Weather Update: ଥରୁଛି ଓଡି଼ଶା, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା
Advertisement
Article Detail0/zeeodisha/odisha2017482

Weather Update: ଥରୁଛି ଓଡି଼ଶା, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

Weather Update: ଥରୁଛି ଓଡି଼ଶା।  ଆସନ୍ତା ତିନି ଦିନ ଯାଏଁ ପାଗରେ ହେବନି ପରିବର୍ତ୍ତନ। କିନ୍ତୁ ୨୧ ତାରିଖରୁ ପାଗରେ ସାଧାରଣତଃ ପରିବର୍ତ୍ତନ ଆସିବ। ସାରା ରାଜ୍ୟରେ ରାତିର ତାପମାତ୍ରା ପୁଣି ଥରେ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ (Meteorological Centre, Bhubaneswar) କୁହାଯାଇଛି। ଖୋର୍ଦ୍ଧା, ପୁରୀ ଓ ଗୋପାଳପୁର ସହରରେ ପାରଦ ୧୭ ଡିଗ୍ରି ଉପରକୁ ଚାଲଯିବ ବୋଲି ବିଭାଗ ପକ୍ଷକୁ ସୂଚନା ଦିଆଯାଇଛି । 

Weather Update: ଥରୁଛି ଓଡି଼ଶା, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

Weather Update: ଥରୁଛି ଓଡି଼ଶା।  ଆସନ୍ତା ତିନି ଦିନ ଯାଏଁ ପାଗରେ ହେବନି ପରିବର୍ତ୍ତନ। କିନ୍ତୁ ୨୧ ତାରିଖରୁ ପାଗରେ ସାଧାରଣତଃ ପରିବର୍ତ୍ତନ ଆସିବ। ସାରା ରାଜ୍ୟରେ ରାତିର ତାପମାତ୍ରା ପୁଣି ଥରେ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ (Meteorological Centre, Bhubaneswar) କୁହାଯାଇଛି। ଖୋର୍ଦ୍ଧା, ପୁରୀ ଓ ଗୋପାଳପୁର ସହରରେ ପାରଦ ୧୭ ଡିଗ୍ରି ଉପରକୁ ଚାଲଯିବ ବୋଲି ବିଭାଗ ପକ୍ଷକୁ ସୂଚନା ଦିଆଯାଇଛି । ୨୨ ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିବା ସହ ଉପକୂଳ ଓଡ଼ିଶାରେ ରାତିର ପାରଦ ୧୫ ଡିଗ୍ରି ଉପରକୁ ଚାଲିଯିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। 

 

ALSO READ: Today Horoscope: ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଆଜି ସକାଳୁ ସକାଳୁ ରାଜ୍ୟର  ଅଧିକାଂଶ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  କୋରାପୁଟ୍, କଳାହାଣ୍ତି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ , ରାୟଗଡା, ଝାରସୁଗୁଡା ସମେତ ଆଭ୍ୟନ୍ତରିଣ ଓଡି଼ଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇପାରେ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଟ୍ୱିନ ସିଟିରେ ଶୀତର ପ୍ରକୋପ ଜାରି ରହିଛି। ସୋମବାର ରାତିରେ ଭୁବନେଶ୍ୱର ଏବଂ କଟକ ରେ ୧୩.୫ ଡ଼ିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।  କିରେଇଠାରେ ୮ ଡିଗ୍ରୀ ଓ  ଜି.ଉଦୟଗିରିରେ ୮ ଡିଗ୍ରୀ ରେକର୍ଡ କରାଯାଇଛି। 

ଚାନ୍ଦବାଲିରେ ୧୩.୨ ଡିଗ୍ରୀ, ପାରାଦୀପରେ ୧୩.୯, ବାରିପଦାରେ ୧୧.୪, ଝାରସୁଗୁଡ଼ାରେ ୧୦.୬, ସମ୍ବଲପୁରରେ ୧୨.୯, ତାଳଚେରରେ ୧୨.୪, ଭବାନୀପାଟଣାରେ ୧୧.୨ ଓ ବଲାଙ୍ଗୀରରେ ୧୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି,ଜଗତ୍‌ସିଂହପୁରରେ ୧୨.୮, ସୋନପୁରରେ ୧୧.୬, ନୟାଗଡ଼ରେ ୧୩.୫, ବୌଦ୍ଧରେ ୧୧.୫, ଢେଙ୍କାନାଳରେ ୧୨.୬, ନବରଙ୍ଗପୁରରେ ୧୨.୫, କେନ୍ଦ୍ରାପଡ଼ାରେ ୧୨.୨ ଓ  ବରଗଡ଼ରେ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି।