ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା
Advertisement

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଆଜି ରାଜଧାନୀ ଭୁବନେଶ୍ୱରରେ ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ସଂଜୀବ ପଣ୍ଡା । ବିଧିବଦ୍ଧ ଭାବେ ଆଜି ଏହି ଦାୟିତ୍ୱ ଗ୍ରହଣ ପର୍ବ ପାଳନ ହୋଇଛି । ବିଦାୟ ନେବା ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କୁ ସମସ୍ତ ଦାୟିତ୍ୱ ସମର୍ପଣ କରିଛନ୍ତି ।

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ସଂଜୀବ ପଣ୍ଡା । ବିଧିବଦ୍ଧ ଭାବେ ଆଜି ଏହି ଦାୟିତ୍ୱ ଗ୍ରହଣ ପର୍ବ ପାଳନ ହୋଇଛି । ବିଦାୟ ନେବା ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କୁ ସମସ୍ତ ଦାୟିତ୍ୱ ସମର୍ପଣ କରିଛନ୍ତି ।

ନୂଆ କମିଶନର ହେବା ପୂର୍ବରୁ ସଂଜୀବ ପଣ୍ଡା ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଏବଂ କ୍ରାଇମବ୍ରାଞ୍ଚର ଏଡିଜି ଭାବେ କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି । ଆଜି ନୂତନ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସଂଜୀବ ପଣ୍ଡା କହିଛନ୍ତି ଯେ, ପୋଲିସକୁ ସାଧାରଣ ଜନତାଙ୍କ ସହଯୋଗର ଆବଶ୍ୟକତା ରହିଛି । ସାଧାରଣ ଲୋକଙ୍କ ସହଯୋଗରେ ହିଁ କମିଶନରେଟ ପୋଲିସ ଆଗକୁ ବଢିପାରିବ । ଆଗକୁ ନିର୍ବାଚନ ଥିବାରୁ କିପରି ବିନା କୌଣସି ସମସ୍ୟାରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ ତାପାଇଁ ବିଶେଷ ଭାବେ ପ୍ରସ୍ତୁତି କରାଯିବ । ଏଥିସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ବଢୁଥିବା ଅପରାଧିକ କାର୍ଯ୍ୟକଳାପ ଏବଂ ମହିଳାଙ୍କ ସୁରକ୍ଷା ବର୍ତ୍ତମାନ ନୂଆ କମିଶନରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଆଲୋଚନା କରାଯାଉଛି ।

ଅନ୍ୟପଟେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଦିଆଯାଇଛି । ସେଠାରେ ମଧ୍ୟ ସେ ସମସ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିବେ ବୋଲି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାବାର୍ତ୍ତା ଦିଆଯାଇଛି ।

Also Read- ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"ର ଟ୍ରେଲର ଓ ଫାଷ୍ଟ ଲୁକ୍ ରିଲିଜ୍

Also Read- Budh Gochar 2024: ଫେବୃଆରୀ ୧ରେ ବୁଧ ଗୋଚର, ଏହି ରାଶିରେ ବଡ଼ ପ୍ରଭାବ