ଝିଅଟିଏ ପାଇଁ କରିଥିଲେ ମାନସିକ, ଇଚ୍ଛା ପୂରଣ ପରେ ଗଢିଦେଲେ ମନ୍ଦିର
Advertisement
Article Detail0/zeeodisha/odisha2084502

ଝିଅଟିଏ ପାଇଁ କରିଥିଲେ ମାନସିକ, ଇଚ୍ଛା ପୂରଣ ପରେ ଗଢିଦେଲେ ମନ୍ଦିର

ପୁଅ ନୁହେଁ ବରଂ କୋଳରେ ଝିଅଟିଏ ଜନ୍ମ ହେଉ ବୋଲି ମାନସିକ କରିଥିଲେ ପ୍ରଭୁ ଗଜାନନଙ୍କ ନିକଟରେ । ଭଗବାନ ଦମ୍ପତ୍ତିଙ୍କ ଇଚ୍ଛା ପୂରଣ କରିବା ପରେ ମାନସିକ ଅନୁଯାୟୀ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ଦମ୍ପତ୍ତି ତୋଳିଦେଲେ ପ୍ରଭୁ ଗଣେଶଙ୍କ ମନ୍ଦିର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ରାଜୁଆପଡା ଅଞ୍ଚଳରେ ।

ଝିଅଟିଏ ପାଇଁ କରିଥିଲେ ମାନସିକ, ଇଚ୍ଛା ପୂରଣ ପରେ ଗଢିଦେଲେ ମନ୍ଦିର

ବାଲେଶ୍ୱର: ପୁଅ ପାଇଁ ମାନସିକ କଥା ଆପଣ ନିଶ୍ଚେ ଶୁଣିଥିବେ କିନ୍ତୁ ଝିଅଟିଏ ହେବା ପାଇଁ କେତେଜଣ ମାନସିକ କରନ୍ତି ? କିନ୍ତୁ ଆମ ରାଜ୍ୟରେ ଏପରି ଦମ୍ପତ୍ତି ଅଛନ୍ତି ସେମାନେ ପୁଅ ନୁହେଁ ବରଂ କୋଳରେ ଝିଅଟିଏ ଜନ୍ମ ହେଉ ବୋଲି ମାନସିକ କରିଥିଲେ ପ୍ରଭୁ ଗଜାନନଙ୍କ ନିକଟରେ । ଭଗବାନ ଦମ୍ପତ୍ତିଙ୍କ ଇଚ୍ଛା ପୂରଣ କରିବା ପରେ ମାନସିକ ଅନୁଯାୟୀ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ଦମ୍ପତ୍ତି ତୋଳିଦେଲେ ପ୍ରଭୁ ଗଣେଶଙ୍କ ମନ୍ଦିର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ରାଜୁଆପଡା ଅଞ୍ଚଳରେ ।

ସୂଚନା ମୁତାବକ, ରାଜୁଆପଡା ଦମ୍ପତ୍ତି ଅଶ୍ୱିନ ପଣ୍ଡା ଏବଂ ଅଞ୍ଜନା ପଣ୍ଡା ଉଭୟେ ପ୍ରଭୁ ଗଣେଶଙ୍କ ପୂଜା କରିବା ପାଇଁ ଖୁବ ଭଲ ପାଆନ୍ତି । ବିବାହ ପରେ ଦମ୍ପତ୍ତିଙ୍କର ପ୍ରଥମ ସନ୍ତାନ ଭାବେ ପୁଅଟିଏ ହୋଇଥିଲା । ପରବର୍ତ୍ତୀ ଗର୍ଭସ୍ଥ ଶିଶୁ ଝିଅଟିଏ ହେଉ ବୋଲି ଉଭୟେ ମାନସିକ କରିଥିଲେ । ୨୦୨୧ ମାର୍ଚ୍ଚ ୧୨ ତାରିଖରେ ଝିଅଟିଏ ହେବାରୁ ନିଜ ମାନସିକ ପୂରଣ ପାଇଁ ଲାଗିପଡିଥିଲେ ଦମ୍ପତ୍ତି । ଆଇଟି ଇଞ୍ଜିନିୟର ଭାବେ କାମ କରୁଥିବା ଅଶ୍ୱିନ ନିଜ ଗାଁରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚକରି ଏକ ଗଣେଶ ମନ୍ଦିର ଗଢିଛନ୍ତି । ଗତ ଜାନୁଆରୀ ୧୮ ତାରିଖରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ପ୍ରତିକ୍ରିୟା ଦେଇ ଦମ୍ପତ୍ତି କହିଛନ୍ତି ଯେ, ଆମ ସମାଜରେ ପୁଅ, ଝିଅ ଉଭୟଙ୍କର ସମାନ ଅଧିକାର ରହିଛି । କନ୍ୟାଭୃଣ ହତ୍ୟା ବାରଣ ସତ୍ୱେ ଅନେକ ସ୍ଥାନରେ ଲୁଚା ଛପାରେ ଏପରି ହେଉଥିବା ଅଭିଯୋଗ ଆସୁଛି । ଯାହା କରିବା କିମ୍ୱା କରାଇବା ମହାପାପ । ଅନ୍ୟପଟେ ଗାଁରେ ପ୍ରଭୁ ଗଣେଶଙ୍କ ମନ୍ଦିର ନିର୍ମାଣ ହେବାପରେ ଗ୍ରାମବାସୀ ମଧ୍ୟ ଅତ୍ୟନ୍ତ ଖୁସି ପ୍ରକଟ କରିଥିବା ଦେଖିବାକୁ ମିଳିଛି ।

Also Read- ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

Also Read-  Budh Gochar 2024: ଫେବୃଆରୀ ୧ରେ ବୁଧ ଗୋଚର, ଏହି ରାଶିରେ ବଡ଼ ପ୍ରଭାବ