Weather Update: ଆସୁଛି ବଡ଼ ବାତ୍ୟା। ବାଲେଶ୍ବର ପାଖରେ ଘସି ହୋଇ ଯିବ। ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ପଳାଇବ ବାତ୍ୟା। ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡିବନି। କିନ୍ତୁ ଓଡ଼ିଶାରେ ସିଧା ସଳଖ ମାଡ଼ ହେବନି। ଏଭଳି ତାଜା ଆକଳନ କରିଛି ଜିଏଫଏସ୍ ମଡେଲ୍। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ। ୨୪ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ। ତେବେ, ଜିଏଫଏସ୍ ମଡେଲ୍ ଦର୍ଶାଇଛି, ୨୩ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହୋଇ ସମୁଦ୍ର ମଧ୍ୟରେ ଥିବା। ୨୪ ତାରିଖ ବେଳକୁ ଏହା ଓଡି଼ଶା ଉପକୂଳ ପାଖକୁ ଆସିବ।
ବାଲେଶ୍ବର ପାଖାପାଖି ଅଞ୍ଚଳ ଦେଇ ଅତିକ୍ରମ କରିବ। ଏବଂ ବାଂଲାଦେଶ ଆଡ଼କୁ ପଳାଇବ। ସେପଟେ, ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ବାତ୍ୟା ସୃଷ୍ଟି ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଆସିବ। ଏହା ଓଡ଼ିଶାରେ ମାଡ଼ ହୋଇପାରେ। ତେବେ, ୨୨ ତାରିଖ ବେଳକୁ ବାତ୍ୟାର ତ୍ରୀବତା କୁ ନେଇ ସଠିକ୍ ଆକଳନ କରିହେବ। ଇସି-ଏଆଇଏଫଏସ୍ ମଡେଲ୍ ବି ବାତ୍ୟାର ତୀବ୍ରତା ଓ ଗତିପଥକୁ ନେଇ ସାନି ଆକଳନ କରିଛି। ବାତ୍ୟା ସିଧାସଳଖ ଓଡି଼ଶାରେ ମାଡ଼ ନ ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯିବ। କିନ୍ତୁ ସପ୍ତାହେ ଯାଏଁ ଲଘୁଚାପ ବର୍ଷା ରହିବ। ଏହା ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ଇସିଏମଡବ୍ଲୁଏଫ୍ ପୂର୍ବାନୁମାନ କରି କହିଛି ଯେ, ଲଘୁଚାପ ସୃଷ୍ଟି ପରେ ଏ-ହା ଓଡ଼ିଶା ଉପରେ ରହିବ। ଏହା ପ୍ରଭାବରେ ବିସ୍ତୁତ ଅଞ୍ଚଳରେ ବର୍ଷା ହୋଇପାରେ। ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ବହୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
Add Zee News as a Preferred Source