Indian Missile:‘କତଲ କି ରାତ୍’ର କାହାଣୀ, ଯେଉଁ ରାତିରେ ଇମ୍ରାନଙ୍କ ସହ କଥା ହେବାକୁ ମନା କରିଥିଲେ ମୋଦି
Advertisement

Indian Missile:‘କତଲ କି ରାତ୍’ର କାହାଣୀ, ଯେଉଁ ରାତିରେ ଇମ୍ରାନଙ୍କ ସହ କଥା ହେବାକୁ ମନା କରିଥିଲେ ମୋଦି

ସେ ରାତି ପାକିସ୍ତାନ ପାଇଁ ବଡ଼ ରାତି ଥିଲା । ଆତଙ୍କର ରାତି ଥିଲା । ୯ ନ’ଟା ଭାରତୀୟ କ୍ଷେପଣାସ୍ତ୍ର ପାକିସ୍ତାନ ମୁହାଁ ହୋଇଥିଲେ । ଟାର୍ଗେଟ୍ ଲକ୍ ହୋଇ ସାରିଥିଲା । ବାସ ଇଶାରା ବାକି ଥିଲା । ଇଶାରା ମିଳିଥିଲେ ପାକିସ୍ତାନ ଉପରେ ଆରମ୍ଭ ହୋଇଥାନ୍ତା ଜୋରଦାର ଆକ୍ରମଣ । ଇମ୍ରାନ୍ ଖାନଙ୍କ ପାଖରେ ପଂହଚି ସାରିଥିଲା ଖବର । ତେଣୁ ସେ ମୋଦିଙ୍କ

SOCIAL MEDIA

Indian Missile:

ସେ ରାତି ପାକିସ୍ତାନ ପାଇଁ ବଡ଼ ରାତି ଥିଲା । ଆତଙ୍କର ରାତି ଥିଲା । ୯ ନ’ଟା ଭାରତୀୟ କ୍ଷେପଣାସ୍ତ୍ର ପାକିସ୍ତାନ ମୁହାଁ ହୋଇଥିଲେ । ଟାର୍ଗେଟ୍ ଲକ୍ ହୋଇ ସାରିଥିଲା । ବାସ ଇଶାରା ବାକି ଥିଲା । ଇଶାରା ମିଳିଥିଲେ ପାକିସ୍ତାନ ଉପରେ ଆରମ୍ଭ ହୋଇଥାନ୍ତା ଜୋରଦାର ଆକ୍ରମଣ । ଇମ୍ରାନ୍ ଖାନଙ୍କ ପାଖରେ ପଂହଚି ସାରିଥିଲା ଖବର । ତେଣୁ ସେ ମୋଦିଙ୍କ ସହ ସିଧା କଥା ହେବାକୁ ଚାହୁଁଥିଲେ । ରାତି ଅଧରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏନେଇ ଅନୁରୋଧ ମଧ୍ଯ କରାଯାଇଥିଲା । କିନ୍ତୁ ମୋଦି,ଧରାଛୁଆଁ ଦେଇନଥିଲେ । ପାକିସ୍ତାନ ସରକାର ଆମେରିକା,ଇଲଂଣ୍ଡ ଭଳି ପାଶ୍ଚାତ୍ୟ ଦେଶଙ୍କ ଶରଣ ପସିଥିଲେ । ପାଶ୍ଚାତ୍ୟ ରାଷ୍ଟ୍ର ଇମ୍ରାନଙ୍କୁ ସିଧା ଭାରତ ସହିତ କଥା ହେବାକୁ କହିଥିଲେ । ପାକିସ୍ତାନର ଉତ୍ତର ଦେଇଥିଲା,ମୋଦି ଫୋନ୍ ଉଠାଉ ନାହାନ୍ତି ।

ଏଛି ଯେଉଁ ରାତି କଥା କୁହାଯାଉଛି ତାହା ଥିଲା ଫେବ୍ରୁଆରି ୨୭,୨୦୧୯ର ରାତି । , ଯାହା ବାବଦରେ  ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ‘କତଲ କି ରାତ୍’ ବା ରକ୍ତପାତର ରାତି । ପାକିସ୍ତାନରେ ସେତେବେଳେ ଭାରତର ହାଇକମିଶନର ଥିବା ଅଜୟ ବିସାରିଆ ନିଜର ଆଗାମୀ ପୁସ୍ତକ  ‘ଆଙ୍ଗର ମ୍ୟାନେଜମେଣ୍ଟ : ଭାରତ-ପାକିସ୍ତାନ ମଧ୍ୟରେ ସଂକଟପୂର୍ଣ୍ଣ କୂଟନୈତିକ ସଂପର୍କ’ରେ ସେହି ରାତି ଓ କେମତି ପାକିସ୍ତାନ ଭାରତ ଆଗରେ ଆଣ୍ଢେଇବାକୁ ବାଧ୍ୟ ହୋଇଥିଲା ତା’ବାବଦରେ ଲେଖିଛନ୍ତି ।

ଇମ୍ରାନ ଖାନ ପିଏମ ମୋଦୀଙ୍କ ସହ କଥା ହେବାକୁ ଚାହୁଁଥିଲେ

ବିସାରିଆଙ୍କ ଅନୁସାରେ ପାକିସ୍ତାନର ତତ୍କାଳୀନ ହାଇ କମିଶନର ସୋହେଲ ମହମୁଦଙ୍କଠାରୁ ମଧ୍ୟରାତ୍ରିରେ ସେ ଏକ କଲ ପାଇଥିଲେ ।  ଇମ୍ରାନ ଖାନ ପିଏମ ମୋଦୀଙ୍କ ସହ କଥାବାର୍ତ୍ତା କରିବାକୁ ଇଚ୍ଛୁକ ବୋଲି ସୋହେଲ ତାଙ୍କୁ କହିଥିଲେ। ବିସରିଆ ଦିଲ୍ଲୀ ସହିତ ଯୋଗାଯୋଗ କରିବା ପରେ ତାଙ୍କୁ ଉତ୍ତର ଦେବେ ବୋଲି କହିଥିଲେ । ତେବେ ଦିଲ୍ଲୀରୁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଉପଲବ୍ଧ ନଥିବା କଥା କୁହାଯାଇଥିଲା । ଯଦି କିଛି କହିବାର ଅଛି ଭାରତୀୟ ହାଇ କମିଶନରଙ୍କ ଜରିଆରେ କହିବାକୁ ଦିଲ୍ଲୀ କହିଥିଲା । ବିସାରିଆଙ୍କ ଅନୁସାରେ  ସେହି ରାତିରେ  ମହମୁଦଙ୍କ ସହ ସେ ଆଉ କଥାବାର୍ତ୍ତା ହୋଇନଥିଲେ ।

ଇମ୍ରାନ ଖାନ, ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ସଂସଦରେ ଘୋଷଣା କରିଥିଲେ

ପରଦିନ ଅର୍ଥାତ ଫେବୃଆରୀ 28 ରେ ଇମ୍ରାନ ଖାନ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନର ନିଷ୍ପତ୍ତି ବାବଦରେ ସଂସଦରେ ଘୋଷଣା କରିଥିଲେ । ସେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା ପାଇଁ ଚେଷ୍ଟା କରିଥିବା କଥା କହିଥିଲେ । ତେବେ ମୋଦି ତାଙ୍କ ସହିତ କଥା ହୋଇଥିଲେ କି ନାହିଁ ସେବାବଦରେ କିଛି ମଧ୍ଯ କହିନଥିଲେ । ଇମ୍ରାନ ଶାନ୍ତି ପାଇଁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ଦୁନିଆକୁ ଜଣାଇବାକୁ ଚେଷ୍ଟା କରୁଥିଲେ  କିନ୍ତୁ ସତ ହେଲା ଆମେରିକା ଏବଂ ବ୍ରିଟେନର କୂଟନିତୀଜ୍ଞମାନେ  ଇସଲାମାବାଦକୁ ସତର୍କ କରାଇ ଦେଇଥିଲେ ଯେ, ଫାଇଟର ପାଇଲଟଙ୍କର କୌଣସି କ୍ଷତି ହେଲେ ଭାରତ ନିଦାରୂଣ ପ୍ରତିକ୍ରିୟା ଦେବ । ସେମାନେ ପାକିସ୍ତାନକୁ ଭାରତର ଧମକ କେତେ ଗମ୍ଭୀର ତାହା ବୁଝାଇ ଦେଇଥିଲେ । ତେଣୁ ପାକିସ୍ତାନ ବାଧ୍ୟ ହୋଇ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିଥିଲା ।

ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସର ରାଷ୍ଟ୍ରଦୂତଙ୍କ ସହ ବୈଠକ

ଭାରତ କେବେ ବି ଆନୁଷ୍ଠାନିକ ଭାବେ କହି ନଥିଲା ଯେ ଏହା ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା । ତେବେ ପାଶ୍ଚାତ୍ୟ ରାଷ୍ଟ୍ର ଏନେଇ ପାକିସ୍ତାନକୁ ସତର୍କ କରିଥିଲେ ।  ବିସରିଆଙ୍କ ଅନୁସାରେ  ଜାନଜୁଆ ଫେବୃଆରୀ 27 ରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସର ରାଷ୍ଟ୍ରଦୂତମାନଙ୍କୁ ଡାକି ଭାରତର ଦାବି ଉପରେ ଆଲୋଚନା କରିଥିଲେ। ସଭାର ମଧ୍ୟଭାଗରେ ସଂଧ୍ୟା ପ୍ରାୟ 5.45 ସମୟରେ, ଜାନଜୁଆ ସେନା ପକ୍ଷରୁ ଏକ ବାର୍ତ୍ତା ପଢିବା ପାଇଁ କଥାବାର୍ତ୍ତାକୁ ରୋକିଥିଲେ । ସେ ସେହି ବୈଠକରେ ସୂଚନା ଦେଇଥିଲେ   ଯେ ପାକିସ୍ତାନକୁ ଲକ୍ଷ୍ୟ କରି ଭାରତରେ ନଅଟି କ୍ଷେପଣାସ୍ତ୍ର ପ୍ରସ୍ତୁତ ଅଛନ୍ତି । ଆଉ ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ । ବିସାରିଆଙ୍କ ଅନୁସାରେ ପାକିସ୍ତାନ ସରକାର ଓ ସେନା ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ବେସ ଚିନ୍ତିତ ଥିଲେ ।