ବର୍ଷର ଶେଷ କ୍ୟାବିନେଟ ବୈଠକ; ୧୨ଟି ପ୍ରସ୍ତାବରେ ଲାଗିଲା ମୋହର
Advertisement

ବର୍ଷର ଶେଷ କ୍ୟାବିନେଟ ବୈଠକ; ୧୨ଟି ପ୍ରସ୍ତାବରେ ଲାଗିଲା ମୋହର

ସୋମବାର ରାଜ୍ୟ କ୍ୟବିନେଟର ଚଳିତବର୍ଷର ଶେଷ କ୍ୟାବିନେଟ ବୈଠକ ବସିଛି। ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ଆଉ ଏହାକୁ ନେଇ ରାଜ୍ୟବାସୀ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। 

ବର୍ଷର ଶେଷ କ୍ୟାବିନେଟ ବୈଠକ;  ୧୨ଟି ପ୍ରସ୍ତାବରେ ଲାଗିଲା ମୋହର

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ସୋମବାର ରାଜ୍ୟ କ୍ୟବିନେଟର ଚଳିତବର୍ଷର ଶେଷ କ୍ୟାବିନେଟ ବୈଠକ ବସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଅଧ୍ୟକ୍ଷତାରେ ବସିଥିବା ବୈଠକର ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ଆଉ ଏହାକୁ ନେଇ ରାଜ୍ୟବାସୀ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ

  • ଏଣିକି ସରକାରୀ ହାଇସ୍କୁଲ ପିଲାଙ୍କୁ ମିଳିବ ସଂରକ୍ଷଣ 
  • ଡାକ୍ତରୀ, ଇଂଜିନିୟରିଂ ନାମଲେଖାରେ ମିଳିବ ସୁବିଧା
  • ଆଗାମୀ ଶିକ୍ଷାବର୍ଷରୁ ଲାଗୁ କରିବାକୁ ନିଷ୍ପତ୍ତି
  • ସଙ୍କଳ୍ପ ଚୂଡାନ୍ତ ପାଇଁ ଗଠନ ହେବ ଉଚ୍ଚକ୍ଷମତା ସମ୍ପନ୍ନ କମିଟି 
  • ଅଧ୍ୟକ୍ଷତା କରିବେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି
  • ୩ ମାସ ମଧ୍ୟରେ ସରାକରଙ୍କୁ ରିପୋର୍ଟ ଦେବ କମିଟି 

ଜନତା ଜାଣିବେ ନାତା ଓ ବାବୁଙ୍କ ସମ୍ପତ୍ତି ତାଲିକା

  • ଏଣିକି ସରପଞ୍ଚଠାରୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତେ ଦେବେ ସମ୍ପତ୍ତି ତାଲିକା
  • ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ
  • ପ୍ରତିବର୍ଷ ନେତା ଓ କର୍ମଚାରୀ ଦେବେ ସମ୍ପତ୍ତି ତାଲିକା
  • ସର୍ବସାଧାରଣଙ୍କ ସୂଚନା ପାଇଁ ଅନ୍‌ଲାଇନ୍‌ରେ ମିଳିବ ତଥ୍ୟ
  • ଲୋକାୟୁକ୍ତଙ୍କ ପାଖକୁ ଯିବ ତାଲିକାର ଏକକିତା ନକଲ 

ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସୁରକ୍ଷା

  • ଆଦର୍ଶ ଗ୍ରାମରେ ପରିଣତ ରାଜ୍ୟର ବରପୁତ୍ରଙ୍କ ଜନ୍ମ ସ୍ଥାନ
  • ସେମାନଙ୍କ ଜନ୍ମ ଓ ତିରୋଧାନ ଦିବସକୁ ସମ୍ମାନର ସହ ପାଳନ କରାଯିବ
  • ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ରାଜ୍ୟ ବରପୁତ୍ରଙ୍କ ଜୀବନ ଗାଥା 
  • ସପ୍ତମ, ଅଷ୍ଟମ ଓ ନବମଶ୍ରେଣୀ ପାଠ୍ୟପୁସ୍ତକରେ ପାଇବ ସ୍ଥାନ
  • ମେଧାବି ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ମିଳିବ ବାର୍ଷୀକ ବୃତ୍ତି 

ମହାତ୍ମା ଗାନ୍ଧିଙ୍କୁ ସମ୍ମାନ

  • ଓଡ଼ିଶାରେ ବର୍ଷେ ବ୍ୟାପୀ ପାଳନ ହେବ ଗାନ୍ଧି ଆଗମନର ଶତବାର୍ଷିକୀ
  • ୨୦୨୧ ମାର୍ଚ୍ଚ ୨୩ରୁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ
  • ୧୯୨୧ ମାର୍ଚ ୨୩ରେ ପ୍ରଥମ ଥର ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧି ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ ଥର ଆସିଥିଲେ ଗାନ୍ଧି

ଆଇନଜୀବୀଙ୍କୁ ସହାୟତା

  • ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ଅଧିନିୟମ ୧୯୮୭ ସଂଶୋଧନକୁ ମଞ୍ଜୁରୀ
  • ମୃତ୍ୟୁ ବା ଅବସର କ୍ଷେତ୍ରରେ ଓକିଲଙ୍କୁ ମିଳିବ ଅଧିକ ସହାୟତା
  • ସ୍ଥାୟୀ ଅକ୍ଷମତା ଯୋଗୁଁ ସେବାନିବୃତ୍ତ ହେଲେ ବି ମିଳିବ ସହାୟତା  

ଓଡିଶା ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ ସେବା (ପୁରୁଷ/ମହିଳା) ନିଯୁକ୍ତି ଓ ସେବା ୨୦୨୦ ନିୟମ ସଂଶୋଧନ କୁ ମଞ୍ଜୁରୀ

ଓଡିଶା ଆୟୁର୍ବେଦ ଔଷଧ ପ୍ରବର୍ତ୍ତନ ସେବା ନିଯୁକ୍ତି ଓ ସେବା ଆଇନ ୨୦୨୦ ପ୍ରସ୍ତାବକୁ ମଞ୍ଜୁରୀ

ଓଡିଶା ସରକାରୀ କଲେଜ ଲାଇବ୍ରେରୀଆନ୍ ନିଯୁକ୍ତି ଏବଂ ସେବା  ନିୟମ ୨୦୧୭ ସଂଶୋଧନକୁ ମଞ୍ଜୁରୀ

ଓଡିଶା ଫ୍ୟକ୍ଟ୍ରୀ ଓ ବୋଇଲର୍ସ ଇନ୍ସପେକସନ ସର୍ଭିସ୍ ନିଯୁକ୍ତି ଓ ସେବା ନିୟମ ୧୯୮୪ ସଂଶୋଧନକୁ ମଞ୍ଜୁରୀ

ଓଡ଼ିଶା ଭୂତତ୍ତ୍ୱ ସେବା ୨୦୨୦ କ୍ୟାଡର ନିୟମ ପ୍ରକାଶନକୁ ମଞ୍ଜୁରୀ