Weather Update: ଆଜି ବି ପ୍ରବଳ ବର୍ଷିବ ! ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା...
Advertisement
Article Detail0/zeeodisha/odisha2279918

Weather Update: ଆଜି ବି ପ୍ରବଳ ବର୍ଷିବ ! ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା...

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଗତ ୨ ଦିନ ପୂର୍ବରୁ ରାଜ୍ୟରେ  କେତେକ ସ୍ଥାନରେ ବର୍ଷା ହୋଇଥିଲା। ଯାହା ଫଳରେ ରାଜ୍ୟବାସୀ ତାତିରୁ ମୁକ୍ତି ପାଇଥିଲେ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। 

Weather Update: ଆଜି ବି ପ୍ରବଳ ବର୍ଷିବ ! ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା...

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଗତ ୨ ଦିନ ପୂର୍ବରୁ ରାଜ୍ୟରେ  କେତେକ ସ୍ଥାନରେ ବର୍ଷା ହୋଇଥିଲା। ଯାହା ଫଳରେ ରାଜ୍ୟବାସୀ ତାତିରୁ ମୁକ୍ତି ପାଇଥିଲେ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଜି କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, କନ୍ଧମାଳ ,ମୟୂରଭଞ୍ଜ,ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ଖୋର୍ଦ୍ଧା ଓ ବାଲେଶ୍ୱର। 

ALSO READ: Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ସେପଟେ, ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ୪ ରୁ ୫ ଦିନ ମଧ୍ୟିରେ ଦକ୍ଷିଣ ପଶ୍ଚିମ ମୋସୁମୀ ବାୟୁ ଓଡ଼ିଶା ଛୁଇଁବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉତ୍ତର ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ରୟାଲସୀମାର କିଛି ଅଞ୍ଚଳ, ଦକ୍ଷିଣ ମହାରାଷ୍ଟ୍ର ଓ କର୍ଣ୍ଣାଟକର କେତେକ ଅଞ୍ଚଳରେ ମୋସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଛି। ସ୍ୱଭାବିକ ଭାବେ ଜୁନ ୧୦ ରୁ ୧୫ ମଧ୍ୟରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିଥାଏ। ଏଥର କିନ୍ତୁ ଆଗୁଆ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି କି ଓଡ଼ିଶାରେ ମୌସୁମୀ ବାୟୁ ଆଗୁଆ ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି। ଆସନ୍ତା ୪ ରୁ ୫ ଦିନ ଭିତରେ ଦକ୍ଷିଣ ଛତିଶଗଡ଼ ଓ ଦକ୍ଷିଣ ଓଡ଼ିଶାରେ ମୋସୁମୀ ପହଞ୍ଚିବାକୁ ସ୍ଥିତି ଅନୁକୂଳ ରହିଛି। ୫ ଓ ୬ ତାରିଖ ବେଳକୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହାର ପ୍ରଭାବରେ ରାଜ୍ୟରେ ତାତି କମ ରହିବ ବୋଲି ସେ ଆକଳନ କରିଛନ୍ତି।