Weather Report: ୩୦ରେ ପ୍ରବଳ ବର୍ଷା ସମ୍ଭାବନା, ଏହି ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ..
Advertisement
Article Detail0/zeeodisha/odisha2310469

Weather Report: ୩୦ରେ ପ୍ରବଳ ବର୍ଷା ସମ୍ଭାବନା, ଏହି ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ..

Weather Report: ଶେଷ ସୁଦ୍ଧା ରାଜଧାନୀ ଦିଲ୍ଲୀକୁ ମୌସୁମୀ ଛୁଇଁବ। ମୌସୁମୀ ଆସିବାର ଏହା ଉପକୁଳ ସମୟ ବୋଲି ସୂଚନା ଦେଇଛି ବିଭାଗ। ଚଳିତ ବର୍ଷ ମୌସୁମୀ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ଭରେ ଆସୁଥିଲେ ସୁଦ୍ଧା, ସମସ୍ତେ ଖୁବ୍ ବ୍ୟାକୁଳତା ସହ ମୌସୁମୀକୁ ଅପେକ୍ଷା କରିଛନ୍ତି। ଜୁନ୍ 28 ଏବଂ 29 ରେ ପାଣିପାଗ ବିଭାଗ ଦିଲ୍ଲୀ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି। 

Weather Report: ୩୦ରେ ପ୍ରବଳ ବର୍ଷା ସମ୍ଭାବନା, ଏହି ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ..

Weather Report: ମୌସୁମୀ ଏବେ ଉତ୍ତର ଭାରତ ଛୁଇଁଛି। ଲଗାତାର କିଛି ଦିନ ହେବ ଲାଗିରହିଥିବା ଖରା, ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଦିଲ୍ଲୀ-ଏନସିଆର, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାର କିଛି କିଛି ସ୍ଥାନରେ ବର୍ଷା ଯୋଗୁ ପାଗରେ ପରିବର୍ତ୍ତନରେ ଦେଖିବାକୁ ମିଳିଛି। ଉତ୍ତର ଭାରତର କିଛି କିଛି ରାଜ୍ୟରେ ଏବେ ବି ମୌସୁମୀ ଆସିବାକୁ ଆଉ ୨ ରୁ ୩ ଦିନ ଲାଗିବ ବୋଲି କହିଛି ପାଣିପାଗ କେନ୍ଦ୍ର। ଜୁନ୍ ୨୯-୩୦ ରେ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହି ସପ୍ତାହ ଶେଷରେ ଦିଲ୍ଲୀରେ ପ୍ରବଳ ବର୍ଷା:

ଏହି ସପ୍ତାହ ଶେଷ ସୁଦ୍ଧା ରାଜଧାନୀ ଦିଲ୍ଲୀକୁ ମୌସୁମୀ ଛୁଇଁବ। ମୌସୁମୀ ଆସିବାର ଏହା ଉପକୁଳ ସମୟ ବୋଲି ସୂଚନା ଦେଇଛି ବିଭାଗ। ଚଳିତ ବର୍ଷ ମୌସୁମୀ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ଭରେ ଆସୁଥିଲେ ସୁଦ୍ଧା, ସମସ୍ତେ ଖୁବ୍ ବ୍ୟାକୁଳତା ସହ ମୌସୁମୀକୁ ଅପେକ୍ଷା କରିଛନ୍ତି। ଜୁନ୍ 28 ଏବଂ 29 ରେ ପାଣିପାଗ ବିଭାଗ ଦିଲ୍ଲୀ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୩୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବବନା ରହିଛି। ଏହି ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। 64.5 ରୁ 115.5 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ପୂର୍ବାନୁମାନ ଅନୁଯାୟୀ ଗୁରୁବାର ଦିନ ମେଘୁଆ ରହିବ। ହାଲୁକା ବର୍ଷା ହେବ। ପ୍ରବଳ ପବନ ବହିବ। ଘଣ୍ଟା ପ୍ରତି 25 ​​ରୁ 35 କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ମଧ୍ୟ ରହିଛି। ସର୍ବାଧିକ ତାପମାତ୍ରା ୩୮ ଏବଂ ସର୍ବନିମ୍ନ ୨୯ ଡିଗ୍ରୀ ହୋଇପାରେ। ଏହା ପରେ ଜୁନ୍ ୨୮ ରୁ ବର୍ଷା ବୃଦ୍ଧି ପାଇବ। ଏହି ଦିନ ଅପରାହ୍ନରେ ମଧ୍ୟମ ଧରଣର ବର୍ଷା ହେବ।