Weather Update: ଦିଲ୍ଲୀରେ ଝିପଝିପ ବର୍ଷା, ଉତ୍ତର ଭାରତରେ ରହିଛି ଏପରି ସ୍ଥିତି
Advertisement

Weather Update: ଦିଲ୍ଲୀରେ ଝିପଝିପ ବର୍ଷା, ଉତ୍ତର ଭାରତରେ ରହିଛି ଏପରି ସ୍ଥିତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ସକାଳୁ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ବୁଧବାର ଦିନ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହିପରି ପାର୍ବତ୍ୟାଞ୍ଚଳରୁ ଆସୁଥିବା ଶୀତଳ ପବନର ପ୍ରଭାବନରେ ଉତ୍ତର ଭାରତର ଶୀତ

Weather Update: ଦିଲ୍ଲୀରେ ଝିପଝିପ ବର୍ଷା, ଉତ୍ତର ଭାରତରେ ରହିଛି ଏପରି ସ୍ଥିତି

Weather Update: ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ସକାଳୁ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ବୁଧବାର ଦିନ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହିପରି ପାର୍ବତ୍ୟାଞ୍ଚଳରୁ ଆସୁଥିବା ଶୀତଳ ପବନର ପ୍ରଭାବନରେ ଉତ୍ତର ଭାରତର ଶୀତ ଲହରୀ ଜାରି ରହିଛି। ବିହାରରେ ପାରଦ ଦିନକୁ ଦିନ ଖସିବାରେ ଲାଗିଛି। ଦିନରେ ସୂର୍ଯ୍ୟକିରଣ ପଡିବା ଅସମ୍ଭବ ହୋଇ ପଡ଼ିଛି। ସେହିପରି ମଧ୍ୟ ଭାରତ ଓ ପୂର୍ବ ଭାରତରେ ଶୀତ ଲହରୀ ବଢିବାରେ ଲାଗିଛି। 

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା କରିଥଇଲା। ବୁଧବାର ସକାଳରୁ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ ସହିତ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ବର୍ଷା ପରେ ହାଡ଼ଭଙ୍ଗା ଥଣ୍ଡା ପଡ଼ିବାର ସମ୍ଭାବନା ରହିଛି। ସେହିପରି ଘନ କୁହୁଡ଼ି କାରଣରୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଘନ କୁହୁଡି ଯୋଗୁଁ ଯାତାୟତ ମଧ୍ୟ ଗୁରୁତର ପ୍ରଭାବିତ ହେଉଛନ୍ତି। ରେଳ ତଥା ବିମାନ ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ଟ୍ରେନ୍ ଧାର୍ଯ୍ୟ ସମୟରୁ ବିଳମ୍ବରେ ଯାତ୍ରା କରୁଛି। 

ଘନ କୁହୁଡି ଯୋଗୁଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଦିଲ୍ଲୀ)ରେ ଭିଜିବିଲିଟି ବହୁତ କମ୍ ରହିଥିବା ଦେଖିବାକୁ ମିଳିଛି। ଫଳରେ ବିମାନ ଚଳାଚଳ ଗୁରୁତର ଭାବେ ବ୍ୟାଘାତ ସୃଷ୍ଟି ହୋଇଛି। ଏକାଧିକ  ବିମାନର ଉଡ଼ାଣ ବାତିଲ କରାଯାଉଛି। ଅନେକ ବିମାନକୁ ମଧ୍ୟ ଡାଇଭର୍ଟ କରାଯାଉଛି। ଏହା ବ୍ୟତୀତ ଶହ ଶହ ବିମାନ ଉଡ଼ାଣରେ ବିଳମ୍ବ ହେଉଛି। ତେବେ ମଙ୍ଗଳବାର ରାତିରେ ଘନ କୁହୁଡି ନ ଥିବାରୁ ପରିସ୍ଥିତି କିଛି ମାତ୍ରାରେ ଭଲ ରହିଥିଲା। ଆଇଜି ବିମାନବନ୍ଦରରେ ମଙ୍ଗଳବାର ରାତି ସାଢେ ୧୦ ପର୍ଯ୍ୟନ୍ତ ୯୦୦ ମିଟର ଥିଲା। ମଧ୍ୟରାତ୍ରି ପରେ ମଧ୍ୟ ଦୃଶ୍ୟମାନତା ପ୍ରାୟ ୮୦୦ ମିଟର ରହିଥିବା ଦେଖିବାକୁ ମିଳିଥିଲା। 

ବିହାରରେ ଅସମ୍ଭାଳ ଶୀତ
ପାଣିପାଗ ବିଭାଗ ଅନୁଯାୟୀ, ବିହାରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସୂର୍ଯ୍ୟକିରଣର ଅଭାବ ଏବଂ ଶୀତଳ ପବନର ବେଗ ଯୋଗୁଁ ଲୋକମାନେ ପ୍ରବଳ ଥଣ୍ଡାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ଥଣ୍ଡା ରେକର୍ଡ ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ଅଧିକ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ଏଥିସହିତ ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି। ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ହାରାହାରିରୁ କମ୍ ଥିବାରୁ ଲୋକମାନେ ହାଡ ଥଣ୍ଡା ଥଣ୍ଡା ଅନୁଭବ କରୁଛନ୍ତି। ଏଥି ସହିତ କୁହୁଡ଼ି ହେତୁ ପରିବହନ ବ୍ୟବସ୍ଥା ମଧ୍ୟ ଭାଙ୍ଗି ଯାଇଛି।