Cyclone Remal: ବାଂଲାଦେଶରେ ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ, ପଶ୍ଚିମବଙ୍ଗରେ ବିମାନବନ୍ଦର ବନ୍ଦ
Advertisement
Article Detail0/zeeodisha/odisha2265340

Cyclone Remal: ବାଂଲାଦେଶରେ ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ, ପଶ୍ଚିମବଙ୍ଗରେ ବିମାନବନ୍ଦର ବନ୍ଦ

ସତର୍କତାମୂଳକ ପଦକ୍ଷେପ ଭାବରେ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ଅପରାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ପୂର୍ବ ଏବଂ ଦକ୍ଷିଣ ପୂର୍ବ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଦେଇଛି।

Cyclone Remal: ବାଂଲାଦେଶରେ ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ, ପଶ୍ଚିମବଙ୍ଗରେ ବିମାନବନ୍ଦର ବନ୍ଦ

Cyclone Remal: ନୂଆଦିଲ୍ଲୀ: ବାତ୍ୟା ରେମାଳ ବାଂଲାଦେଶ ଉପକୂଳରେ ସ୍ଥଳ ଭାଗ ଛୁଇଁଛି। ଏନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ବିଳମ୍ବିତ ରାତିରେ ପ୍ରଥମେ ପଶ୍ଚିମବଙ୍ଗ ଏବଂ ପରେ ବାଂଲାଦେଶ ଉପକୂଳରେ ବାତ୍ୟା ରେମାଳ ସ୍ଥଳ ଭାଗ ଛୁଇଁଛି।ଏହି ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବତରଣ ପ୍ରକ୍ରିୟା ଜାରି ରହିଛି ଯାହା ଆସନ୍ତା ୯ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ବାତ୍ୟା ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳ ଦେଇ ଉତ୍ତର ଦିଗକୁ ଗତି କରୁଛି। ସ୍ଥଳ ଭାଗ ଛୁଇଁବା ପରେ ଏହା ଧିରେ ଧିରେ ଦୁର୍ବଳ ହେଉଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

 

ବର୍ତ୍ତମାନ କୋଲକାତା ସହରର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଏହି ଘୂର୍ଣ୍ଣିବଳୟ ସମ୍ପର୍କରେ ଲୋକଙ୍କୁ ସତର୍କ ରହିବାକୁ ବଙ୍ଗଳା ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। SOP ଅନୁସରଣ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ରାଜ୍ୟପାଳ ଡ. ସିଭି ଆନନ୍ଦ ବୋଷ କହିଛନ୍ତି ଯେ ସେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ତଥା କେନ୍ଦ୍ରୀୟ ବିଶେଷଜ୍ଞଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏହି ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ମୋଟ ୧୪ଟି NDRF ଦଳ ନିୟୋଜିତ ହୋଇଛନ୍ତି। ଏଥି ସହିତ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ।

ସେପଟେ ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ଅନୁଯାୟୀ ରବିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ମଧ୍ୟରେ ପ୍ରବଳ ଘୂର୍ଣ୍ଣିବଳୟ 'ରେମାଲ' ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୧୧୦ ରୁ ୧୨୦ କିଲୋମିଟର ବେଗରେ ପବନ ବହୁଥିଲା। ତେବେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୩୫ କିଲୋମିଟର ରହିଥିବା ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

 

ସେପଟେ 'ରେମାଲ' ଆସିବା ପୂର୍ବରୁ ପଶ୍ଚିମବଙ୍ଗରେ ବିମାନ ଚଳାଚଳ ଓ ରେଳ ଯାତାୟାତ ପ୍ରଭାବିତ ହୋଇଥିଲା। ରବିବାର ଦିନ କୋଲକାତା ଏବଂ ଦକ୍ଷିଣ ବଙ୍ଗଳାର ଅନ୍ୟାନ୍ୟ ଅଞ୍ଚଳରେ ବିମାନ, ରେଳ ଏବଂ ସଡକ ପରିବହନ ଏକ ପ୍ରକାର ଠପ ହୋଇଯାଇଥିଲା।  ସୋମବାର ମଧ୍ୟ ଏଭଳି ଅବସ୍ଥା ଜାରି ରହିଛି। ସତର୍କତାମୂଳକ ପଦକ୍ଷେପ ଭାବରେ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ଅପରାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ପୂର୍ବ ଏବଂ ଦକ୍ଷିଣ ପୂର୍ବ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଦେଇଛି।