Weather Update: ଆହୁରି ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି !
Advertisement
Article Detail0/zeeodisha/odisha2227995

Weather Update: ଆହୁରି ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି !

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜିବି ସ୍ଥିତି ଅସମ୍ଭାଳ ହେବ। ୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି।  ଏହାଛଡା ୩ ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍  କିମ୍ବା ତା ଠାରୁ ଅଧିକ ପାର୍ କରିଥିବା ବେଳେ ଅନୁଗୁଳ ୪୪.୩,ବୌଦ୍ଧ ୪୪.୧ ଓ ତାଳଚେର ୪୪ ଡିଗ୍ରୀ ରହିଛି। 

Weather Update: ଆହୁରି ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି !

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜିବି ସ୍ଥିତି ଅସମ୍ଭାଳ ହେବ। ୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି।  ଏହାଛଡା ୩ ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍  କିମ୍ବା ତା ଠାରୁ ଅଧିକ ପାର୍ କରିଥିବା ବେଳେ ଅନୁଗୁଳ ୪୪.୩,ବୌଦ୍ଧ ୪୪.୧ ଓ ତାଳଚେର ୪୪ ଡିଗ୍ରୀ ରହିଛି। ୧୨ ସ୍ଥାନରେ ଦିନର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଥିବା ବେଳେ ଆଉ ୨ ଦିନ ତାତିରୁ ତ୍ରାହି ନାହିଁ। ବିଭିନ୍ନ ଜିଲ୍ଲାକୁ ଏ ନେଇ ରେଡ୍ ଓ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ,ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଜି ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି।

ALSO READ: Horoscope: ଚାକିରି ସହ ଧନ ଲାଭ ଯୋଗ! ଜାଣନ୍ତୁ କେଉଁ ରାଶି ପାଇଁ ମଙ୍ଗଳମୟ ରହିବ ଆଜି ଦିନ

ଅନ୍ୟ ଉତ୍ତପ୍ତ ସହର ମଧ୍ୟରେ ଟିଟିଲାଗଡ ୪୩.୫, ଢେଙ୍କାନାଳ ୪୩.୨, ଭବାନୀପାଟଣା , ନୟାଗଡ, ମାଲକାନଗିରି,ବଲାଙ୍ଗୀର, କେନ୍ଦୁଝର ଓ ନୂଆପଡା୪୩, ଝାରସୁଗୁଡା ଓ ସମ୍ବଲପୁର ୪୨.୯,  କଟକ ଓ ଯାଜପୁର ୪୨.୫,  ରାଉରକେଲା ୪୨.୪, କେନ୍ଦ୍ରାପଡା ଓ ଭଦ୍ରକ ୪୨, ସୋନପୁର ଓ ହୀରାକୁଦ୍ ୪୧.୯, ସୁନ୍ଦରଗଡ  ୪୧.୮, ପାରଳାଖେମୁଣ୍ତି ୪୧.୭, ବାଲେଶ୍ବର, ଫୁଲବାଣୀ ଓ ବରଗଡ଼ ୪୧.୪, ଭୁବନେଶ୍ବର ୪୧.୩, ଖୋର୍ଦ୍ଧା ୪୧, ଛତ୍ରପୁର ୪୦. ୮, ଚାନ୍ଦବାଲି ୪୦.୭, ଜଗତସିଂହପୁର ୪୦. ୬, ରାୟଗଡା ୪୦, ନବରଙ୍ଗପୁର ୩୯.୬, ଦେବଗଡ଼ ୩୯.୪, କୋରାପୁଟ୍ ୩୮.୪, ଦାରିଙ୍ଗିବାଡି଼ ୩୭.୫, ପୁରୀ ୩୪.୬, ଗୋପାଳପୁର  ୩୩.୨ ଓ ପାରାଦୀପ ତାପମାତ୍ରା ୩୩.୧ ଡିଗ୍ରୀ ରେକର୍ଡ଼ କରାଯାଇଛି। 

ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଜି ଓ ଆସନ୍ତାକାଲି ୨ ଦିନ କିଛି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ  ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ଏହା ସହ ୩ ଦିନ ଯାଏଁ ରାଜ୍ୟରେ ଉଷ୍ଣ ଆଦ୍ର ସ୍ଥିତି ଲାଗି ରହିବା ସହ ସ୍ଥାନେ ସ୍ଥାନେ ଉଷ୍ଣ ତାତି ଅନୁଭୂତ ହେବ।  ତେଣୁ ଏଥିପ୍ରତି ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।