Yulia Navalnaya:ପୁତିନଙ୍କ ବିରୋଧରେ ସ୍ୱାମୀଙ୍କ ହତ୍ୟା ଅଭିଯୋଗ ଆଣିଥିବା ୟୁଲିଆ ନାଭାଲାନ୍ୟା କିଏ ?
Advertisement
Article Detail0/zeeodisha/odisha2120232

Yulia Navalnaya:ପୁତିନଙ୍କ ବିରୋଧରେ ସ୍ୱାମୀଙ୍କ ହତ୍ୟା ଅଭିଯୋଗ ଆଣିଥିବା ୟୁଲିଆ ନାଭାଲାନ୍ୟା କିଏ ?

ପୁଟିନଙ୍କ ସମାଲୋଚକ ତଥା କଠୋର ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନାଭାଲନିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପତ୍ନୀ ୟୁଲିଆ ଏହାର ପ୍ରତିବାଦ କରିଛନ୍ତି। ୟୁଲିଆ ସିଧାସଳଖ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁତିନଙ୍କୁ ଦାୟୀ କରିଛନ୍ତି। ତାଙ୍କ ଅନୁସାରେ ଜେଲରେ  ତାଙ୍କ ସ୍ୱାମୀଙ୍କୁ ବିଷ ଦିଆଯାଇଥିଲା। ସ୍ୱାମୀଙ

SOCIAL MEDIA

Yulia Navalnaya:

ପୁଟିନଙ୍କ ସମାଲୋଚକ ତଥା କଠୋର ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନାଭାଲନିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପତ୍ନୀ ୟୁଲିଆ ଏହାର ପ୍ରତିବାଦ କରିଛନ୍ତି। ୟୁଲିଆ ସିଧାସଳଖ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁତିନଙ୍କୁ ଦାୟୀ କରିଛନ୍ତି। ତାଙ୍କ ଅନୁସାରେ ଜେଲରେ  ତାଙ୍କ ସ୍ୱାମୀଙ୍କୁ ବିଷ ଦିଆଯାଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପାଇଁ ସେ ପୁଟିନଙ୍କୁ ଦାୟୀ କରିବା ସହିତ , ଜେଲ ପ୍ରଶାସନ ଜାଣିଶୁଣି ତାଙ୍କ ସ୍ୱାମୀ ଆଲେକ୍ସିଙ୍କ ମୃତଦେହ ଦେଉନାହିଁ ବୋଲି ୟୁଲିଆ ଅଭିଯୋଗ କରିଛନ୍ତି। ନର୍ଭ ଏଜେଣ୍ଟ ଜରିଆରେ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ୟୁଲିଆ କହିଛନ୍ତି ଯେ, ମୁଁ ପୁତିନ୍ ଏବଂ ତାଙ୍କ ସମସ୍ତ ସହଯୋଗୀଙ୍କୁ  କହିବାକୁ ଚାହୁଁଛି ଯେ ସେ ମୋ ସ୍ୱାମୀଙ୍କ ସହ ଯାହା କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ କ୍ଷମା କରିବି ନାହିଁ। ବର୍ଷ ବର୍ଷ ଧରି ଦେଶରେ ହେଉଥିବା ଅତ୍ୟାଚାର ପାଇଁ ପୁତିନ ଦାୟୀ।

ତୁର୍କୀରେ ଆଲେକ୍ସେଇଙ୍କୁ ଭେଟିଥିଲେ ଅର୍ଥନୀତିଜ୍ଞ ୟୁଲିଆ

ୟୁଲିଆ ଏବଂ ଆଲେକ୍ସେଇଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ତୁର୍କୀରେ ଭେଟ ହୋଇଥିଲା।  ଦୁହେଁ ଛୁଟି କଟାଇବାକୁ ଯାଇଥିବା ବେଳେ ସେଠାରେ ପରସ୍ପରକୁ ଭେଟିଥିଲେ। ପରେ ଉଭୟ ବିବାହ କରିଥିଲେ।  ୟୁଲିଆ ପେସାରେ ଜଣେ ଅର୍ଥନୀତିଜ୍ଞ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ପରିବାର ଏବଂ କ୍ୟାରିୟରର ଯତ୍ନ ନେଇ ୟୁଲିଆ ଆଲେକ୍ସେଇଙ୍କୁ ତାଙ୍କ ପ୍ରଚାରରେ ସାହାଯ୍ୟ କରିଥିଲେ ଏବଂ ତାଙ୍କ ରାଜନୈତିକ ଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ସହିତ ଠିଆ ହୋଇଥିଲେ । ସେ ଗଣମାଧ୍ୟମଠାରୁ ଦୂରରେ ରହି ସ୍ୱାମୀଙ୍କୁ ସାହାଯ୍ୟ କରୁଥିଲେ।

 ୨୦୨୦ରେ ସେ ତାଙ୍କ ସ୍ୱାମୀଙ୍କ ସହ ଜର୍ମାନୀ ଯାଇଥିଲେ। ୨୦୨୧ରେ ସେମାନେ ମସ୍କୋ ଫେରିବା ପରେ ଆଲେକ୍ସେଇଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ୧୯ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା।

ସ୍ୱାମୀ ଜେଲ୍ ଯିବା ପରେ ୟୁଲିଆ ଏଥିପାଇଁ ପୁଟିନ୍ ଓ ତାଙ୍କ ସହଯୋଗୀମାନଙ୍କୁ ଦାୟୀ କରିବା ଆରମ୍ଭ କରିଥିଲେ। ରୁଷରେ ଗଣତନ୍ତ୍ର ଓ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

 ଆଲେକ୍ସିଙ୍କ ଅତୀତ

ୟୁଲିଆଙ୍କ ସ୍ୱାମୀ ଆଲେକ୍ସି ନାଭାଲନିଙ୍କ ବିରୋଧରେ ଉଗ୍ରବାଦ ଅଭିଯୋଗ ଆଣି ତାଙ୍କୁ ଜେଲରେ ରଖାଯାଇଥିଲା। ଗୋଟିଏ ଅଦାଲତ ତାଙ୍କୁ ୧୯ ବର୍ଷର କାରାଦଣ୍ଡ ଶୁଣାଇଥଇଲେ।  ହେବ ଜେଲରେ ଥିଲେ। ୧୯୭୬ମସିହାରେ ଜନ୍ମଗ୍ରହଣ କରିଥିବା ଆଲେକ୍ସି ଆଇନ ଅଧ୍ୟୟନ ପରେ ଜଣେ ଓକିଲ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ସମୟରେ ସେ ଋଷର ସରକାରୀ କମ୍ପାନୀରେ ଚାଲିଥିବା ବ୍ୟାପକ ଦୁର୍ନିତୀକୁ ନେଇ ବ୍ଲଗ୍ ଲେଖିବା ଆରମ୍ଭ କରିଥିଲେ। ସେହି ବ୍ଲଗ୍ ତାଙ୍କୁ ରୁଷିଆରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା।

ଆଲେକ୍ସେଇଙ୍କ କାରଣରୁ ରୁଷ ସରକାରଙ୍କ ଅନେକ ନେତା ଓ ବରିଷ୍ଠ ଅଧିକାରୀଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଦୁର୍ନୀତି ବିରୋଧରେ ସେ ଲଢ଼େଇ ଜାରି ରଖିଥିଲେ।  ଆଲେକ୍ସିଙ୍କ ଦୁର୍ନିତୀ ବିରୋଧି ଅଭିଯାନ କାରଣରୁ ତାଙ୍କୁ  ପୁଟିନ ବିରୋଧୀ ବୋଲି ବିବେଚନା କରାଗଲା ।

୨୦୧୧ରେ ସଂସଦ ବାହାରେ ସରକାର ବିରୋଧରେ ଲେଖିଥିବାରୁ ତାଙ୍କୁ ପ୍ରଥମ ଥର ପାଇଁ ଗିରଫ କରାଯାଇଥିଲା। ତାଙ୍କୁ ୧୫ ଦିନ ଜେଲ୍ ଦଣ୍ଡାଦେଶ ହୋଇଥିଲା। ପୁଟିନ୍ ୨୦୧୨ରେ କ୍ଷମତାକୁ ଫେରିଥିଲେ। ୨୦୧୩ରେ ଆଲେକ୍ସି ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ପୁତିନଙ୍କ ସମର୍ଥକଙ୍କ ଠାରୁ ହାରିଯାଇଥିଲେ। ଅପରାଧିକ ମାମଲାର ତଦନ୍ତରେ ଆଲେକ୍ସିଙ୍କୁ ତଥାକଥିତ ଦଙ୍ଗା ଅଭିଯୋଗରେ  ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ଅଦାଲତ ଦଣ୍ଡାଦେଶ କୁ ସ୍ଥଗିତ ରଖିବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଏହି ପ୍ରକ୍ରିୟା ଜାରି ରହିଥିଲା।

୨୦୨୦ମସିହାରେ ଆଲେକ୍ସେଇଙ୍କୁ ବିମାନ ଯାତ୍ରା କାଳରେ  ବିଷ ଦିଆ ଯାଇଥିଲା। ତେବେ ଜର୍ମାନୀରେ ତାଙ୍କର ଚିକିତ୍ସା କରାଯାଇଥିଲା। ସେ ବଞ୍ଚିଯାଇଥିଲେ, କିନ୍ତୁ ରୁଷିଆ ଫେରିବା ମାତ୍ରେ ତାଙ୍କୁ ୧୯ ବର୍ଷର ଜେଲଦଣ୍ଡ ହୋଇଥିଲା।