Odisha Weather: ଆଉ ୨ ଦିନ ଧରି କଲବଲ କରିବ ହାଡ଼ ଭଙ୍ଗା ଜାଡ, ୧୭ ରୁ ପାଣିପାଗରେ ପରିବର୍ତ୍ତନ
Advertisement
Article Detail0/zeeodisha/odisha2059214

Odisha Weather: ଆଉ ୨ ଦିନ ଧରି କଲବଲ କରିବ ହାଡ଼ ଭଙ୍ଗା ଜାଡ, ୧୭ ରୁ ପାଣିପାଗରେ ପରିବର୍ତ୍ତନ

Odisha Weather: ସକାଳୁ ସକାଳୁ ଏହି ଅଞ୍ଚଳର କିଛି ସ୍ଥାନରେ ଭୂମି ଉପରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଥିଲା। ଆଉ କିଛିଦିନ ଏମିତି ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପଟେ ମୟୂରଭଞ୍ଜଶୀତ ବଢିବା ସହ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢୁଛି। ମୁଖତ୍ୟଃ ଅଧିକ ପର୍ଯ୍ୟଟକ ଶିମିଳିପାଳକୁ ଆସୁଛନ୍ତି। 

 

Odisha Weather: ଆଉ ୨ ଦିନ ଧରି କଲବଲ କରିବ ହାଡ଼ ଭଙ୍ଗା ଜାଡ, ୧୭ ରୁ ପାଣିପାଗରେ ପରିବର୍ତ୍ତନ

Odisha Weather: ପୁଣି ଶୀତ କରୁଛି କଲବଲ । ରାତିରେ ଖସୁଛି ପାରଦ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣି ଥରେ ୧୫ ଡିଗ୍ରୀ ଭିତରେ ରହିବା ଅନୁମାନ କରାଯାଉଛି । ସେହିଭଳି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଭିତରେ ରହିବ । ‌ଶୀତ ବଢ଼ିବା ସତ୍ତ୍ବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ତେବେ ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରୀ ଓ କିରେଇ ରେ ୭.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେପଟେ ଜାଡ଼ରେ ଥରୁଛି ମୟୂରଭଞ୍ଜ।

ଗତ ୪ ଦିନ ହେଲା ପାରଦ ତଳମୁହାଁ ହେଉଥିବା ବେଳେ ଶିମିଳିପାଳ(Shimilipal) ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଜଙ୍ଗଲ ଭିତରେ ବନବାସୀଙ୍କ ଜୀବନଯାତ୍ରା ପ୍ରଭାବିତ ହେଉଛି । ଶିମିଳିପାଳ ପାଦ ଦେଶରେ ଥିବା ନଅଣା, ବରେହି ପାଣି, ଚହଲା ଅଞ୍ଚଳରେ ତାପମାତ୍ରା ୫ ରୁ ୭ ଡିଗ୍ରୀ ମଧ୍ୟରେ ରହୁଛି। ତେବେ ବାରହାକାମୁଡା ଅଞ୍ଚଳରେ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ତାପମାତ୍ରା ଶୂନ ଡିଗ୍ରୀକୁ ଖସି ଆସିଥିଲା। ସକାଳୁ ସକାଳୁ ଏହି ଅଞ୍ଚଳର କିଛି ସ୍ଥାନରେ ଭୂମି ଉପରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଥିଲା। ଆଉ କିଛିଦିନ ଏମିତି ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପଟେ ମୟୂରଭଞ୍ଜଶୀତ ବଢିବା ସହ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢୁଛି। ମୁଖତ୍ୟଃ ଅଧିକ ପର୍ଯ୍ୟଟକ ଶିମିଳିପାଳକୁ ଆସୁଛନ୍ତି। 

ଗତ ୪ ଦିନ ହେଲା ପାରଦ ତଳମୁହାଁ ହେଉଥିବା ବେଳେ ଶିମିଳିପାଳ(Shimilipal) ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଜଙ୍ଗଲ ଭିତରେ ବନବାସୀଙ୍କ ଜୀବନଯାତ୍ରା ପ୍ରଭାବିତ ହେଉଛି । ଶିମିଳିପାଳ ପାଦ ଦେଶରେ ଥିବା ନଅଣା, ବରେହି ପାଣି, ଚହଲା ଅଞ୍ଚଳରେ ତାପମାତ୍ରା ୫ ରୁ ୭ ଡିଗ୍ରୀ ମଧ୍ୟରେ ରହୁଛି। ତେବେ ବାରହାକାମୁଡା ଅଞ୍ଚଳରେ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ତାପମାତ୍ରା ଶୂନ ଡିଗ୍ରୀକୁ ଖସି ଆସିଥିଲା। ସକାଳୁ ସକାଳୁ ଏହି ଅଞ୍ଚଳର କିଛି ସ୍ଥାନରେ ଭୂମି ଉପରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଥିଲା। ଆଉ କିଛିଦିନ ଏମିତି ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପଟେ ମୟୂରଭଞ୍ଜଶୀତ ବଢିବା ସହ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢୁଛି। ମୁଖ୍ୟତଃ ଅଧିକ ପର୍ଯ୍ୟଟକ ଶିମିଳିପାଳକୁ ଆସୁଛନ୍ତି। 

ସେହିପରି ଗତ ୨୪ ଘଣ୍ଟାରେ ୧୦ ଡିଗ୍ରୀ ତଳେ ୧୧ ସହର ର ତାପମାତ୍ରା ରହିଛି। ସେହି ସହର ଗୁଡିକ ହେଲା କିରେଇ, ଘୁ ଉଦୟଗିରି, ରାଉରକେଲା, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡା, ଫୁଲବାଣୀ, ରାଣୀତାଲ, ସିମିଳିଗୁଡା, କେନ୍ଦୁଝର ଗଡ, ଅନୁଗୁଳ । 

 

ସେପଟେ ଯଦି ଦେଖିବା ଉତ୍ତର ଭାରତରେ (North India Weather) ସ୍ଥିତି ସଙ୍ଗୀନ। ପ୍ରବଳ ଥଣ୍ଡା ଓ କୁହୁଡି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି। ପାଣିପାଗ ବିଭାଗ ଅନୁଯାୟୀ, ଗତକାଲି ଅର୍ଥାତ୍ ଜାନୁଆରୀ ୧୩ ରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏବଂ ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏଥିସହ ଆଜି ସକାଳୁ ନୂଆଦିଲ୍ଲୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା କିଛି ଦିନ ଧରି ଘନ କୁହୁଡ଼ିରୁ କୌଣସି ନିସ୍ତାର ମିଳିବ ନାହିଁ। ଏଥି ସହିତ, ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । 

ଜାନୁଆରୀ ୧୩ ପର୍ଯ୍ୟନ୍ତ ଦିଲ୍ଲୀରେ ଘନ କୁହୁଡ଼ି ଥିଲା, ହେଲେ ଜାନୁଆରୀ ୧୪ ରୁ ୧୫ ଅର୍ଥାତ୍ କାଲି ପର୍ଯ୍ୟନ୍ତ ଘନ କୁହୁଡ଼ି ଏବଂ ଏହା ପରେ ମଧ୍ୟମ କୁହୁଡି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀ ଛଡ଼ା ଯଦି ଆମେ ଲକ୍ଷ୍ନୌ, କାନପୁର ସମେତ ୟୁପିର ଅନେକ ସହରରେ କୋଲ୍ଡ ୱେଭ୍ ଏବଂ କୁହୁଡି ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ଉତ୍ତର-ପଶ୍ଚିମ ଭାରତରେ ସକାଳେ ଘନ କୁହୁଡ଼ି ଦେଖାଯିବ। ଏଥି ସହିତ, ୧୩ ରୁ ୧୫ ଜାନୁଆରୀ ମଧ୍ୟରେ ପଞ୍ଜାବରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା(Heavy To Heavy Cold Wave In Punjab) ହେବାର ଆଶଙ୍କା ରହିଛି।