Weather Update: ଆସନ୍ତାକାଲି ଠୁ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି!
Advertisement
Article Detail0/zeeodisha/odisha2102988

Weather Update: ଆସନ୍ତାକାଲି ଠୁ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି!

Weather Update: ରାଜ୍ୟରେ ଜାରି ରହିଛି ଶୀତର (Cold wave in odisha)। ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)ପକ୍ଷରୁ କୁହାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ୧୭ ଜିଲ୍ଲାରେ ବର୍ଷା (rain)ସମ୍ଭାବନା ରହିଛି । 

Weather Update: ଆସନ୍ତାକାଲି ଠୁ ବର୍ଷା,  ୧୭ ଜିଲ୍ଲାକୁ ଆଲର୍ଟ ଜାରି!

Weather Update: ରାଜ୍ୟରେ ଜାରି ରହିଛି ଶୀତର (Cold wave in odisha)। ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)ପକ୍ଷରୁ କୁହାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ୧୭ ଜିଲ୍ଲାରେ ବର୍ଷା (rain)ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡି଼କ ହେଲା, ନୂଆପଡା, ବରଗଡ,ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଢେଙ୍କାନାଳ, କଟକ, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଓ ଯାଜପୁର ରହିଛି। ୧୨ ତାରିଖ ଦିନ ମଧ୍ୟ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଏହା ସହ ୧୩ ଓ ୧୪ ତାରିଖରେ ମଧ୍ୟ ପାଗ ଶୁଖିଲା ରହିବା ସହ ରାତି ପାରଦ ଖସିବାର ସମ୍ଭାବନା ରହିଛି। 

 

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ଦୃଷ୍ଟାନ୍ତ  ମୂଳକ ହ୍ରାସ ସହ ପାଇଛି। ସୁନ୍ଦରଗଡ ଜିଲ୍ଲାର କିରେଇ ଠାରେ  ସର୍ବନିମ୍ନ ରାତ୍ରି ତାପମାତ୍ରା  ୬.୭ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା୯.୧  ଡ଼ିଗ୍ରୀ,  ସୁନ୍ଦରଗଡରେ ୯.୨ ଡ଼ିଗ୍ରୀ ଏବଂ ରାଉରକେଲାରେ ୯.୯ ଡ଼ିଗ୍ରୀ ରେକର୍ଡ ତାପମାତ୍ରା ରେକର୍ଡ଼ କରାଯାଇଛି। ଫେବୃଆରୀ ପ୍ରଥମ ସପ୍ତାହରୁ ଶୀତ କୁଆଡେ ହଜି ଯାଇଛି। ଉପକୂଳରେ ରାତିର ତାପମାତ୍ରା ଯେତିକି ରହିବା କଥା ତା ଠାରୁ ୨ ରୁ ୫ ଡିଗ୍ରୀ ଅଧିକ ଅଛି।  ଆଭ୍ୟନ୍ତରୀଣ ଓଡି଼ଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ରହିଛି।  ସ୍ଥିତି ଏମିତି ଯେ, ଫେବୃଆରୀ ଆରମ୍ଭରୁ ହିଁ ଏସି, ଫ୍ୟାନ୍ ବିନା ରହି ହେଉନି। ବାହାରେ ଖରା ବାଧିଲାଣୀ। ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧିରେ ଧିରେ ବଢିଥାଏ। ମାତ୍ର ଏଥର ପ୍ରଥମ ସପ୍ତାହରୁ ହିଁ ସ୍ଥିତି ଅସ୍ବାଭବିକ ହେଲାଣୀ।