Weather Update: କୁହୁଡ଼ି ଚାଦର ତଳେ ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!
Advertisement
Article Detail0/zeeodisha/odisha2033653

Weather Update: କୁହୁଡ଼ି ଚାଦର ତଳେ ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!

Weather Update: ରାଜ୍ୟରେ କମିଛି ଶୀତ ବଢିଛି କୁହୁଡି଼ (Fog in Odisha)। ଏବେ ପାଗରେ କୌଣସି ପରିବର୍ତ୍ତନ ହେବନି। ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକ୍ ଠାରୁ ୨-୩ ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ। ଅନ୍ୟପକ୍ଷରେ ରାଜ୍ୟରେ ଘନ କୁହୁଡି ଲାଗି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Meteorological Centre, Bhubaneswar) ପକ୍ଷରୁ କୁହାଯାଇଛି । 

Weather Update: କୁହୁଡ଼ି ଚାଦର ତଳେ ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!

Weather Update: ରାଜ୍ୟରେ କମିଛି ଶୀତ ବଢିଛି କୁହୁଡି଼ (Fog in Odisha)। ଏବେ ପାଗରେ କୌଣସି ପରିବର୍ତ୍ତନ ହେବନି।  ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକ୍ ଠାରୁ ୨-୩ ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ। ଅନ୍ୟପକ୍ଷରେ ରାଜ୍ୟରେ ଘନ କୁହୁଡି ଲାଗି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Meteorological Centre, Bhubaneswar) ପକ୍ଷରୁ କୁହାଯାଇଛି ।  ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି,  ୨୯ରୁ ୩୧ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ କୁହୁଡି଼ ଘନ କୁହୁଡି଼ ସମ୍ଭାବନା ଅଛି। ଅର୍ଥାତ୍ ନୂଆବର୍ଷର ସ୍ପର୍ଷରେ ଦୂରେଇ ଯିବ କୁହୁଡି ଚାଦର।  

ALSO READ : Today Horoscope: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ,ନଚେତ୍ ଅଯଥା ବିବାଦରେ ଫସି ପାରନ୍ତି ଏହି ରାଶି

ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ କମିଛି ତଥାପି ଦକ୍ଷିଣ ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡିରେ ୯.୫ ଡିଗ୍ରୀ, ବୌଦ୍ଧରେ ୧୦.୮, ସୁନ୍ଦରଗଡ ୧୧.୮, କେନ୍ଦୁଝର୧୧.୨, ଭବାନୀପାଟଣାରେ ୧୧.୮, ଫୁଲବାଣୀରେ ୧୧, ନବରଙ୍ଗପୁରରେ  ୧୧.୫, ଝାରସୁଗୁଡାରେ ୧୨.୨ ରେକର୍ଡ କରାଯାଇଛି।  କଟକରେ ୧୬.୨  ଓ ଭୁବନେଶ୍ବରରେ ୧୭ ଡିଗ୍ରୀ ତାମମାତ୍ରା  ରେକର୍ଡ ହୋଇଛି। 

ଆଜି ଅର୍ଥାତ୍ ଶୁକ୍ରବାର ସକାଳେ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କନ୍ଧମାଳ ,କଳାହାଣ୍ତି, ରାୟଗଡା ଓ କୋରାପୁଟରେ ସ୍ଥାନେ ସ୍ଥାନେ କୁହୁଡି ଦେଖାଯିବ। କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ। ଶୁକ୍ରବାର ବିଳମ୍ବିତ ରାତି ଓ ଶନିବାର ( ୩୦ ତାରିଖ) ସକାଳେ ପୁରୀ, ଖୋର୍ଦ୍ଦା, ନୟାଗଡ, ଗଂଜାମ , ଗଜପତି, କଟକ, ଜଗତସିଂହପୁର ଅନୁଗୁଳ, କଳାହାଣ୍ତି, ବୌଦ୍ଧ, ରାୟଗଡା ଓ କୋରାପୁଟରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

ସେହିପରି ୩୦ ଓ  ୩୧ ତାରିଖରେ ମଧ୍ୟ ରାଜ୍ୟରେ କେତେକ ସ୍ଥାନରେ କୁହୁଡି ରହିବ। ଏବଂ  ୧ ତାରିଖରୁ ରାଜ୍ୟରେ କୁହୁଡି କମିବ। ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପ୍ରାକ୍ ଆକଳନ ଅନୁସାରେ, ଜାନୁଆରୀ ଦ୍ବିତୀୟ ସପ୍ତାହ ଆରମ୍ଭରେ ଦକ୍ଷିଣ ବଙ୍ଗୋସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହା ଲଘୁଚାପର ରୂପ ନେଇପାରେ।  ଏହାର ଗତି ପଶ୍ଚିମ ଦିଗରେ ରହିପାରେ।  ଓଡିଶାରେ ଏହାର ପ୍ରଭାବ ପଡି ନପାରେ।