Weather Update: ଆଜି ୭ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା
Advertisement

Weather Update: ଆଜି ୭ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଆଜିଠୁ ବଦଳିବ ପାଣିପାଗ। ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖି ଲାଗି ରହିଥିବାରୁ ତାତି ସାମାନ୍ୟ କମିଛି। ପାଣିପାଗ କେନ୍ଦ୍ରର ତାଜା ସୂଚନା ମୁତାବକ ଆଜି ସାତୋଟି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ଓ ଘଡ଼ଘଡି ହେବାର ମଧ୍ୟ ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା...

Weather Update: ଆଜି ୭ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଆଜିଠୁ ବଦଳିବ ପାଣିପାଗ। ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖି ଲାଗି ରହିଥିବାରୁ ତାତି ସାମାନ୍ୟ କମିଛି। ପାଣିପାଗ କେନ୍ଦ୍ରର ତାଜା ସୂଚନା ମୁତାବକ ଆଜି ସାତୋଟି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ଓ ଘଡ଼ଘଡି  ହେବାର ମଧ୍ୟ ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, କେନ୍ଦୁଝର, ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ। କିନ୍ତୁ ରାଜ୍ୟର ବାକି ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବା ସହ ତାତି ଅନୁଭୁତ ହେବ।  

ALSO READ: Today Horoscope: ଏହି ସବୁ ରାଶି ପାଇଁ ମଙ୍ଗଳମୟ ରହିବ ମଙ୍ଗଳବାର, ଜାଣନ୍ତୁ ଆଜିର ରାଶିଫଳ

ତେବେ ଏହା ପରଠୁ ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ।  ପାରଦ ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି।  ଗତ କିଛି ଦିନ ତଳେ ରାଜ୍ୟରେ ଅଦିନିଆ ବର୍ଷା ହୋଇଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ପୁଣି ତାତିର ପ୍ରଭାବ ଆଗକୁ ବୃଦ୍ଧି ପାଇବ।  ଏହା ଆଗକୁ ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷ କରି, ପଶ୍ଚିମ ଓଡ଼ିଶାରେ ପାରଦ ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଭ୍ୟନ୍ତରୀଣ କିମ୍ବା ପଶ୍ଚିମ ଓଡ଼ିଶାରେ ପାରଦ ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ସେପଟେ, ଆଭ୍ୟନ୍ତରୀଣ ଓଡ଼ିଶାରେ ବାୟୁମଣ୍ଡଳରେ ଶୁଷ୍କତା ପରିମାଣ ବୃଦ୍ଧି ପାଇଛି । ଯାହାର ପ୍ରଭାବରେ ତାତି ବଢିବ ।  ଯାହା ଫଳରେ ରାଜ୍ୟର ବହୁ ସହରରେ ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବାର ସମ୍ଭାବନା ରହିଛି । 

ସେପଟେ, ଗତକାଲି ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖି ପ୍ରଭାବରୁ ଅନେକ କ୍ଷୟକ୍ଷତି ହୋଇଛି।  ଭଞ୍ଜନଗର ବଡ଼ଗଡ଼ ଥାନା ନୂଆଗାଁ ଅଞ୍ଚଳରେ ଛେଳି ଚରାଉଥିବା ସମୟରେ ବଜ୍ରପାତ ହେବା କାରଣରୁ ୫୦ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏଥିସହ ୪ ଜଣ ବ୍ୟକ୍ତି ଆହତ ହୋଇ ବଡଗଡ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି । ସେହିପରି, ରାଉରକେଲାରେ ବଜ୍ରାଘାତ କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।