Advertisement
Photo Details/zeeodisha/odisha2438144
photoDetails0hindi

Guru Shani Yuti 2024: ବୃହସ୍ପତି-ଶନି ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବରରୁ ଆରମ୍ଭ ହେବ ଶୁଭ ସମୟ!

Guru Shani Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏହି କ୍ରମରେ ଶନି ମହାରାଜ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଦେବଗୁରୁ ବୃହସ୍ପତି ଅକ୍ଟୋବର ୫ ତାରିଖ ସକାଳ ୮ଟା ୪୫ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ବୃହସ୍ପତି-ଶନିଙ୍କ ମିଳିନ ଗୁରୁ-ଶନି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଦେବଗୁରୁଙ୍କୁ   ଜ୍ଞାନ, ସନ୍ତାନ, ଧନ,ପୁଣ୍ୟ ଓ ଦାନର କାରକ ବୋଲି ବିବେଚନା କରାଯାଉଥିବା ବେଳେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଏହି ୨ ଗ୍ରହଙ୍କ ସ୍ଥିତି ଜାତକ ବା ରାଶି ମଜବୁତ୍ ରହିଲେ ବ୍ୟକ୍ତି ଧନୀ ହେବା ସହ ନିଜ ଜୀବନରେ ସମସ୍ତ ସୁଖ ସମୃଦ୍ଧି ଲାଭ କରିଥାଏ। ତେବେ, ଆସନ୍ତୁ ଜାଣିବା ଶନି-ବୃହସ୍ପତି କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି।  

1/5

ମେଷ: ବୃହସ୍ପତି-ଶନିଙ୍କ କୃପାରୁ ଚମକିବାକୁ ଯାଉଛି ଏ-ହି ରାଶିର ଭାଗ୍ୟ। ଦିର୍ଘ ଦିନଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରେ ଶୁଭଫଳ ପ୍ରାପ୍ତ କରିବେ। ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ନିଜ ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ। ବିଶେଷ କରି, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରୁ ଦ୍ବି ଗୁଣିତ ଲାଭ ପାଇବେ। ବାକି ପଡିଥିବା ଟଙ୍କା ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଏହି ସମୟରେ ଭଲ ରେଜଲ୍ଟ ପାଇବେ।  ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି। ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। 

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ଆଗାମୀ ସପ୍ତାହ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସାଙ୍ଗକୁ...

ALSO READ: Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ ! ବର୍ଷାରେ ଭିଜିବ ଏହି ସବୁ ଜିଲ୍ଲା

 

2/5

ବୃଷ: ଏ-ହି ଦୁର୍ଲଭ ସଂଯୋଗ ଏହି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ସମୟ ମଧ୍ୟରେ ଗାଡ଼ି କିମ୍ବା ଜମି କ୍ରୟ କରିପାରନ୍ତି। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ଆର୍ଥକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ କରିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ମନୋମାଳିନ୍ୟ ଦୂର ହେବ। ରୋଜଗାରର ନୂଆ ବାଟ ଖୋଲିବ। କର୍ମଜୀବି ମହିଳା ମାନେ କର୍ମକ୍ଷେତ୍ରେର ସମ୍ମାନୀତ ହେବେ। ସାମାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।  କଳା, ସାହିତ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। 

ALSO READ: Today Horoscope: ଆଜି ଅଯଥା ବିବାଦରେ ଫସିପାରନ୍ତି ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

3/5

ସିଂହ :  ବୃହସ୍ପତି-ଶନି ୟୁତି ବା ଏହି ଦୁର୍ଲଭ ସଂଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରିବ। ଚାକିରି କରୁଥିବା ଲୋକେ ନିଜ କାମ ପାଇଁ କର୍ମକ୍ଷେତ୍ରରେ ପୁରସ୍କୃତ ହେବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟ ପାତ୍ର ହେବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।  ଆୟ ବ୍ୟୟ ସମାନ ରହିବ। ସଞ୍ଚୟ ବୃଦ୍ଧି ପାଇବା ସହ ଟଙ୍କା ବିନିଯୋଗ ପାଇଁ ଯୋଜନା କରିବେ। । ସେୟାର ବଜାର ରେ ଟଙ୍କା ବିନିଯୋଗ ପାଇଁ ସମୟ ଭଲ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ।  ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

4/5

ବିଛା:  ଶନି- ବୃହସ୍ପତିଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ ଖୁସି ଖବର ମିଳିପାରେ। ଭଲ ନିଯୁକ୍ତି ସୁଯୋଗ ମିଳିବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଭଲ ରହିବ।  କଳା, ସାମ୍ବାଦିକତା, ଇଂଜିନିୟ, ରାଜନୀତି, ରିସର୍ଚ୍ଚ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଖୁବ୍ ଭଲ ରହିବ। ଆୟ ବ଼ୃଦ୍ଧି ପାଇବ। ନୂତନ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ପ୍ରେମୀମାନେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବା ସହ ଦାମୀ ଉପହାର ପାଇବେ। 

5/5

ମକର:  ଶନି-ବୃହସ୍ପତିଙ୍କ ଆର୍ଶିବାଦରୁ ବଦଳିବ ଏହି ରାଶିର ଭାଗ୍ୟ। ଦିର୍ଘ ଦିନ ଧରି  ଅଟକି ଥିବା କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ସମର୍ଥ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବ। ସରକାରୀ ଚାକିରିଆଙ୍କ ଟ୍ରାନ୍ସଫର ମଧ୍ୟ ହୋଇପାରେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପିତା-ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଟେନସନରେ ରହିବେ। ବ୍ୟବସାୟୀମାନ ପୁରୁଣା ବିନିଯୋଗରୁ ଲାଭ ପାଇବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)