Kalyan Banarjee:କଲ୍ୟାଣ ବାନାର୍ଜୀ କିଏ, ଯିଏ ସଂସଦ ବାହାରେ ଉପ-ରାଷ୍ଟ୍ରପତିଙ୍କ ନକଲ କରି ଚର୍ଚ୍ଚାରେ ଅଛନ୍ତି
Advertisement

Kalyan Banarjee:କଲ୍ୟାଣ ବାନାର୍ଜୀ କିଏ, ଯିଏ ସଂସଦ ବାହାରେ ଉପ-ରାଷ୍ଟ୍ରପତିଙ୍କ ନକଲ କରି ଚର୍ଚ୍ଚାରେ ଅଛନ୍ତି

  ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ମଙ୍ଗଳବାର  ସକାଳୁ ଚର୍ଚ୍ଚାରେ ରହିଛନ୍ତି। ମମତା ବାନାର୍ଜୀଙ୍କ ଦଳର ଏହି ସାଂସଦ,  ସଂସଦ ବାହାରେ  ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି  ଜଗଦୀପ ଧନକଡଙ୍କ ନକଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କଲ୍ୟାଣ ବାନାର୍ଜୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡି

SOCIAL MEDIA

Kalyan Banarjee: 

ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ମଙ୍ଗଳବାର  ସକାଳୁ ଚର୍ଚ୍ଚାରେ ରହିଛନ୍ତି। ମମତା ବାନାର୍ଜୀଙ୍କ ଦଳର ଏହି ସାଂସଦ,  ସଂସଦ ବାହାରେ  ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି  ଜଗଦୀପ ଧନକଡଙ୍କ ନକଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କଲ୍ୟାଣ ବାନାର୍ଜୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋମବାର ଦିନ ବିରୋଧି ଦଳର କିଛି ସାଂସଦଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଲୋକସଭାରୁ ବାଚସ୍ପତି ନିଲମ୍ବିତ କରିଥିଲେ। ମଙ୍ଗଳବାର ମଧ୍ୟ କିଛି ସାଂସଦ ନିଲମ୍ବିତ ହୋଇଥିଲେ।  ଏହି ନିଲମ୍ବନକୁ ବିରୋଧ କରି  ବିରୋଧୀ ସାଂସଦମାନେ ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଲ୍ୟାଣ ଉପ ରାଷ୍ଟ୍ରପତିଙ୍କ  ମିମିକ୍ରି କରିଥିଲେ। ଯାହାର ମଜା ସାଥି ସାଂସଦ ନେଉଥିଲେ। ଭିଡିଓରେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଦେଖାଯାଉଛି।  ଭିଡିଓରେ ଦେଖିବାକୁ ମିଳୁଛି ଯେ କଲ୍ୟାଣ ବାନାର୍ଜୀ   ଧନଖଡଙ୍କ ଅଙ୍ଗଭଙ୍ଗୀ ଓ କଥା କହିବା ଶୈଳୀକୁ  ନକଲ କରୁଛନ୍ତି। ରାହୁଲ ଗାନ୍ଧି ଠିଆ ହୋଇ କଲ୍ୟାଣ  ବାନାର୍ଜୀଙ୍କ ଏହି ମିମିକ୍ରିର ଭିଡିଓ ତିଆରି କରୁଥିବାରୁ ଏହା ମଧ୍ୟ ଚର୍ଚ୍ଚା ହେଉଛି। ଆସନ୍ତୁ ଜାଣିବା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ନକଲ କରିଥିବା କଲ୍ୟାଣ ବାନାର୍ଜୀଙ୍କ ବିଷୟରେ ।

ଓକିଲରୁ ରାଜନେତା

ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ଥିବା କଲ୍ୟାଣ ବାନାର୍ଜୀ ଆସାନସୋଲରେ ଜନ୍ମଗ୍ରହଣ କରିଥିଲେ । ବାନାର୍ଜୀ ବିକମ୍ କରିବା ପରେ ଏଲ୍ ଏଲ୍ ବି ପାଠ ପଢ଼ିଛନ୍ତି। ସେ ବାଙ୍କୁରା ସମିଲାନୀ କଲେଜରୁ ଏବଂ ରାଞ୍ଚି ଲ' କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ତାଙ୍କ ବାପା ଭୋଳାନାଥ ବାନାର୍ଜୀ ଓ ମା' ଶିବାନୀ ବାନାର୍ଜୀ ଆଉ ଦୁନିଆରେ ନାହାନ୍ତି। ସେ ଛବି ବାନାର୍ଜୀଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । କଲ୍ୟାଣ ବାନାର୍ଜୀ ଙ୍କୁ ପଶ୍ଚିମବଙ୍ଗର ଅନ୍ୟତମ ଶୀର୍ଷ ଓକିଲ ଭାବରେ ବିବେଚନା କରାଯାଏ ଏବଂ ସେ ଅଧିକାଂଶତଃ ତୃଣମୂଳ କଂଗ୍ରେସ ମାମଲା ଲଢ଼ିଥାନ୍ତି । ୧୯୮୧ ମସିହାରୁ ସେ  କଲିକତା ହାଇକୋର୍ଟରେ ଅଭ୍ୟାସ କରୁଛନ୍ତି।

ଶ୍ରୀରାମପୁର ଲୋକସଭା ଆସନରୁ ସାଂସଦ

କଲ୍ୟାଣ ବାନାର୍ଜୀ ଶ୍ରୀରାମପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସେ ଟିଏମସି ଟିକେଟରେ ବିଜୟୀ ହୋଇଥିଲେ। ଏହାପରେ ୨୦୧୯ରେ ସେ ପୁଣି ନିର୍ବାଚନ ଜିତିଥିଲେ। ୨୦୦୯ରେ ସେ ସଂସଦୀୟ ଦଳର ସଦସ୍ୟ ଭାବେ ବ୍ରିଟେନ୍ ଓ ଆମେରିକା ଗସ୍ତ କରିଥିଲେ