Weather Update: ରାଜ୍ୟରେ ବଦଳିବ ପାଣିପାଗ, ୫ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
Advertisement

Weather Update: ରାଜ୍ୟରେ ବଦଳିବ ପାଣିପାଗ, ୫ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Weather Update: ରାଜ୍ୟରେ ବଦଳିଛି ପାଣିପାଗ।  କିଛି ଦିନର ଅନ୍ତରାଳରେ ରାଜ୍ୟକୁ ଫେରିଛି ତାତି। ରାଜ୍ୟରେ ଗତ କିଛି ଦିନ ହେବ ତାତି ବୃଦ୍ଧି ପାଇବାରେ ଲାଗିଛି। ରବିବାର ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌‌ସିୟସ ରେକର୍ଡ ହୋଇଛି। ଏହାସହ ୫ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ? ଜାଣନ୍ତୁ ଆଜିର ରାଶିଫଳ

ରବିବାର ଦିନ, ବଲାଙ୍ଗୀରରେ ୩୮.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେଲଟିଟିଲାଗଡ଼ରେ ୩୮.୨ ଡିଗ୍ରୀ ଓ ମାଲକାନଗିରିରେ ୩୮ ଡିଗ୍ରୀ ସେଲ୍‌‌ସିୟସ ତାପମାତ୍ରା ରେକର୍ଡ କରାଯାଇଛି। ତେବେ, ପାଣିପାଗ ବିଭାଗର ସୂଚନା ଅନୁସାରେ,  ଆସନ୍ତା ଚାରି ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୪ ଡ଼ିଗ୍ରୀ ଯାଏଁ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ଶେଷ ବେଳକୁ କିଛି ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ଛୁଇଁବ ବୋଲି ଆଶଙ୍କା ରହିଛି। ଅନ୍ୟପଟେ, ରାତି ତାପମାତ୍ରା ମଧ୍ୟ ୨ ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି( ମଙ୍ଗଳବାର) ରାଜ୍ୟର ୪-୫ଟି ଜିଲ୍ଳାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସେହିପରି, ଶନିବାର  ୧୪ ସହରର ପାରଦ ୩୬ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି।  ୩୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର  ପାଲଟିଛି।  ଏହା ତଳକୁ ଟିଟିଲାଗଡ଼ ୩୭.୫, ମାଲକାନଗିରି ୩୭.୧,ଭବାନୀପାଟଣା  ଓ ପାରଳାଖେମୁଣ୍ତିରେ ପାରଦ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି।  ଏହାଛଡା ଚାନ୍ଦବାଲିରେ ୩୭.୭, ନୟାଗଡରେ ୩୬.୫, କଟକ ଓ ଝାରସୁଗୁଡାରେ ୩୬.୪, ଜଗତସିଂହପୁରରେ ୩୬.୨, ଅନୁଗୁଳ, ସୋନପୁର ଓ ରାଉରକେଲାରେ ତାପମାତ୍ରା ୩୬.୧ ଡିଗ୍ରୀ ରେକର୍ଡ଼ ହୋଇଛି।  ମୁଖ୍ୟ କଥା ହେଲା ରାଜ୍ୟରେ ଏବେ ପାଗ ମୁଖ୍ୟତ ଶୁଖିଲା ରହିବା ସହ ପାରଦ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି।