Weather Update: ବଢିବ ବର୍ଷାର ପରିମାଣ, ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2340916

Weather Update: ବଢିବ ବର୍ଷାର ପରିମାଣ, ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏ-କ ଲଘୁଚାପ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ପଢନ୍ତୁ ଏହି ରିପୋର୍ଟ...

Weather Update: ବଢିବ ବର୍ଷାର ପରିମାଣ, ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏ-କ ଲଘୁଚାପ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ଆଜି ଗଜପତି, ରାୟଗଡା, କଳାହାଣ୍ତି, ଗଂଜାମ, କନ୍ଧମାଳ, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବାନା ରହିଛି। ସେହିପରି ଆସନ୍ତାକାଲି, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, କନ୍ଧମାଳ ଓ କଳାହାଣ୍ତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ମୟୂରଭଂଜ,କେନ୍ଦୁଝର, ବାଲେଶ୍ବର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ।

Also Read: Today Horoscope: ଆଜି ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହିସବୁ ରାଶି , ଜାଣନ୍ତୁ ଆପଣଙ୍କ କେମିତି ରହିବ ଗୁରୁବାର?

Also Read: Surya Shani Shadashtak Yog: ୫୦ ବର୍ଷ ପରେ ସୂର୍ଯ୍ୟ-ଶନିଙ୍କ ଅପୂର୍ବ ମିଳିନ, ୫ ରାଶିଙ୍କ ଆଣିବ ପାଇଁ ବଡ଼ ବିପଦ!

ସେହିପରି, ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କୋରାପୁଟ୍,ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି,କଳାହାଣ୍ତି, ଗଂଜାମ,ଗଜପତି, କନ୍ଧମାଳ,ରାୟଗଡା,ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ନୟାଗଡ, ନୂଆପଡା, କଟକ,ଅନୁଗୁଳ,ମୟୂରଭଂଜ , କେନ୍ଦୁଝର,ବଲାଙ୍ଗୀର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଓ୍ବାର୍ଣ୍ଣିଂ ଜାରି ହୋଇଛି। ୨୧ ତାରିଖ ବେଳକୁ ବର୍ଷା ପରିମାଣ ସାମାନ୍ୟ ହ୍ରାସ ହୋଇପାରେ। କିନ୍ତୁ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଜୁନ୍ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୮୦.୦୧ ମିମି ବର୍ଷା ରେକର୍ଡ଼ ହୋଇଛି। ଏବଂ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।