Advertisement
Article Detail0/zeeodisha/odisha2545945
Zee OdishaWeatherWeather Update: ୧୨ରୁ ବଢିବ ଶୀତ, ଆଜି କାଁ ଭାଁ ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା

Weather Update: ୧୨ରୁ ବଢିବ ଶୀତ, ଆଜି କାଁ ଭାଁ ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ।  ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟରେ କମ୍ ଶୀତ ଅନୁଭୂତ ହେବ।  

Weather Update: ୧୨ରୁ ବଢିବ ଶୀତ, ଆଜି କାଁ ଭାଁ ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ।  ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟରେ କମ୍ ଶୀତ ଅନୁଭୂତ ହେବ।  କେନ୍ଦ୍ରୀୟ ଭାରତ, ଗୁଜୁରାଟ୍,  ମହାରାଷ୍ଟ୍ର  ଏବଂ ଓଡି଼ଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ  ୫ ଡିଗ୍ରୀ ଅଧିକ ରହିବ। ୧୨ ତାରିଖରୁ ସାମାନ୍ୟ ଶୀତ ବଢିପାରେ। ଉତ୍ତର ପଶ୍ଚିମ, କେନ୍ଦ୍ରୀୟ ସଂଲଗ୍ନ ପୂର୍ବ ଭାରତରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ।  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତାର ବିସ୍ତାରତି ପାଣିପାଗ ଆକଳନ ରିପୋର୍ଟ ରେ ଏହି ପୂର୍ବାନୁମାନ ଦେଇଛି। 

 

ALSO READ: Today Horoscope: ଆଜି ଏହିସବୁ ରାଶି ପାଇଁ ବଢିପାରେ ଅଡୁଆ ! ରୁହନ୍ତୁ ସତର୍କ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ଡିସେମ୍ବର ପ୍ରଥମ ସପ୍ତାହରେ  ୫ ରୁ ୧୨ ତାରିଖରେ  ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡି଼ଶାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।  ବିଭିନ୍ନ ସ୍ଥାନରେ ୧ ରୁ ୫ ମିମି ବର୍ଷା ହୋଇପାରେ।  ଦ୍ବୀତିୟ ସପ୍ତାହ ୧୨ ରୁ ୧୯ ତାରିଖ ମଧ୍ୟରେ ଆଦୌ ବର୍ଷା ହେବ ନାହିଁ। ଏବଂ ପାଗ ସମ୍ପୁର୍ଣ୍ଣ ଶୁଖିଲା ରହିବ।  ୬ରୁ ୧୨ ତାରିଖ ଯାଏ ପଶ୍ଚିମ ଓଡି଼ଶା ଏବଂ ଉତ୍ତର ଓଡି଼ଶାରେ  ରାତି ତାପମାତ୍ରା  ୧୦ରୁ ୧୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।  ଉପକୂଳ ଓ ଦକ୍ଷିଣ  ଓଡିଶାରେ ରାତି ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ। ୧୩ ରୁ ୧୯ ମଧ୍ୟରେ ରାଜ୍ୟରେ ରାଜ୍ୟରେ ରାତି ତାପମାତ୍ରା ଖସିବ।  ସର୍ବନିମ୍ନ ତାପମାତ୍ରା ୧୦ ରୁ ୧୪ ଡିଗ୍ରୀ ମଧ୍ୟରେ ରହିପାରେ। 

ତେବେ, ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି କୋରାପୁଟ୍, ସୁନ୍ଦରଗଡ, କନ୍ଧମାଳ, କଳାହାଣ୍ତି,  ଓ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବେ। ସେହିପରି,  ସୁନ୍ଦରଗଡ଼, ଝାରସୁଗୁଡ଼ା , କେନ୍ଦୁଝର,  କନ୍ଧମାଳ ଓ କଳାହାଣ୍ଡିରେ ହାଲୁକା ବର୍ଷାର ସମ୍ଭାବନା ରହିଛି।ଆସନ୍ତା ୮ ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶା ସମେତ ଗଜପତି, ବରଗଡ, ଝାରସୁଗୁଡା, ସୁନ୍ଦରଗଡ , ସମ୍ବଲପୁର, ଦେବଗଡ ଓ ଅନୁଗୁଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।  ଶନିବାର ଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା୨ ରୁ ୪ ଡିଗ୍ରୀ କମିପାରେ ବୋଲି ଆକଳ କରାଯାଇଛି।  ଗୁରୁବାର ଦିନ ନୟାଗଡର ରାତି ତାପମାତ୍ରା ସବୁଠୁ କମ୍ ୧୨.୬ ଡିଗ୍ରୀ ସେଲସିୟସ୍ ରହିଥିଲା। 

About the Author