Weather Update: ଥରୁଛି ଓଡି଼ଶା, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା
Advertisement
Article Detail0/zeeodisha/odisha2013288

Weather Update: ଥରୁଛି ଓଡି଼ଶା, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

Weather Update: ବଢୁଛି ଶୀତ (winter)।  ରାଜ୍ୟରେ ଏବେ ଧିରେ ଧିରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଜି .ଉଜୟଗିରି ଶୁକ୍ରବାର ରାଜ୍ୟର ସବୁଠୁ ଥଣ୍ତା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା  ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୨୩ ସହରର ତାପମାତ୍ରା  ୧୫ ଡିଗ୍ରୀ  ତଳେ ରହିଛି । 

Weather Update: ଥରୁଛି ଓଡି଼ଶା, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

Weather Update: ବଢୁଛି ଶୀତ (winter)।  ରାଜ୍ୟରେ ଏବେ ଧିରେ ଧିରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଜି .ଉଜୟଗିରି ଶୁକ୍ରବାର ରାଜ୍ୟର ସବୁଠୁ ଥଣ୍ତା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା  ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୨୩ ସହରର ତାପମାତ୍ରା  ୧୫ ଡିଗ୍ରୀ  ତଳେ ରହିଛି ।  ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ  ୧୭ ତାରିଖରୁ ରାଜ୍ୟରେ ଥଣ୍ତା କମିଯିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। 

 

Also Read: Dhanu Sankranti 2023: ଧନୁ ସଂକ୍ରାନ୍ତିରେ ରାଜଯୋଗ, ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଶୁକ୍ରବାର ଦିନ ଫୁଲବାଣୀରେ  ୮.୫ ଡିଗ୍ରୀ, କିରେଇରେ ୮.୭, ସେମିଳିଗୁଡାରେ ୮.୭, ଦାରିଙ୍ଗିବାଡିରେ  ୯.୦୫, କୋରାପୁଟରେ ୯.୫, ରାଉରକେଲାରେ ୯.୭,କେନ୍ଦୁଝରରେ ୧୪.୦୪,ସୁନ୍ଦରଗଡରେ ୧୦.୫, ଅନୁଗୋଳରେ ୧୦.୬ ଡିଗ୍ରୀ ଓ ଝାରସୁଗୁଡାରେ ୧୦.୦୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।  ସୋନପୁର ଓ ନବରଙ୍ଗପୁରରେ ୧୧.୮,ଭବାନୀପାଟଣାରେ ୧୧.୪, ବଲାଙ୍ଗୀରରେ ୧୩, କେନ୍ଦ୍ରାପଡାରେ ୧୩.୨ ଡିଗ୍ରୀ, ଜଗତସିଂହପୁରରେ ୧୩.୫ ଡିଗ୍ରୀ ,ବୌଦ୍ଧରେ ୧୩.୭, ତାଳଚେରରେ ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 

ସେପେଟେ ଆଗାମୀ ଦିନରେ ଥଣ୍ତା କମିବ ବୋଲି ସେ କହିଛନ୍ତି। ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ସାହୁ  କହିଛନ୍ତି, ଆସନ୍ତା ୧୭ରୁ ରାଜ୍ୟରୁ ପଶ୍ଚିମାବାୟୁ ପ୍ରବାହିତ ହେବ।  ଏହାର ପ୍ରଭାବରେ ରାଜ୍ୟରେ ଶୀତ କମିବ।  ଶୀତ ପରେ ବର୍ଷା ଆଶଙ୍କାର ରହିଛି ବୋଲି ସେ କହିଛନ୍ତି । ୨୨ ରୁ ୨୪ ତାରିଖ ଯାଏଁ ଦୁଇ ଦିନ ବର୍ଷା ସମ୍ଭାବନା ରହିଛି। କନ୍ଧମାଳ , କୋରାପୁଟ୍, ସୁନ୍ଦରଗଡ, କଳାହାଣ୍ତି ଓ ଝାରସୁଗୁଡାରେ ପ୍ରବଳ କୁହୁଡି଼ ଦୃଶ୍ୟମାନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।