Odisha News Live Updates: ବଦଳିବାକୁ ଯାଉଛି ପାଣିପାଗ, ଗୋଟିଏ କ୍ଲିକରେ ପଢ଼ନ୍ତୁ ଆଜିର ସମସ୍ତ ତାଜା ଖବର
Advertisement
Article Detail0/zeeodisha/odisha2083577

Odisha News Live Updates: ବଦଳିବାକୁ ଯାଉଛି ପାଣିପାଗ, ଗୋଟିଏ କ୍ଲିକରେ ପଢ଼ନ୍ତୁ ଆଜିର ସମସ୍ତ ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ ।

 

Odisha Daily News Live
LIVE Blog
29 January 2024
22:57 PM

Odisha BJP Media Cell: ଆଗାମୀ ୨୦୨୪ ନିର୍ବାଚନକୁ ନଜରରେ ରଖି ଦଳୀୟ ସଙ୍ଗଠନକୁ ମଜବୁତ କରିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି। ଏହି କ୍ରମରେ ଦଳର ମିଡିଆ ସେଲ୍‌ କରାଯାଇଛି ପୁନର୍ଗଠନ। ରାଜ୍ୟ ବିଜେପି ସଭାପତି  ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଯେଉଁଥିରେ ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା ଦଳ ପକ୍ଷରୁ କରାଯାଇଛି।

ପଢନ୍ତୁ ପୁରା ଖବର

 

22:40 PM

ହେମନ୍ତ ସୋରେନଙ୍କ କାର୍ ସିଜ୍ କଲା ଇଡି

ନୂଆଦିଲ୍ଲୀ: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଲିଙ୍କ ଥିବା ଦିଲ୍ଲୀର ୩ଟି ସ୍ଥାନରେ ରେଡ୍ କରିଛି ଇଡି । ଦୀର୍ଘ ୧୫ ଘଣ୍ଟା ତନାଘନା କରିବା ପରେ ଫେରିଛି ଇଡି । ତେବେ ମିଳିଥିବା ସୂଚନା ମୁତାବକ ହେମନ୍ତ ସୋରେନଙ୍କ ଏକ କାରକୁ ଜବତ କରାଯାଇଛି ।

22:10 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।    

ପଢନ୍ତୁ ପୁରା ଖବର

 

22:00 PM

ରାଜ୍ୟସଭା ନିର୍ବାଚନ: କେହି ପଲଟିବେନି, ପୁଣି ଏକାଠି ହେବେକି ବିଜେପି ବିଜେଡି

ଭୁବନେଶ୍ୱର: ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ଟି ରାଜ୍ୟ କୋଟାରେ ୫୬ ଜଣ ସଦସ୍ୟଙ୍କ ଲାଗି ଏହି ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏଥର ଶେଷ ହେବକୁ ଥିବାରୁ ସେମାନଙ୍କ ସ୍ଥାନରେ କିଏ ହେବେ ରାଜ୍ୟସଭା ପ୍ରାର୍ଥୀ ତାହା ଚର୍ଚ୍ଚା ପରିଧିକୁ ଆସିଛି। ପୁଣି ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଆସନ୍ନ ହୋଇଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି। ଅଧିକ ପଢ଼ନ୍ତୁ...

21:46 PM

ବିଶାଳ ସମାବେଶରେ ଗର୍ଜିଲେ ଖଡଗେ, ବିଜେପି-ବିଜେଡି ଉପରେ ବର୍ଷିଲେ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆଜି ରାଜ୍ୟର କୋଣ ଅନୁକୋଣରୁ ଭୁବନେଶ୍ୱରରେ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଥିବାବେଳେ ସେମାନଙ୍କ ସାମ୍ନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଖଡଗେ । ଅଧିକ ପଢ଼ନ୍ତୁ...

21:07 PM

Lord Jagannath Darshan Odisha: ଗତ ୧୭ ତାରିଖରେ ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକାର୍ପିତ ହେବା ପରେ ଏହାର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତଙ୍କ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଜାନୁଆରୀ ୨୯ ତାରିଖ ସୋମବାର ପ୍ରଥମ ଦିନରେ ୫ ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ସୋମବାର ରାଜ୍ୟର ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ବର, କଟକ, କେନ୍ଦ୍ରାପଡ଼ା ଆଦି ୫ ଜିଲ୍ଲାର ପ୍ରାୟ ୫୦୦ ପଞ୍ଚାୟତରୁ ୧୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ।

ପଢନ୍ତୁ ପୁରା ଖବର

 

20:27 PM

Odisha Cabinet Decision Today: ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବିବାଦୀୟ ଆଦିବାସୀ ସ୍ଥାବର ସମ୍ପତ୍ତିର ହସ୍ତାନ୍ତର ଆଇନ-୧୯୫୬ ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରିଛନ୍ତି। ସେହିବରି ୧୬୯ ନୂଆ ବର୍ଗଙ୍କୁ ଆଦିବାସୀ ତାଲିକାରେ ସାମିଲ୍‍ କରିବାକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୨୯ ତାରିଖ ସୋମବାର ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଆଦିବାସୀଙ୍କୁ ଧ୍ୟାନରେ ରଖି ଏକ ସ୍ୱତନ୍ତ୍ର ଭାଷା କମିଶନ ସ୍ଥାପନ ସହ ୨୧ ଆଦିବାସୀ ଭାଷାର ବିକାଶ ପାଇଁ ସ୍କୁଲ୍‍ ପାଠ୍ୟକ୍ରମରେ ସାମିଲ୍ କରିବା ଏବଂ ହୋ, ମୁଣ୍ଡାରୀ, କୁଇ, ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦର ସାମିଲ୍‍ ପାଇଁ ପଦକ୍ଷେପ ନେବାକୁ ବଦ୍ଧପରିକର ହୋଇଛନ୍ତି ଓଡ଼ିଶା ସରକାର। 

ପଢନ୍ତୁ ପୁରା ଖବର

 

20:01 PM

ବିଜେଡିରେ ମିଶିଲା ଜଲିଉଡ୍ ! ଦୈତାରୀ ପଣ୍ଡାଙ୍କ ସହ ୨୯ କଳାକାର ଫୁଙ୍କିଲେ ଶଙ୍ଖ

ଭୁବନେଶ୍ୱର: ପୂର୍ବରୁ ଓଲିଉଡର ଅନେକ କଳାକାର ରାଜନୀତିରେ ସଫଳତାର ସହ ଆଗକୁ ବଢିଥିବାବେଳେ ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛି ଓଡ଼ିଆ ଯାତ୍ରା ଜଗତ ତଥା ଜଲିଉଡ୍ । ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ୨୯ଜଣ ଯାତ୍ରା କଳାକାର ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

19:56 PM

2000 Rupee Note Exchange: ୨୦୦୦ ଟଙ୍କିଆ ନୋଟ ବଦଳାଇବା ଲାଗି ମିଥ୍ୟା ପ୍ରଲୋଭନ ଦେଖାଇ ଆନ୍ଧ୍ର ବ୍ୟାପରୀଙ୍କ ଟଙ୍କା ଲୁଟ କରିବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଏହି ଘଟଣାରେ ୫ ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୋଲିସ କନେଷ୍ଟବଳ ରହିଥିବାର ଜଣାପଡ଼ିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା।

ପଢନ୍ତୁ ପୁରା ଖବର

19:23 PM

Tata and Airbus Collaboration: ଦେଶରେ ନିର୍ମିତ ହେବ ସବୁଠାରୁ ଶକ୍ତିଶାଳୀ ହେଲିକ୍ୟାପ୍ଟର କୁହାଯାଉଥିବା ଏଚ୧୨୫। ଏହି ହେଲିକ୍ୟାପ୍ଟର ଟାଟା-ଏୟାରବସ୍ ମିଳିତ ସହଭାଗୀତାରେ ନିର୍ମାଣ କରାଯିବ। ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ସମୟରେ ଏ ସମ୍ପର୍କରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିବାର କୁହାଯାଉଛି। ଭାରତୀୟ ବୈଦେଶିକ ସଚିବ ବିନୟ କ୍ୱାତ୍ରା ଜୟପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଟାଟା-ଏୟାରବସ୍ ଗୁରୁତର ସ୍ୱଦେଶୀ ଉପାଦାନ ସହିତ ଏଚ୧୨୫ ଉତ୍ପାଦନ ପାଇଁ ଏକ ସହଭାଗୀତା କରିଛନ୍ତି।

ପଢନ୍ତୁ ପୁରା ଖବର

19:10 PM

ଓଡ଼ିଶା ପ୍ରଜ୍ଞାପନ ମେଢ଼ ପାଇଲା ପ୍ରଥମ ପୁରସ୍କାର

ଭୁବନେଶ୍ୱର: ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଥିଲା । ଓଡ଼ିଶାର କଳା ସଂସ୍କୃତି ଏବଂ ବିଶେଷକରି ନାରୀ ସଶକ୍ତିକରଣକୁ ଏଥିରେ ସ୍ଥାନୀତ କରାଯାଇଥିଲା । ବର୍ତ୍ତମାନ ଖୁସିର କଥା ହେଉଛି, ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ମିଳିଛି । ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଗର୍ବିତ ଅନୁଭବ କରୁଛନ୍ତି । ଅଧିକ ପଢ଼ନ୍ତୁ...

18:54 PM

ନନ୍ଦନକାନନରେ ଆରମ୍ଭ ହେଲା ନାଇଟ୍‍ ସଫାରୀ । ୧୨ ଗାଡ଼ିରେ ସ୍କୁଲ୍‍ ପିଲାଙ୍କୁ ଚନ୍ଦକା ବୁଲାଇବା କାର୍ଯ୍ୟକ୍ରମ । ପିସିସିଏଫ୍‍ ସୁଶାନ୍ତ ନନ୍ଦ ଏହାର ଉଦ୍ଘାଟନ କରିଛନ୍ତି ।

18:28 PM

Maldives President Mohamed Muizzu may be Deposed: ଭାରତ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ଚୀନ୍ ସମର୍ଥିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଲାଗି ସମସ୍ୟା ବଢିଯାଇଛି। ନିଜ ଦେଶର ମାଳଦ୍ୱୀପ ରାଷ୍ଟ୍ରପତି ସବୁ ଦିଗରୁ ଘେରି ହୋଇଯାଇ ଥିବାର ଜଣାପଡୁଛି। ମାଲଦ୍ୱୀପ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦେଶର ମୁଖ୍ୟ ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତୁତ ହେଉଛି। ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ସାଂସଦ ସନ୍.ଏମ.ଭିସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଦେଶର ସଂସଦରେ ରାଷ୍ଟ୍ରପତିଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ କରିବାକୁ ଆମେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଦସ୍ତଖତ କାରିସାରିଛୁ। ଦେଶର ସଂସଦରେ ମହାଭିଯୋଗ ପ୍ରସ୍ତାବ ଖୁବ ଶୀଘ୍ର ଆଗତ କରାଯିବ।

ପଢନ୍ତୁ ପୁରା ଖବର

18:09 PM

February Grah Gochar 2024: ଫେବୃଆରୀରେ କେଉଁ ଗ୍ରହ ଚଳନ କେଉଁ ରାଶିର ଫିଟାଇବ ଭାଗ୍ୟ, ଜାଣନ୍ତୁ...

୨୦୨୪ ବର୍ଷର ଦ୍ୱିତୀୟ ମାସ ତଥା ଫେବୃଆରୀ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବେ । ଯାହା କିଛି ରାଶି ଉପରେ ସକରାତ୍ମକ ଏବଂ କିଛି ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇବ । ଅଧିକ ପଢ଼ନ୍ତୁ...

17:45 PM

Lok Sabha Election 2024 UP: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧିନ ଏନଡି଼ଏ ମେଣ୍ଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଛି ଜେଡିୟୁ। ଯାହା ବିରୋଧି ଇଣ୍ଡିଆ ମେଣ୍ଟ ପାଇଁ କୌଣସି ଝଟକା ଠାରୁ କମ ନୁହେଁ। ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟରେ ସାମିଲ ରହିଥିବା ତୃଣମୂଳ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରି ସାରିଛନ୍ତି। ଏବେ ଉତ୍ତର ପ୍ରଦେଶରେ ବିରୋଧି ମେଣ୍ଟରେ ଆସନ ବୁଝାମଣାକୁ ନେଇ ସମସ୍ୟା ଉପୁଜିଛି।

ପଢନ୍ତୁ ପୁରା ଖବର

16:52 PM

Delhi Airports First Ever Elevated Taxiway: ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଉଚ୍ଚତର ଟ୍ୟାକ୍ସିୱେ। ଏହି ଅବସରରେ ବି୭୪୭ ବୋଇଂ ବିମାନକୁ ଦେଖିବାକୁ ମିଳିଥିଲା। ଯାହାକୁ ଟ୍ୟାକ୍ସିୱେ ଠାରେ ଗଡୁଥିବାର ଦେଖିବାକୁ ମିଳିଥିଲା। ଦିଲ୍ଲୀ ବିମାନବନ୍ଦରରେ ଉଦଘାଟିତ ହୋଇଥିବା ପ୍ରଥମ ଟ୍ୟାକ୍ସିୱେ ଠାରେ ବୋଇଂ ବିମାନ ଗଡ଼ିବାର ବିମାନ ସାମ୍ନାକୁ ଆସିଛି।

ପଢନ୍ତୁ ପୁରା ଖବର

 

16:50 PM

Parliament New Entry System: ବଦଳିଛି ସଂସଦ ଭବନରେ ପ୍ରବେଶ ସମ୍ବନ୍ଧୀୟ ନିୟମ। ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସଂସଦର ଶୀତ କାଳୀନ ଅଧିବେଶନ ସମୟରେ ସୁରକ୍ଷା ଭଙ୍ଗ କରାଯିବା ଘଟଣା ପରେ ପ୍ରବେଶ ସମ୍ବନ୍ଧୀୟ ନିୟମକୁ ପରିବର୍ତ୍ତନ କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ଯେଉଁମାନେ ଦର୍ଶକ ଭାବରେ ସଂସଦ ଭବନରେ ପ୍ରବେଶ କରିବାକୁ ଚାହୁଁଛନ୍ତି, ସେମାନଙ୍କ ସମ୍ପର୍କରେ ପୂଙ୍ଖାନୁପୂଙ୍ଖ ଅନୁସନ୍ଧାନ କରାଯିବ। ଏହା ବ୍ୟତୀତ ଦର୍ଶକଙ୍କୁ ପ୍ରବେଶ ପାଇଁ ଏକ ସ୍ମାର୍ଟ କାର୍ଡ ମଧ୍ୟ ପ୍ରଦାନ କରାଯିବ। ଏହା ବ୍ୟତୀତ ସେମାନଙ୍କ ବାୟୋମେଟ୍ରିକ୍ସ ମଧ୍ୟ ନିଆଯିବ।

ପଢନ୍ତୁ ପୁରା ଖବର

 

16:05 PM

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

15:03 PM

ଝିଅଟିଏ ପାଇଁ କରିଥିଲେ ମାନସିକ, ଇଚ୍ଛା ପୂରଣ ପରେ ଗଢିଦେଲେ ମନ୍ଦିର

ବାଲେଶ୍ୱର: ପୁଅ ପାଇଁ ମାନସିକ କଥା ଆପଣ ନିଶ୍ଚେ ଶୁଣିଥିବେ କିନ୍ତୁ ଝିଅଟିଏ ହେବା ପାଇଁ କେତେଜଣ ମାନସିକ କରନ୍ତି ? କିନ୍ତୁ ଆମ ରାଜ୍ୟରେ ଏପରି ଦମ୍ପତ୍ତି ଅଛନ୍ତି ସେମାନେ ପୁଅ ନୁହେଁ ବରଂ କୋଳରେ ଝିଅଟିଏ ଜନ୍ମ ହେଉ ବୋଲି ମାନସିକ କରିଥିଲେ ପ୍ରଭୁ ଗଜାନନଙ୍କ ନିକଟରେ । ଭଗବାନ ଦମ୍ପତ୍ତିଙ୍କ ଇଚ୍ଛା ପୂରଣ କରିବା ପରେ ମାନସିକ ଅନୁଯାୟୀ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ଦମ୍ପତ୍ତି ତୋଳିଦେଲେ ପ୍ରଭୁ ଗଣେଶଙ୍କ ମନ୍ଦିର । ଅଧିକ ପଢ଼ନ୍ତୁ...

14:33 PM

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ସଂଜୀବ ପଣ୍ଡା । ବିଧିବଦ୍ଧ ଭାବେ ଆଜି ଏହି ଦାୟିତ୍ୱ ଗ୍ରହଣ ପର୍ବ ପାଳନ ହୋଇଛି । ବିଦାୟ ନେବା ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କୁ ସମସ୍ତ ଦାୟିତ୍ୱ ସମର୍ପଣ କରିଛନ୍ତି । ଅଧିକ ପଢ଼ନ୍ତୁ...

11:34 AM

Land for Jobs Scam Case: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଆଜି ଇଡି ଆଗରେ ହାଜର ହୋଇଛନ୍ତି। ED ଜମି ବଦଳରେ ରେଲୱେ ଚାକିରି ଘୋଟାଲା ସହ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ପଚରାଉଚୁରା ପାଇଁ ଡକାଇଥିଲେ। ସମନ ଅନୁଯାୟୀ, ଲାଲୁ ପ୍ରସାଦଙ୍କୁ ଆଜି ଅର୍ଥାତ୍ ୨୯ ଜାନୁଆରୀରେ ହାଜର ହେବାକୁ କୁହାଯାଇଥିଲା। ପଢ଼ନ୍ତୁ ପୂରା ଖବର...

11:23 AM

Odisha News: ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର (Sambalpur mla Jayanarayan Mishra)ଙ୍କ ନାଁ ରେ ଗୁରୁତର ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଅନ୍ନପୂର୍ଣ୍ଣା ବାରିକ। ପଢ଼ନ୍ତୁ ପୂରା ଖବର...

11:18 AM

Land Scam Case: ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟର (ED) ଏକ ଟିମ୍ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନ ଶାନ୍ତି ନିକେତନଙ୍କ ନିକଟରେ ପହଞ୍ଚିଛନ୍ତି। ED ତରଫରୁ ପଚରାଉଚରା ପାଇଁ ସିଏମ୍ ସୋରେନଙ୍କୁ ଦଶଟି ସମନ ପଠାଯାଇଥିଲା। ପଢ଼ନ୍ତୁ ପୂରା ଖବର...

09:50 AM

69th Filmfare Awards 2024 Winners List: ଗୁଜୁରାଟର ଗାନ୍ଧୀ ନାଗରରେ ଫିଲ୍ମଫେୟାର ଆୱାର୍ଡ ୨୦୨୪ ଅନୁଷ୍ଠିତ ହୋଇଥିଲା। କେବଳ ରଣବୀର କପୁର ଓ ଆଲିଆ ଭଟ୍ଟ ନୁହଁନ୍ତି, ଏହି ତାରକାମାନେ ୬୯ ତମ ଫିଲ୍ମଫେୟାର ଅନେକ ଆୱାର୍ଡ ଜିତିଥିଲେ। ଏଠାରେ ଦେଖନ୍ତୁ ପୂରା ତାଲିକା। ପଢ଼ନ୍ତୁ ପୂରା ଖବର...

08:14 AM

Petrol-Diesel Price Today: ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି। ଅଶୋଧିତ ମୂଲ୍ୟ ୮୦ ଡଲାରରୁ ଅଧିକ ଦରରେ କାରବାର କରୁଛି। ଏଭଳି ପରିସ୍ଥିତିରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି କି? ଏହି ପ୍ରଶ୍ନ ପ୍ରାୟ ସମସ୍ତ ଭାରତୀୟଙ୍କ ମନରେ ଅଛି। ୨୯ ଜାନୁଆରୀ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରକାଶ ପାଇଛି। ୨୯ ଜାନୁଆରୀରେ ମଧ୍ୟ ତୌଳ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ପଢ଼ନ୍ତୁ ପୂରା ଖବର...

07:49 AM

WTC Points Table: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଯାହାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ଚତୁର୍ଥ ଦିନରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚକୁ ୨୮ ରନରେ ଜିତି ନେଇଥିଲା। ଏହି ବିଜୟ ସହିତ ଇଂଲଣ୍ଡ ଦଳ ବର୍ତ୍ତମାନ ସିରିଜରେ ୧-୦ ରେ ଆଗୁଆ ରହିଛି। ହାଇଦ୍ରାବାଦ ଗ୍ରାଉଣ୍ଡରେ ୧୪ ବର୍ଷ ପରେ ଟିମ୍ ଇଣ୍ଡିଆ ଏକ ଟେଷ୍ଟ ମ୍ୟାଚ୍ ରେ ହାରିଛି। ଏହି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପଏଣ୍ଟ ଟେବୁଲରେ ଏକ ବଡ଼ କ୍ଷତି ସହିଛି। ପଢ଼ନ୍ତୁ ପୂରା ଖବର... 

07:16 AM

Pariksha Pe Charcha 2024: ବୋର୍ଡ ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରୁଥିବା ଓ ପରୀକ୍ଷା ସମୟରେ ଚାପକୁ ଦୂର କରିବା ପାଇଁ ସେମାନଙ୍କୁ ମନ୍ତ୍ର ପ୍ରଦାନ କରୁଥିବା ନଜର ଆସିବେ। ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ତିନି ହଜାର ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି, ଯେଉଁମାନେ ଏହାକୁ ସିଧାସଳଖ ଦେଖିପାରିବେ ଓ ଶୁଣିପାରିବେ। ଛାତ୍ରମାନଙ୍କ ସହ ପରୀକ୍ଷା ଉପରେ ପିଏମ ମୋଦୀଙ୍କ ଆଲୋଚନାର ଏହା ହେଉଛି ସପ୍ତମ ସଂସ୍କରଣ।

 

07:13 AM

Horoscope Today 29 January 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୨୯ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢ଼ନ୍ତୁ ପୂରା ଖବର...

07:12 AM

BSKY Nabin card deadline extended: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ହିତାଧିକାରୀଙ୍କ ପାଇଁ ଖୁସି ଖବର। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (Biju Swasthya Kalyan Yojna)(ବିଏସକେଓ୍ବାଇ)-ନବୀନ କାର୍ଡ (Nabin card) ପାଇଁ ଆବେଦନ ଅବଧିକୁ ରାଜ୍ୟ ସରକାର  ଫେବୃଆରୀ ୮(BSKY Nabin card deadline extended) ତାରିଖ ଯାଏଁ  ବୃଦ୍ଧି କରିଛନ୍ତି। ଫଢ଼ନ୍ତୁ ପୂରା ଖବର...

07:06 AM

Bigg Boss season 17 winner: ବିଗ୍ ବସ୍ ସିଜନ ୧୭ ର ବିଜେତା ଘୋଷିତ ହୋଇଛି। ଏଥର ମଧ୍ୟ ସବୁଥର ପରି ସଲମାନ ଖାନ ବିଜେତାଙ୍କ ନାମ ଘୋଷଣା କରିଥିଲେ। ବିଜେତା ଭାବରେ ମୁନାୱାର ଫାରୁକିଙ୍କ ନାମ ଘୋଷଣା ହେବା ମାତ୍ରେ ତାଙ୍କ ଆଖିରୁ ଲୁହ ଆସିଯାଇଥିଲା। ଏହି ସମୟ ମଧ୍ୟରେ ଅଭିଷେକ କୁମାରଙ୍କ ହୃଦୟ ମଧ୍ୟ ଭାଙ୍ଗି ଯାଇଥିଲା। ତେବେ ଆସନ୍ତୁ ଜଣାଉଛୁ ବିଜେତା ଏଥର ବିଗ୍ ବସ୍ ଟ୍ରଫି ବ୍ୟତୀତ ଆଉ କ’ଣ ସବୁ ପାଇଛନ୍ତି? ପଢ଼ନ୍ତୁ ପୂରା ଖବର...

06:27 AM

Odisha Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)।  ଆଉ ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଗକୁ ଆସୁଛି ବର୍ଷା। ରାଜ୍ୟର କିଛି ସ୍ଥାନରେ ୪ ଦିନ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ପୂର୍ବାନୁମାନ କରିଛି। ପଢ଼ନ୍ତୁ ପୂରା ଖବର...