନ୍ ବ୍ୟବହୃତ ହୋଇଥିଲା। ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ସୋମବାର ନାଗାଲାଣ୍ଡର ରାଜଧାନୀ କୋହିମାର ଖୁଜାନା ଗ୍ରାମରେ ପହଞ୍ଚିଛି। ଏହା ପରେ ସେ ମଣିପୁର ସମେତ 15 ଟି ରାଜ୍ୟର 100 ଟି ଲୋକସଭା ନିର୍ବାଚନମଣ୍ଡଳୀକୁ ଯିବେ। ଏହି ଅବଧି ମଧ୍ୟରେ ସମୁଦାୟ 6,713 କିଲୋମିଟର ଯାତ୍ରା ହେବ, ଯାହା 20 କିମ୍ବା 21 ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ । ରାହୁଲ ଓ ତାଙ୍କ ମହବତ କି ଦୁକାନ ବସ ଓଡ଼ିଶା ମଧ୍ୟ ଆସିବ । ତେଣୁ ଯଦି ଆପଣ ରାହୁଲଙ୍କ ଭଲଭୋ ବସରେ କିଛି ସମୟ ପାଇଁ ହେଉ ପଛେ ବସିବାକୁ ଚାହୁଁଛନ୍ତି ତେବେ ଟିକେଟ୍ କାଟିବାକୁ ଭୁଲିବେ ନାହିଁ ।