Migratory birds: ସାଇବେରିଆରୁ ଭାରତ,ରାସ୍ତା ନଭୁଲି କେମିତି ଓ କାହିଁକି ଶିତଦିନେ ଭାରତ ଆସନ୍ତି ହଜାର ହଜାର ପକ୍ଷୀ
Advertisement
Article Detail0/zeeodisha/odisha1981661

Migratory birds: ସାଇବେରିଆରୁ ଭାରତ,ରାସ୍ତା ନଭୁଲି କେମିତି ଓ କାହିଁକି ଶିତଦିନେ ଭାରତ ଆସନ୍ତି ହଜାର ହଜାର ପକ୍ଷୀ

  ପ୍ରତିବର୍ଷ ହଜାର ହଜାର ପକ୍ଷୀ ୟୁରୋପ ଏବଂ ଋଷରୁ ଭାରତକୁ ଆସିଥାନ୍ତି । ଏହି ପକ୍ଷୀ ଭାରତର ବିଭିନ୍ନ ହ୍ରଦ ଓ ନଦୀରେ ଅନେକ ମାସ ବିତାଇଥାନ୍ତି। ହଜାର ହଜାର କିଲୋମିଟରର ଏହି ଯାତ୍ରାପଥରେ ସେମାନେ ବିନା ଅଟକି ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି । କିନ୍ତୁ ପକ୍ଷୀମାନେ  କାହିଁକି ଏମିତି ଏକ ଯାତ୍ରାରେ ବାହାରନ୍ତି?  ଛୋଟ ଛୋଟ ପକ

SOCIAL MEDIA

Migratory birds: 

ପ୍ରତିବର୍ଷ ହଜାର ହଜାର ପକ୍ଷୀ ୟୁରୋପ ଏବଂ ଋଷରୁ ଭାରତକୁ ଆସିଥାନ୍ତି । ଏହି ପକ୍ଷୀ ଭାରତର ବିଭିନ୍ନ ହ୍ରଦ ଓ ନଦୀରେ ଅନେକ ମାସ ବିତାଇଥାନ୍ତି। ହଜାର ହଜାର କିଲୋମିଟରର ଏହି ଯାତ୍ରାପଥରେ ସେମାନେ ବିନା ଅଟକି ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି । କିନ୍ତୁ ପକ୍ଷୀମାନେ  କାହିଁକି ଏମିତି ଏକ ଯାତ୍ରାରେ ବାହାରନ୍ତି?  ଛୋଟ ଛୋଟ ପକ୍ଷୀମାନଙ୍କୁ ଏତେ ଦୂର ଦୂରାନ୍ତକୁ ଯାତ୍ରା କରିବାକୁ ବାଧ୍ୟ କରୁଥିବା କାରଣ କ’ଣ, ଏବଂ ସେମାନେ ନିୟମିତ ଭାବରେ ଏଭଳି କିପରି କରନ୍ତି, ପ୍ରତ୍ୟେକ ଥର ସମାନ ସ୍ଥାନକୁ ରାସ୍ତା ନଭୁଲି ସେମାନେ କେମିତି  ଆସନ୍ତି? ଆସନ୍ତୁ ଜାଣିବା ଏହାକୁ ନେଇ ବିଜ୍ଞାନ କ’ଣ କହୁଛି?

ସବୁଠାରୁ ବଡ କାରଣ କ’ଣ?

ପକ୍ଷୀମାନେ ସ୍ଥାନାନ୍ତରିତ ହେବାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ପାଗ ଯୋଗୁଁ ଖାଦ୍ୟ ପରି ସମ୍ବଳର ବିପୁଳ ହ୍ରାସ । ଏହା ବ୍ୟତୀତ ଅନେକ ପକ୍ଷୀମାନଙ୍କର ସ୍ଥାନାନ୍ତରଣ ପଛରେ ଥାଏ  ବସା ତିଆରି କରିବା ପାଇଁ ସୁରକ୍ଷିତ ଏବଂ ଅନୁକୂଳ ପାଗ ବିଶିଷ୍ଟ ସ୍ଥାନ ଖୋଜିବା । ଏହା ବ୍ୟତୀତ ପ୍ରବଳ ଶୀତରୁ ରକ୍ଷା ପାଇବା ମଧ୍ୟ ସ୍ଥାନାନ୍ତରର ଏକ ମୁଖ୍ୟ କାରଣ ।

ଅନୁକୂଳ ଅବସ୍ଥାରେ ପ୍ରଚୁର ଖାଦ୍ୟ ଉପଲବ୍ଧ |

ଉତ୍ତର ଗୋଲାର୍ଦ୍ଧର ପକ୍ଷୀମାନେ ଗ୍ରୀଷ୍ମ ଋତୁରେ  ଧ୍ରୁବକୁ ଯାଇ ନିଜ ବସା ତିଆରି କରନ୍ତି, ଯେଉଁଠାରେ  ଖାଇବା ପାଇଁ ପ୍ରଚୁର  କୀଟ ଓ ଉଦ୍ଭିଦ ମିଳିଥାନ୍ତି । ଯାହା ସେମାନଙ୍କର ଖାଦ୍ୟ ଅଭାବକୁ ପୂରଣ କରିଥାଏ ଏବଂ ବସା ତିଆରି ପାଇଁ ମଧ୍ୟ ସୁରକ୍ଷିତ ସ୍ଥାନ ମିଳିଥାଏ ।  ଶୀତଋତୁରେ ସେମାନଙ୍କୁ ନିଜ ପୁରୁଣା ଘରେ ଏସବୁ ସୁବିଧା ମିଳିନଥାଏ ।

ଶୀତରୁ ରକ୍ଷା ପାଇବା ପାଇଁ ଯାତ୍ରା

କିନ୍ତୁ ଶୀତର ଆଗମନ ସହିତ ଏହି ପକ୍ଷୀ ନିଜ ଶାବକଙ୍କ ସହିତ  ଦକ୍ଷିଣ ଏବଂ ମଧ୍ୟମ ଓ ନିମ୍ନ ଅକ୍ଷାଂଶ ଦେଶ (ଯେପରିକି ଭାରତ, ଆମେରିକା ଏବଂ କିଛି ଆଫ୍ରିକୀୟ ଦେଶ) କୁ ଏକ ଦୀର୍ଘ ଯାତ୍ରା କରନ୍ତି  ।ଭାରତ ଭଳି ଦେଶରେ ସେମାନେ ହ୍ରଦ,ନଦୀ ଓ ପୋଖରୀ ପାଖରେ ନିଜ ବସା ତିଆରି କରନ୍ତି । ଭାରତର ଉଷ୍ମ ପରିବେଶ ସେମାନଙ୍କୁ ଶିତରୁ ରକ୍ଷା ଦେଇଥାଏ । ବୈଜ୍ଞାନିକଙ୍କ ଅନୁସାରେ  ହମ୍ମିଙ୍ଗବର୍ଡ ପରି ଅନେକ ପକ୍ଷୀ ତୁଷାରପାତକୁ ସହ୍ୟ କରିପାରନ୍ତି ଯଦି ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଖାଦ୍ୟ ଉତ୍ସ ଥାଏ। କିନ୍ତୁ ଏହା ସବୁବେଳେ ଖାଦ୍ୟ ମିଳେନାହିଁ । ଖାଦ୍ୟ ଅଭାବ ଆରମ୍ଭ ହେବା ସହିତ  ସେମାନେ ମଧ୍ଯ ପ୍ରବାସ ଯାତ୍ରାରେ ବାହାରନ୍ତି । ଏହା ଦେଖାଯାଇଛି ଯେ,ଏଭଳି ପକ୍ଷୀ ଶୀତ ଋତୁ ପାଇଁ ନୁହେଁ ବଂର ଖାଦ୍ୟ ଅଭାବ ପାଇଁ ପ୍ରବାସକୁ ଯାଇଥନ୍ତି ।

ବିଭିନ୍ନ ପ୍ରକାରର ପ୍ରବାସ

କେତେକ ପକ୍ଷୀ ସ୍ୱଳ୍ପ ଦୂରରେ ଥିବା ସ୍ଥାନକୁ ଯାତ୍ରା ପାଇଁ ବାଛିଥାନ୍ତି । ଏଭଳି ପକ୍ଷୀ କେବଳ ଖାଦ୍ୟ ଅଭାବ ପାଇଁ ନିଜ ସ୍ଥାନ ପରିତ୍ୟାଗ କରିଥାନ୍ତି । ଅଳ୍ପଦୂରତାକୁ ଯାତ୍ରା କରୁଥିବ ପକ୍ଷୀମାନେ କେବଳ ଉଚ୍ଚ ପର୍ବତକୁ ନିଜ ସାମୟୀକ ବାସସ୍ଥଳୀ ଭାବେ ବାଛିଥାନ୍ତି ।  ଯେତେବେଳେ କି ଅନେକ ପକ୍ଷୀ ପ୍ରାୟ ଶହଶହ ମାଇଲ୍ ଯାତ୍ରା କରି  ନୂତନ ସ୍ଥାନକୁ ଯାଇଥାନ୍ତି । ଅଧିକାଂଶ ପ୍ରଜାତି ଦୂର ଦୂରାନ୍ତକୁ  ସ୍ଥାନାନ୍ତର ଯାତ୍ରା କରନ୍ତି ।

ହଜାର ହଜାର ବର୍ଷର ପ୍ରବାସ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଦୀର୍ଘ ଯାତ୍ରା ହଜାର ହଜାର ବର୍ଷ ଧରି ଲାଗି ରହିଛି । ଏଭଳି ଯାତ୍ରା କରୁଥିବା ପ୍ରଜାତିଗୁଡିକ ମଧ୍ୟରେ ହଜାରେ ବର୍ଷ ଧରି ଏହା  ବିକଶିତ ହୋଇଛି ଏବଂ ସ୍ଥାନାନ୍ତରଣ ବର୍ତ୍ତମାନ ସେମାନଙ୍କର ଜେନେଟିକ୍ସର ଏକ ଅଂଶ ହୋଇପାରିଛି । ପାଣିପାଗ,ଭୌଗୋଳିକ, ଖାଦ୍ୟ ଉତ୍ସ ଏବଂ ଅନ୍ୟାନ୍ୟ କାରଣ ପାଇଁ ସେମାନଙ୍କ ମଧ୍ଯରେ ପ୍ରତିକ୍ରିୟା ପ୍ରସ୍ତୁତ ହୋଇସାରିଛି ।

ପିଢୀ ପରେ ପିଢୀ ପକ୍ଷୀଙ୍କ ମଧ୍ଯରେ ଏହି ଯାତ୍ରା ଜାରି ରହିଛି ।  ପ୍ରଜନନ କାଳ ଆସିବା ସହିତ ସେମାନେ ନିଜ ସ୍ଥାନ ପରିବର୍ତ୍ତନ କରି ଆସିଥାନ୍ତି । ଯାହା ପ୍ରାକୃତିକ ହୋଇଥାଏ । ବରଫ ତରଳିବା ସହିତ ସେମାନେ ନିଜ ପୁରୁଣା ସ୍ତାନକୁ ଫେରନ୍ତି । ସେମାନଙ୍କ ଜେନେଟିକ୍ସ ଏମିତି ବିକଶିତ ହୋଇଛି ଯେ, ସେମାନେ ରାସ୍ତା ଚିହ୍ନି ପାରନ୍ତି ।ଏହା ଲକ୍ଷ କରାଯାଇଛି ଯେ ଯାତ୍ରା ସମୟ ଯେତିକି ପାଖେଇ ଆସେ, ସେମାନେ ଏକ ବିଶେଷ ପ୍ରକାରର ଅସ୍ଥିରତା ଅନୁଭବ କରିବା ଆରମ୍ଭ କରନ୍ତି ।ଯାହା ସେମାନଙ୍କୁ ଯାତ୍ରା କରିବାକୁ ପ୍ରେରିତ କରେ । ଦୀର୍ଘ ଦୂରତାରେ ସେମାନଙ୍କର ବାସସ୍ଥାନ ଚିହ୍ନଟ କରିବାକୁ ସେମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ସାହାଯ୍ୟ ନିଅନ୍ତି ।