Advertisement
Article Detail0/zeeodisha/odisha2292134
Zee OdishaWeatherWeather Report: ଫିକା ପଡ଼ିବ ରଜ ମଉଜ! ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଲର୍ଟ ଜାରି..

Weather Report: ଫିକା ପଡ଼ିବ ରଜ ମଉଜ! ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଲର୍ଟ ଜାରି..

Weather Report: ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ମାଲକାନାଗିରି,ନୂଆପଡ଼ା,  ନୂଆପଡ଼ାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Weather Report: ଫିକା ପଡ଼ିବ ରଜ ମଉଜ! ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଲର୍ଟ ଜାରି..

Weather Report: ଆଜିଠୁ ରାଜ୍ୟରେ ରଜ ଉତ୍ସବ ଆରମ୍ଭ ହେଉଥିବା ବେଳେ ପାଗର ଖରା ଛାଇ ଖେଳ ଦେଖିବାକୁ ମିଳିଛି। କିଛି କିଛି ସ୍ଥାନରେ ବର୍ଷା, ପବନ ଡରାଉଥିବା ବେଳେ ଆଉ କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଏପରି ସ୍ଥଳେ ଆଜି ରାଜ୍ୟର ୨୦ଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ମାଲକାନାଗିରି,ନୂଆପଡ଼ା,  ନୂଆପଡ଼ାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

 

Add Zee News as a Preferred Source

୧୫ ତାରିଖ ଠାରୁ ପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛି ବିଭାଗ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ହେବ। ୧୬ ତାରିଖରେ କୋରାପୁଟ(Koraput), ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୭ ତାରିଖଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ସେପଟେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାକୁ ପହଞ୍ଚି ପାରି ନଥିବା କହିଛି ପାଣିପାଗ ବିଭାଗ।

About the Author