Weather Report: ରାଜ୍ୟରେ ବଦଳିବ ପାଣିପାଗ, କାଲିଠୁ ବର୍ଷା ସମ୍ଭାବନା!
Advertisement
Article Detail0/zeeodisha/odisha2062010

Weather Report: ରାଜ୍ୟରେ ବଦଳିବ ପାଣିପାଗ, କାଲିଠୁ ବର୍ଷା ସମ୍ଭାବନା!

Weather Report: ଆଉ ଦିନକ ପରେ ରାଜ୍ୟରେ ବଦଳିବ ପାଣିପାଗ। ଶୀତ ରାଜ୍ୟବାସୀଙ୍କ କଲବଲ କରୁଥିବା ବେଳେ ଏବେ ବର୍ଷା କରିପାରେ ହଇରାଣ। ଆସନ୍ତା ୧୭ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ କିଛି ସ୍ଥାନରେ ବର୍ଷା(Rain) ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। 

Weather Report: ରାଜ୍ୟରେ ବଦଳିବ ପାଣିପାଗ, କାଲିଠୁ ବର୍ଷା ସମ୍ଭାବନା!

Weather Report: ଆଉ ଦିନକ ପରେ ରାଜ୍ୟରେ ବଦଳିବ ପାଣିପାଗ। ଶୀତ ରାଜ୍ୟବାସୀଙ୍କ କଲବଲ କରୁଥିବା ବେଳେ ଏବେ ବର୍ଷା କରିପାରେ ହଇରାଣ। ଆସନ୍ତା ୧୭ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ କିଛି ସ୍ଥାନରେ ବର୍ଷା(Rain) ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଶେଷ କରି ଉତ୍ତର ଓଡ଼ିଶା(Northern Odisha) ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ପାଗ(Weather) ମୁଖ୍ୟତଃ ଶୁଖିଲା ରହିବା ସହ କିଛି ଅଞ୍ଚଳରେ ଶୀତ(Cold) ଅନୁଭୂତ ହେବ। ୧୭ ତାରିଖ ବେଳକୁ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ହେବା ପରେ ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ୧୭ ତାରିଖରେ ବରଗଡ଼(Bargarh), ସୁନ୍ଦରଗଡ଼(Sundargarh), ଝାରସୁଗୁଡ଼ା, କେନ୍ଦୁଝର(Keonjhar), ସମ୍ବଲପୁର(Sambalpur), ଦେବଗଡ଼ ଓ ମୟୂରଭଞ୍ଜ ଆଦିରେ ବର୍ଷା ଆଶଙ୍କା ରହିଛି। ସେହିପରି ୧୮ରେ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ(Bhadrak)ରେ ବର୍ଷା ଆଶଙ୍କା ରହିଛି। ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ଶୀତ ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ।

ସେପଟେ ଗତ ୫ ଦିନ ହେଲା ପାରଦ ତଳମୁହାଁ ହେଉଥିବା ବେଳେ ଶିମିଳିପାଳ(Shimilipal) ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଜଙ୍ଗଲ ଭିତରେ ବନବାସୀଙ୍କ ଜୀବନଯାତ୍ରା ପ୍ରଭାବିତ ହେଉଛି । ଶିମିଳିପାଳ ପାଦ ଦେଶରେ ଥିବା ନଅଣା, ବରେହି ପାଣି, ଚହଲା ଅଞ୍ଚଳରେ ତାପମାତ୍ରା ୫ ରୁ ୭ ଡିଗ୍ରୀ ମଧ୍ୟରେ ରହୁଛି। ତେବେ ବାରହାକାମୁଡା ଅଞ୍ଚଳରେ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ତାପମାତ୍ରା ଶୂନ ଡିଗ୍ରୀକୁ ଖସି ଆସିଥିଲା। ସକାଳୁ ସକାଳୁ ଏହି ଅଞ୍ଚଳର କିଛି ସ୍ଥାନରେ ଭୂମି ଉପରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଥିଲା।

Also Read: Odisha Weather: ଆଉ ୨ ଦିନ ଧରି କଲବଲ କରିବ ହାଡ଼ ଭଙ୍ଗା ଜାଡ, ୧୭ ରୁ ପାଣିପାଗରେ ପରିବର୍ତ୍ତନ