Weather Update: ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡି଼ ସହ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ବିଭାଗ
Advertisement
Article Detail0/zeeodisha/odisha2418481

Weather Update: ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡି଼ ସହ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ କେନ୍ଦ୍ରୀୟ ଓ ସଂଲଗ୍ନ  ଉତ୍ତର ବଙ୍ଗୋପସାଗର ଉପରେ ରହିଛି। 

Weather Update: ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡି଼ ସହ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ବିଭାଗ
 
Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ କେନ୍ଦ୍ରୀୟ ଓ ସଂଲଗ୍ନ  ଉତ୍ତର ବଙ୍ଗୋପସାଗର ଉପରେ ରହିଛି।  ଆସନ୍ତା ସୋମବାର ଏହା ଅବପାତ ରୂପ ନେବ। ଲଘୁଚାପ ପ୍ରଭାବରେ ଶନିବାର ରାଜ୍ୟର କିଛି ସ୍ଥାନରେ ନିର୍ଧୁମ୍ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡା,ପୁରୀ, ଖୋର୍ଦ୍ଧା, କୋରାପୁଟ୍ , ମାଲକାନଗିରି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି, ଆଜି  ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ , ଗଜପତି, ଗଂଜାମ, ମୟୂରଭଂଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହୋଇପାରେ। 
 
 
 
୨ ଜିଲ୍ଲାର  କିଛି ସ୍ଥାନରେ ୭୦ ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୮ ତାରିଖରେ କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ ,ସୋନପୁର, ବୌଦ୍ଧ, ବରଗଡ, ଝାରସୁଗୁଡା, ଦେବଗଡ, ଯାଜପୁର, ମାଲକାନଗିରି, ନବରଙ୍ଗପୁର,ରାୟଗଡା ଓ ଢେଙ୍କାନାଳରେ  ପ୍ରବଳ ବର୍ଷା ହୋଇପାରେ। ସେହିପରି ୯ ତାରିଖରେ ବି ଗୋଟିଏ  ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ ଓ ଝାରସୁଗୁଡାରେ ୭୦ ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୧୦ ତାରିଖରେ ମୟୂରଭଂଜ, କେନ୍ଦୁଝର, ଝାରସୁଗୁଡା, ବାଲେଶ୍ବର, ଭଦ୍ରକ, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ ୭୦ ରୁ ୧୧୦ ମିମି ବର୍ଷିପାରେ। ଶୁକ୍ରବାର ପୁରୀ ଓ ମାଲକାନଗିରିରେ ସର୍ବାଧିକ ୩୮ ମିମି ବର୍ଷା ହୋଇଛି। ଦାରିଙ୍ଗିବାଡିରେ ୧୧ ଓ କଟକରେ ୧୦ ମିମି ବର୍ଷା ରେକର୍ଡ଼ ହୋଇଛି।