Cyclone Michaung: ୫ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଚାଉଙ୍ଗ’! ଏସବୁ ଅଞ୍ଚଳ ପାଇଁ IMD ଜାରି କଲା ହାଇ ଆଲର୍ଟ
Advertisement

Cyclone Michaung: ୫ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଚାଉଙ୍ଗ’! ଏସବୁ ଅଞ୍ଚଳ ପାଇଁ IMD ଜାରି କଲା ହାଇ ଆଲର୍ଟ

Cyclone Michaung: ବାତ୍ୟାକୁ ନେଇ ବଢୁଛି ଭୟ! ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସାରିଥିବା କହିଛି ପାଣିପାଗ ବିଭାଗ। ଯାହା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ । ବାତ୍ୟା ‘ମିଚାଉଙ୍ଗ’ପ୍ରଭାବରେ(Cyclone Michaung) ପ୍ରବଳ ବର୍ଷା ହେବା ସହ ପବନ ବହିବାର ଆଶଙ୍କା ରହିଛି । 

Cyclone Michaung: ୫ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଚାଉଙ୍ଗ’! ଏସବୁ ଅଞ୍ଚଳ ପାଇଁ IMD ଜାରି କଲା ହାଇ ଆଲର୍ଟ

Cyclone Michaung: ବାତ୍ୟାକୁ ନେଇ ବଢୁଛି ଭୟ!  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସାରିଥିବା କହିଛି ପାଣିପାଗ ବିଭାଗ। ଯାହା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ । ବାତ୍ୟା ‘ମିଚାଉଙ୍ଗ’ପ୍ରଭାବରେ(Cyclone Michaung) ପ୍ରବଳ ବର୍ଷା ହେବା ସହ ପବନ ବହିବାର ଆଶଙ୍କା ରହିଛି । ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋ ମିଟରରୁ ଅଧିକ ରହିବ ବୋଲି ଆଇଏମଡି (imd ) ପକ୍ଷରୁ କୁହାଯାଇଛି।  ସେପେଟେ, ବାତ୍ୟା ‘ମିଚାଉଙ୍ଗ’କୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ଆନ୍ଧ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ହାଇଆଲର୍ଟ ଜାରି କରାଯାଇଛି। ବିଶେଷକରି ବାତ୍ୟାର ପ୍ରଭାବରେ  ତାମଲନାଡୁର ଚେନ୍ନାଇ ଓ ଆନ୍ଧ୍ରର କିଛି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏବେ ଠାରୁ ବର୍ଷା ଆରମ୍ଭ ହୋଇଗଲାଣି । ବର୍ଷାର ପରିମାଣ ଆଗୁକୁ ବଢିବ ବୋଲି ଜଣାପଡିଛି। 

ଆଇଏମଡିର ରିପୋର୍ଟ ଅନୁଯାୟୀ, ବାତ୍ୟା ଏହା ପୁଡୁଚୋରୀ ଠାରୁ ମାତ୍ର ୪୪୦ କିଲୋମିଟର ଦୂରରେ ଏବଂ ଚେନ୍ନାଇଠାରୁ ୪୨୦ କିଲୋମିଟର ଦୂରରେ ରହିଛି ।  ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ବିଭାଗ।  ଡିସେମ୍ବର ୪(ସୋମବାର) ଅପରାହ୍ନରେ ଏହା ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ବାତ୍ୟା ‘ମିଚାଉଙ୍ଗ’ମଙ୍ଗଳବାର ଦିନ ଆନ୍ଧ୍ରର ନେଲ୍ଲୋର ଏବଂ ତାମିଲନାଡୁର ମଛଲିପଟନମ ଦେଇ ସ୍ଥଳଭାଗ ଛୁଇଁବ ବୋଲି  ଆକଳନ କରାଯାଉଛି। ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ କିଲୋମିଟର ବେଗରେ ବହିବ ବୋଲି କହିଛି ଆଇଏମଡି। 

 ବାତ୍ୟା ‘ମିଚାଉଙ୍ଗ’ ପାଇଁ ତାମିଲନାଡ଼ୁ,ଆନ୍ଧ୍ରପ୍ରଦେଶ, ଚେନ୍ନାଇ ଓ  ପୁଡୁଚେରୀର ଉପକୂଳବର୍ତ୍ତି ଅଞ୍ଚଳ ପାଇଁ ସତର୍କତା ଜାରି କରିଛି ପାଣପାଗ ବିଭାଗ ।  କେବଳ ସେତିକି ନୁହେଁ  ଯାତ୍ରୀଙ୍କ ସୁରକ୍ଷାକୁ  ଆଖି ଆଗରେ ରଖି, ପୁଡ଼ୁଚେରୀ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ଯାଉଥିବା ଟ୍ରେନ୍ ଗୁଡ଼ିକ ବାତିଲ ମଧ୍ୟ କରାଯାଇଛି ।  ଏବଂ ଉପକୂଳବର୍ତ୍ତି ଅଞ୍ଚଳ ଗୁଡିକରେ NDRF ଟିମ୍ ମୃତୟନ କରାଯାଇଛି। ଡିସେମ୍ବର ୬ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କୃଷି ଅଧିକାରୀମାନଙ୍କ ଛୁଟିକୁ ୨ରୁ ୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।