Advertisement
Article Detail0/zeeodisha/odisha2262377
Zee OdishaWeatherWeather Update: ମାଡି଼ ଆସୁଛି ବାତ୍ୟା ରେମାଲ, ପ୍ରଭାବରେ ଆଜିଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

Weather Update: ମାଡି଼ ଆସୁଛି ବାତ୍ୟା 'ରେମାଲ', ପ୍ରଭାବରେ ଆଜିଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଚକିତ କଲାପରି ଖବର ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରାବର ସକାଳେ ଡିପ୍ରେସନ୍ ବା ଅବପାତରେ ପରିଣତ ହୋଇଛି। 

Weather Update: ମାଡି଼ ଆସୁଛି ବାତ୍ୟା 'ରେମାଲ', ପ୍ରଭାବରେ ଆଜିଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଚକିତ କଲାପରି ଖବର ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରାବର ସକାଳେ ଡିପ୍ରେସନ୍ ବା ଅବପାତରେ ପରିଣତ ହୋଇଛି। ଆଜି  ମଧ୍ୟ ରାତିରେ ରେମାଲ୍(Cyclone Remal) ସାଗର ଥାଇଲାଣ୍ତ  ଓ ଖେପୁପରା ମଝିରେ ବଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ସ୍ଥଳଭାଗ ଛୁଇଁବ ବୋଲି  ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ବାତ୍ୟାର କୌଣସି ପ୍ରଭାବ ଓଡି଼ଶା ଉପରେ ରହିବ ନାହିଁ। କିନ୍ତୁ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।  ଏ- ନେଇ  ଉତ୍ତର-ଉପକୂଳବର୍ତ୍ତୀ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଗୁଆ ଆଲର୍ଟ କରାଇଛନ୍ତି  ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ରାଜସ୍ୱ। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ଓ ମୟୁରଭଞ୍ଜ ପାଇଁ ସତର୍କ ସୂଚନା ଜାରି କରିଛନ୍ତି।

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

ହେଲେ  ସାମ୍ଭାବ୍ୟ ବାତ୍ୟା ସମୁଦ୍ରରେ ଗତି କରିବା ସମୟରେ  ଉତ୍ତର ଓ ଉପକୂଳ ଓଡି଼ଶାରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି( ମେ ୨୫) ତାରିଖରେ ବାଲେଶ୍ବର , ଭଦ୍ରକ, କେନ୍ଦ୍ରପଡା, ଜିଲ୍ଲାରେ ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ମଝିରେ ମଝିରେ ଝଟକା ପବନ ଘଣ୍ଟାପ୍ରତି ୬୦ କିମି  ବେଗରେ ହେବା ସମ୍ଭାବନା ରହିଛି। ସେହିପରି ୨୬ ତାରିଖ ସକାଳୁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି କେନ୍ଦ୍ରାପଡା ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୭ ପରଠୁ ରାଜ୍ୟରେ ବର୍ଷା ପ୍ରଭାବ କମିବା ସହ ଉପକୂଳ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

Add Zee News as a Preferred Source
About the Author