ସିଟ୍ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠିତ
Advertisement
Article Detail0/zeeodisha/odisha823475

ସିଟ୍ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠିତ

ମେଡିକାଲ ଓ ଇଂଜିନିୟରିଂ ସିଟ୍ ସରଂକ୍ଷଣ ନେଇ ସ୍ବତନ୍ତ୍ର ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରି ଗୁରୁବାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୂର୍ବତନ ବିଚାରପତି ଜଷ୍ଟିସ ଏ.କେ ମିଶ୍ରଙ୍କ ଅଧକ୍ଷତାରେ ୪ ସଦସ୍ୟ ଏହି କମିଟିରେ ରହିଛନ୍ତି।

ସିଟ୍ ସଂରକ୍ଷଣ ପାଇଁ ଗଠନ ହେଲା କମିଟି

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ସରକାରୀ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ସଂରକ୍ଷଣ ପାଇଁ ଗଠନ ହେଲା କମିଟି। ମେଡିକାଲ ଓ  ଇଂଜିନିୟରିଂ ସିଟ୍ ସଂରକ୍ଷଣ ନେଇ ସ୍ବତନ୍ତ୍ର ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରି ଗୁରୁବାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୂର୍ବତନ ବିଚାରପତି ଜଷ୍ଟିସ ଏ.କେ ମିଶ୍ରଙ୍କ ଅଧକ୍ଷତାରେ ୪ ସଦସ୍ୟ ଏହି କମିଟିରେ ରହିଛନ୍ତି।

ସଂରକ୍ଷଣ ପାଇଁ ଗଠନ ହୋଇଥିବା କମିଟିରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଅଶୋକ କୁମାର ଦାସ, CHSE ଅଧ୍ୟକ୍ଷ ଭୂପିନ୍ଦର ପୁନିଆ, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଜି. ରଘୁ ଏବଂ DMET ସିବିକେ ମହାନ୍ତି ଅଛନ୍ତି। ସେହିପରି ବୈଷୟିକ ଶିକ୍ଷା ବିଭାଗର ସଚିବ ଏ.କେ ନାୟକଙ୍କୁ କମିଟର ଆବାହକ କରାଯାଇଛି। ଏହି କମିଟି ସଂରକ୍ଷଣ (Reservation) ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ୩ ମାସ ମଧ୍ୟରେ ରିପୋର୍ଟ ଦେବ। ଏହାକୁ ୨୦୨୧-୨୨ ଶିକ୍ଷାବର୍ଷରୁ ଲାଗୁ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Also Read: ବର୍ଷର ଶେଷ କ୍ୟାବିନେଟ ବୈଠକ; ୧୨ଟି ପ୍ରସ୍ତାବରେ ଲାଗିଲା ମୋହର

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ନେଇ ଗତ ୨୮ ତାରିଖରେ ରାଜ୍ୟ ସରକାର କ୍ୟାବିନେଟ (Odisha Cabinet) ରେ ବିଧେୟକ ପାରିତ କରିଥିଲେ। ଯେଉଁଥିରେ ସରକାରୀ ସ୍କୁଲ (Govt school) ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟର ମେଡିକାଲ (Medical Collage) ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ମିଳିବ ବୋଲି କୁହାଯାଇଥିଲା। ଏହାପରେ ଜୀ ଓଡିଶା ଲଗାତର ପାଞ୍ଚ ଘଣ୍ଟା ଧରି ‘ସଂରକ୍ଷଣ ସଂଜିବନୀ’ ନାମରେ କାର୍ଯ୍ୟକ୍ରମ ପରିବେଷଣ କରିଥିଲା। ଆଉ ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ (Samir Dash)  ସ୍ବାଗତ କରିବା ସହ ପିଲାଙ୍କ ପାଇଁ ସହାୟକ ହେବ ବୋଲି କହିଥିଲେ।