Weather Report: ପ୍ରବଳ ବର୍ଷା ନେଇ ଏହି ସବୁ ସ୍ଥାନ ପାଇଁ ରେଡ୍ ଆଲର୍ଟ ଜାରି..
Advertisement
Article Detail0/zeeodisha/odisha2399387

Weather Report: ପ୍ରବଳ ବର୍ଷା ନେଇ ଏହି ସବୁ ସ୍ଥାନ ପାଇଁ ରେଡ୍ ଆଲର୍ଟ ଜାରି..

Weather Report: ଗୋଟିଏ ପଟେ ରାଜଧାନୀରେ ମଧ୍ୟବର୍ତ୍ତୀକାଳୀନ ବର୍ଷା ହେଉଥିବାବେଳେ ଅନ୍ୟ ରାଜ୍ୟରେ ବର୍ଷା ହେତୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ମଧ୍ୟପ୍ରଦେଶରେ ବର୍ଷା ହେତୁ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ମୁମ୍ବାଇ, ରାଜସ୍ଥାନ ଏବଂ ଗୁଜୁରାଟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Weather Report: ପ୍ରବଳ ବର୍ଷା ନେଇ ଏହି ସବୁ ସ୍ଥାନ ପାଇଁ ରେଡ୍ ଆଲର୍ଟ ଜାରି..

Weather Report: ଦିଲ୍ଲୀ ଏନସିଆର ସମେତ ଦେଶର ଏହି ରାଜ୍ୟଗୁଡ଼ିକରେ ପାଣିପାଗର ପୁଣି ଥରେ ପରିବର୍ତ୍ତନ ହେବାକୁ ଯାଉଛି। ଗୋଟିଏ ପଟେ ରାଜଧାନୀରେ ମଧ୍ୟବର୍ତ୍ତୀକାଳୀନ ବର୍ଷା ହେଉଥିବାବେଳେ ଅନ୍ୟ ରାଜ୍ୟରେ ବର୍ଷା ହେତୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ମଧ୍ୟପ୍ରଦେଶରେ ବର୍ଷା ହେତୁ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ମୁମ୍ବାଇ, ରାଜସ୍ଥାନ ଏବଂ ଗୁଜୁରାଟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା:

ଏହି ସପ୍ତାହରେ ରାଜଧାନୀରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧-୨ ଦିନ ପାଇଁ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି। IMD ଅନୁଯାୟୀ, ଆଜି ୨୫ ଅଗଷ୍ଟ ରବିବାର ଦିନ ଦିଲ୍ଲୀରେ ପାଗ ମେଘୁଆ ରହିବ। କେତେକ ସ୍ଥାନରେ ପ୍ରବଳ ବଜ୍ରପାତ ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରହିଛି।

ଗୁଜୁରାଟରେ ଦିନ ବର୍ଷା:

ଆସନ୍ତା ୫ଦିନ ଗୁଜୁରାଟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅହମ୍ମଦାବାଦରେ ୨-୩ ଦିନ ଧରି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଭଡୋଦରା, ଡ୍ୟାଙ୍ଗ, ତାପି, ଡାହୋଡ, ଭାରୁଚ, ପଞ୍ଚମହଲ ଏବଂ ନର୍ମଦା ଠାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ମତ୍ସ୍ୟଜୀବୀଙ୍କୁ ୫ ଦିନ ପର୍ଯ୍ୟନ୍ତ ସମୁଦ୍ର କୂଳକୁ ଯିବାକୁ ମଧ୍ୟ ବାରଣ କରାଯାଇଛି।

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସତର୍କତା:

ପାଣିପାଗ ବିଭାଗ ଅନୁଯାୟୀ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ରାୟଗଡରେ ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ରତ୍ନଗିରି, ଥାନେ ଏବଂ ପାଲଘର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଏବଂ ମୁମ୍ବାଇରେ ୟେଲୋ ଆଲର୍ଟ ଜାରି କରାଯାଇଛି।