Cyclone Update: ମାଡି଼ ଆସୁଛି ବାତ୍ୟା , ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ଏହାର ପ୍ରଭାବ?
Advertisement

Cyclone Update: ମାଡି଼ ଆସୁଛି ବାତ୍ୟା , ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ଏହାର ପ୍ରଭାବ?

Cyclone Update: ଆସୁଛି ବାତ୍ୟା (Cyclone) ! ବଙ୍ଗୋପସାଗରରେ(Bay of Bengal)ବଳ ଗୋଟାଉଛି ଲଘୁଚାପ (low-pressure)। ଆସନ୍ତାକାଲି ଏହା ଗଭୀର ଅବପାତର ରୂପ ନେବ। ଫଳରେ ଏହି ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା (Rain)ହେବାର ସମ୍ଭାବନା ରହିଛି। ବିଶେଷକରି, ଆସନ୍ତା ଡିସେମ୍ବର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । 

Cyclone Update: ମାଡି଼ ଆସୁଛି ବାତ୍ୟା , ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ଏହାର ପ୍ରଭାବ?

Cyclone Update: ଆସୁଛି ବାତ୍ୟା (Cyclone) ! ବଙ୍ଗୋପସାଗରରେ(Bay of Bengal)ବଳ ଗୋଟାଉଛି ଲଘୁଚାପ (low-pressure)। ଆସନ୍ତାକାଲି ଏହା ଗଭୀର ଅବପାତର ରୂପ ନେବ। ଫଳରେ ଏହି ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା (Rain)ହେବାର ସମ୍ଭାବନା ରହିଛି। ବିଶେଷକରି, ଆସନ୍ତା ଡିସେମ୍ବର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୬ ତାରିଖରେ ଖାସ୍ କରି ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷା ହୋଇପାରେ।  ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ଅଧିକ ବର୍ଷା ହେବ। ସେହିପରି ଗଞ୍ଜାମ, ଗଜପତି, ରାୟଗଡା, ଖୋର୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକରେ କମ୍ ବର୍ଷା ହେବ । କିନ୍ତୁ ପବନର ଭୟ ରହିବ ନାହିଁ। ପରେ ଏହା କେଉଁ ଦିଗକୁ ଗତି କରିବ ଓ ଏହାର ତିବ୍ରତା କଣ ରହିବ ତାକୁ ନେଇ ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। 

Also Read: Gold Rate: ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଝଟକା, ୧୦ ଗ୍ରାମ୍ ପିଛା ଓଡ଼ିଶାରେ ଏତିକି ରହିଛି ଦର

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଡିସେମ୍ବର ୨ ତାରିଖ ଯାଏଁ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ରହିବ। ପରେ ଏବା ପୁଣି ଦିଗ ପରିବର୍ତ୍ତନ କରିବ। ୩ ତାରିଖ ବେଳକୁ ବାତ୍ୟା ରୂପ ନେବ। ତେବେ, ଏହି ବାତ୍ୟାର ନାଁ ମିଚାଔଙ୍ଗ (Cyclone Michaung) ବୋଲି ସ୍ପଷ୍ଟ ହୋଇଛି । ୪ ତାରିଖରୁ ଉତ୍ତର ପୂର୍ବ ଦିଗରେ ଗତି କରି ୬ ତାରିଖ ସୁଧା ବାଂଲାଦେଶ ଉପକୂଳ ଛୁଇଁବ । ସେପଟେ, ୨ ତାରିଖରେ ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ  ବାତ୍ୟା ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (imd) ପୂର୍ବାନୁମାନ କରିଛି। ତେବେ, ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ବିଶେଷ ଭାବରେ ପଡି ନ ପାରେ ବୋଲି ଅନୁମାନ କରାଯାଉଛି।  କିନ୍ତୁ ଓଡିଶାରେ ସମୁଦ୍ର ଅଶାନ୍ତ ରହିବ । ଏନେଇ ଆସନ୍ତାକାଲି ଠାରୁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। 

ସେପଟେ, ସାମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ରହିବାକୁ ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି (src)। ଏହି ଚିଠିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିବାକୁ ପୁରୀ, ଖୋର୍ଦ୍ଧ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାପାଳନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ସେପଟେ, ବାତ୍ୟାକୁ ନେଇ ଭୟଭିତ ନ ହୋଇ କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ ।