Advertisement
Article Detail0/zeeodisha/odisha2217299
Zee OdishaWeatherWeather Report: ଏହି ସବୁ ସ୍ଥାନରେ ବର୍ଷା ହେବା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ...

Weather Report: ଏହି ସବୁ ସ୍ଥାନରେ ବର୍ଷା ହେବା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ...

Weather Report: ଦେଶରେ ବିଭିନ୍ନ ରାଜ୍ୟରେ ଅତ୍ୟଧିକ ଖରା ଓ ଗରମ ଯୋଗୁଁ ଲୋକମାନେ ନାନାଦି ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା କିଛି ଦିନ ପାଇଁ ଅନେକ ରାଜ୍ୟରେ ତାପମାତ୍ରା କମିବାର ସମ୍ଭାବନା ରହିଛି।

Weather Report: ଏହି ସବୁ ସ୍ଥାନରେ ବର୍ଷା ହେବା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ...

Weather Report: ଦେଶରେ ବିଭିନ୍ନ ରାଜ୍ୟରେ ଅତ୍ୟଧିକ ଖରା ଓ ଗରମ ଯୋଗୁଁ ଲୋକମାନେ ନାନାଦି ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା କିଛି ଦିନ ପାଇଁ ଅନେକ ରାଜ୍ୟରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ଆଇଏମଡି ରିପୋର୍ଟ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ପୂର୍ବ ଭାରତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡିଶା, ବିହାର, ଛତିଶଗଡ ଏବଂ ଝାଡ଼ଖଣ୍ଡର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ତେବେ ବର୍ତ୍ତମାନ ପଶ୍ଚିମବଙ୍ଗ, ଓଡି଼ଶା ଏବଂ ଝାଡ଼ଖଣ୍ଡ ସମେତ ଅନେକ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ମଙ୍ଗଳବାର ପର୍ଯ୍ୟନ୍ତ ଏହି ରାଜ୍ୟଗୁଡିକରେ ସମାନ ମାତ୍ରା ଖରା ଓ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି।

ଆଇଏମଡିର ସୂଚନା ଅନୁଯାୟୀ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, କରାଇକାଲ, ଏବଂ କେରଳରେ ଗରମ ଏବଂ ଆର୍ଦ୍ର ପାଣିପାଗର ଆଶଙ୍କା ରହିଛି। IMD ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ ଉତ୍ତରପ୍ରଦେଶର ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଯେଉଁ ଅଞ୍ଚଳରେ ଅତ୍ୟଧିକ ଉତ୍ତାପ ସମ୍ପର୍କରେ ଚେତାବନୀ ଦିଆଯାଇଛି ସେଥିରେ ମଧ୍ୟପ୍ରଦେଶ, ଗୁଜୁରାଟ, ଓଡିଶା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିଦର୍ଭ, ମହାରାଷ୍ଟ୍ର, ବିହାର ଏବଂ ଝାଡ଼ଖଣ୍ଡ ରହିଛି।

 

ତେବେ ଜୁନ୍ ୧ ତାରିଖରୁ ଦେଶରେ ପ୍ରବେଶ କରିବାକୁ ଯାଉଛି ମୌସୁମୀ, ଏହା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀର ପ୍ରଭାବ ଅନୁଭୂତ ହେବା ନେଇ ସୂଚନା ଦେଇଛି ବିଭାଗ। ପ୍ରାୟ ୨୦ ଟି ରାଜ୍ୟରେ ଏଥର ମୌସୁମୀ ଶିଘ୍ର ପଡି଼ବାର ସମ୍ଭାବନା ରହିଛି। ବର୍ଷା କୃଷକମାନଙ୍କ ପାଇଁ ଲାଭଦାୟକ ହେବ, କିନ୍ତୁ ଯଦି ଲଗାତାର ପ୍ରବଳ ବର୍ଷା ହୁଏ, ତେବେ ଏହା ଦ୍ୱାରା କୃଷକମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।

About the Author