Weather Update: ପୁଣି ଆସୁଛି ଆଉ ଏକ ବାତ୍ୟା ! ପ୍ରଭାବରେ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2497308

Weather Update: ପୁଣି ଆସୁଛି ଆଉ ଏକ ବାତ୍ୟା ! ପ୍ରଭାବରେ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ପୁଣି ଓଡ଼ିଶାକୁ ବାତ୍ୟା ଭୟ! ନିକଟରେ ବାତ୍ୟା ଦାନା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ବାତ୍ୟା 'ଦାନା' ଯିବାର ମାସେ ନ ପୁରୁଣୁ ଆସୁଛି ଆଉ ଏକ ବାତ୍ୟା।  ଆସନ୍ତା ୫ ତାରିଖ ବେଳକ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଧିରେ ଧିରେ ଏହା ଅଧିକ ଘନୀଭୂତ ବୋଇ ୭ ତାରିଖ ବେଳକୁ ଅବପାତରେ ପରିଣତ ହେବେ।  

Weather Update: ପୁଣି ଆସୁଛି ଆଉ ଏକ ବାତ୍ୟା ! ପ୍ରଭାବରେ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ପୁଣି ଓଡ଼ିଶାକୁ ବାତ୍ୟା ଭୟ! ନିକଟରେ ବାତ୍ୟା ଦାନା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ବାତ୍ୟା 'ଦାନା' ଯିବାର ମାସେ ନ ପୁରୁଣୁ ଆସୁଛି ଆଉ ଏକ ବାତ୍ୟା।  ଆସନ୍ତା ୫ ତାରିଖ ବେଳକ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଧିରେ ଧିରେ ଏହା ଅଧିକ ଘନୀଭୂତ ବୋଇ ୭ ତାରିଖ ବେଳକୁ ଅବପାତରେ ପରିଣତ ହେବେ।  ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍ ଥିବା ବେଳେ ପଶ୍ଚିମ ଦିଗକୁ ଗତି କରି  ତାମିଲନାଡୁ ଉପକୂଳରେ ପହଞ୍ଚିବ।  

 

ALSO READ: Today Horoscope: ମିଥୁନ -ବିଛା ସହ ଏହିସବୁ ରାଶିଙ୍କ ଲାଗି ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ପ୍ରଭାବରେ ୭ରୁ ୧୧ ତାରିଖ ମଧ୍ୟରେ ତାମିଲନାଡୁ, ରାୟଲସୀମା ଓ କେରଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  ଓଡି଼ଶା ଉପରେ ଏହାର ପ୍ରଭାବ ପଡିବ ନାହିଁ। ଆସନ୍ତା ୭ ଦିନ ଯାଏଁ ରାଜ୍ୟର ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି। ଉତ୍ତର- ପୂର୍ବ ଉତ୍ତର ଦିଗରୁ ଆସୁଥିବା ପବନ , ଉପକୂଳ ଶୁସ୍କ ବାୟୁ  ସାଙ୍ଗରେ ମିଶିବା ପରେ କିଛି ଅଞ୍ଚଳରେ ଘଡ଼ଘଡି଼ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ  ଉପକୂଳ ଓ ଦକ୍ଷିଣ  ଓଡି଼ଶାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଭୁବନେଶ୍ବର ସମେତ  ଦକ୍ଷିଣ ଓଡି଼ଶାର ଉପକୂଳରେ  ନଭେମ୍ବର ୨ରୁ ୬ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବାକୁ ଥିବା ବେଳେ  ଦକ୍ଷିଣ ଆଭ୍ୟନ୍ତରିଣ ରେ ୨.୫ ଡିଗ୍ରୀ କମିବ।  ୬ ତାରିଖ ପରେ ୨ ରୁ ୩ ଦିନ ପର୍ଯ୍ୟନ୍ତ  ପାଗ ମେଘୁଆ ରହିବା ସହ ସର୍ବନିମ୍ନ ତାପମାତ୍ରା  ବଢିବ। ଆଜି  ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ସଂଲଗ୍ନ ଥାଇଲାଣ୍ତରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ ତାରିଖରେ ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପରିଣତ ହେବ।  ଏହାର ତିନି ଦିନ ପରେ ଏହା ଅବପାତରେ ପରିଣତ ହେବ।  ମଡେଲରୁ ଜଣାପଡୁଛି ଯେ, ଏହା ପ୍ରାୟତଃ ପଶ୍ଚିମ କିମ୍ବା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ମୁହାଁଇବ। ଯଦି ଅବପାତରେ ପରିଣତ ହୁଏ ।ତେବେ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।