Weather Report: ଏହି ସବୁ ସ୍ଥାନରେ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି..
Advertisement
Article Detail0/zeeodisha/odisha2281692

Weather Report: ଏହି ସବୁ ସ୍ଥାନରେ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି..

Weather Report: ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର, ଉପକୂଳ କର୍ଣ୍ଣାଟକ, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଜୁନ୍ ୮ ଓ ୯ ରେ ଉତ୍ତରପ୍ରଦେଶର କିଛି ଅଞ୍ଚଳ ଏବଂ ମଧ୍ୟପ୍ରଦେଶ, ବିହାର, ଓଡିଶା ଏବଂ ଝାଡ଼ଖଣ୍ଡର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ମଧ୍ୟ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିହାର ଏବଂ ଝଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ନେଇ ଆଇଏମଡି ପୂର୍ବାନୁମାନ କରିଛି।

Weather Report: ଏହି ସବୁ ସ୍ଥାନରେ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି..

Weather Report: ଭାରତ ପାଣିପାଗ ବିଭାଗ (IMD) ଜୁନ୍ ୯ ପର୍ଯ୍ୟନ୍ତ ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ହେବା ନେଇ ପୂର୍ବାନୁମାନ କରିଛି। ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର, ଉପକୂଳ କର୍ଣ୍ଣାଟକ, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଜୁନ୍ ୮ ଓ ୯ ରେ ଉତ୍ତରପ୍ରଦେଶର କିଛି ଅଞ୍ଚଳ ଏବଂ ମଧ୍ୟପ୍ରଦେଶ, ବିହାର, ଓଡିଶା ଏବଂ ଝାଡ଼ଖଣ୍ଡର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ମଧ୍ୟ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିହାର ଏବଂ ଝଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ନେଇ ଆଇଏମଡି ପୂର୍ବାନୁମାନ କରିଛି।

ସେପଟେ ଉତ୍ତରପ୍ରଦେଶରରେ ପାଗ ପ୍ରତ୍ୟେକ ମୁହୂର୍ତ୍ତରେ ବଦଳୁଥିବା ଦେଖିବାକୁ ମିଳିଛି। ଇରାନ ଏବଂ ଇରାକରୁ ଆସିଥିବା ପାଶ୍ଚାତ୍ୟ ଘୂର୍ଣ୍ଣି ଝଡ଼ର ପ୍ରଭାବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି। ବୁଧବାର ରାତିସାରା ୟୁପିର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ପବନ ଦେଖିବାକୁ ମିଳିଛି। ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ବେଗରେ ପବନ ବହିବା ସହ ଲଗାତାର ଅନେକ ଧରି ବର୍ଷା ମଧ୍ୟ ହୋଇଛି। ଲକ୍ଷ୍ନୌରେ ସକାଳ ୭.୦୦ ପର୍ଯ୍ୟନ୍ତ ବର୍ଷା ଜାରି ରହିଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ଲକ୍ଷ୍ନୌ ଓ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି।

ପୂର୍ବରୁ ଲକ୍ଷ୍ନୌର ତାପମାତ୍ରା 43 ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ୩୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି ଏବଂ ରାତିର ତାପମାତ୍ରା ମଧ୍ୟ ୨୭ ରୁ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ଥିବା ରେକର୍ଡ କରାଯାଇଛି। ତେବେ ଏହି ଆଶ୍ୱସ୍ତି କେବଳ ଲକ୍ଷ୍ନୌ ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ପାଣିପାଗ କେନ୍ଦର ସୂଚନା ଅନୁସାରେ ରାଜ୍ୟରେ ଅନେକ ଦିନ ଧରି ହିଟ୍ ୱେଭ୍ ର ପ୍ରଭାବ ଜାରି ରହିଥିବା ବେଳେ ଏହି ବର୍ଷା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ମାତ୍ର ଆଜି ଅର୍ଥାତ୍ ଗୁରୁବାର ଠାରୁ ଗ୍ରୀଷ୍ମ ପ୍ରବାହ ଆସନ୍ତା 7 ଦିନ ପାଇଁ ପୁଣି କିଛି ଜିଲ୍ଲାରେ ବଢ଼ିବାକୁ ଯାଉଛି। ଏହି ଜିଲ୍ଲାଗୁଡ଼ିକରେ ବୁନ୍ଦେଲଖଣ୍ଡ, ଆଗ୍ରା ଏବଂ ପ୍ରୟାଗରାଜ ଅନ୍ତର୍ଭୁକ୍ତ। ଆଗାମୀ 5 ରୁ 7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଏଠାରେ ଜାରି ରହିବ। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ।