Sonu Sood ଙ୍କୁ ନିଜ ଗର୍ଲଫ୍ରେଣ୍ଡ ପାଇଁ ଗିଫ୍ଟ ମାଗିଲେ ଜଣେ ଯୁବକ, ଆକ୍ଟର ଦେଲେ ଏହି ଗିଫ୍ଟ
Advertisement
Article Detail0/zeeodisha/odisha926202

Sonu Sood ଙ୍କୁ ନିଜ ଗର୍ଲଫ୍ରେଣ୍ଡ ପାଇଁ ଗିଫ୍ଟ ମାଗିଲେ ଜଣେ ଯୁବକ, ଆକ୍ଟର ଦେଲେ ଏହି ଗିଫ୍ଟ

ଯେତେବେଳେ କୌଣସି ବ୍ୟକ୍ତି ସାହାଯ୍ୟ ପାଇଁ ନିବେଦନ କରନ୍ତି, ସୋନୁ ତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରନ୍ତି । ତେବେ ଏହି କ୍ରମରେ ଜଣେ ବ୍ୟକ୍ତି ଅଭିନେତାଙ୍କୁ ଟ୍ୱିଟରରେ ନିଜ ଗାର୍ଲଫ୍ରେଣ୍ଡ ପାଇଁ ଆଇଫୋନ ଗିଫ୍ଟ କରିବାକୁ ସାହାଯ୍ୟ ମାଗିଛନ୍ତି।

Sonu Sood ଙ୍କୁ ନିଜ ଗର୍ଲଫ୍ରେଣ୍ଡ ପାଇଁ ଗିଫ୍ଟ ମାଗିଲେ ଜଣେ ଯୁବକ, ଆକ୍ଟର ଦେଲେ ଏହି ଗିଫ୍ଟ

ନୂଆଦିଲ୍ଲୀ: ସାରାଦେଶରେ କୋରୋନା ମହାମାରୀ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । କିଏ ଜୀବନ ହରାଇଛି, କିଏ ଜୀବିକା ହରାଇଛି ତେବେ ଏହି ଅସହାୟ ସମୟରେ ପ୍ରବାସୀ ଶ୍ରମିକ ମାନଙ୍କ ଭଗବାନ ପାଲଟିଯାଇଛନ୍ତି ଅଭିନେତା ସୋନୁ ସୁଦ । ଲୋକଙ୍କୁ ନିରନ୍ତର ସାହାଯ୍ୟ କରିଆସୁଛନ୍ତି ଅଭିନେତା । ଯେତେବେଳେ କୌଣସି ବ୍ୟକ୍ତି ସାହାଯ୍ୟ ପାଇଁ ନିବେଦନ କରନ୍ତି, ସୋନୁ ତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରନ୍ତି । ତେବେ ଏହି କ୍ରମରେ ଜଣେ ବ୍ୟକ୍ତି ଅଭିନେତାଙ୍କୁ ଟ୍ୱିଟରରେ ନିଜ ଗାର୍ଲଫ୍ରେଣ୍ଡ ପାଇଁ ଆଇଫୋନ ଗିଫ୍ଟ କରିବାକୁ ସାହାଯ୍ୟ ମାଗିଛନ୍ତି।

ଅଭିନେତା ସୋନୁ ସୁଦ (Sonu Sood) ଏବଂ ତାଙ୍କ ଫାଉଣ୍ଡେସନକୁ ଟ୍ୟାଗ କରି 'ଇଞ୍ଜିନିୟରିଂ ଲଡକା' ନାମକ ଏକ ଟ୍ୱିଟର ପ୍ରୋଫାଇଲ୍ ଲେଖିଛି ଯେ, 'ଭାଇ ମୋ ଗର୍ଲଫ୍ରେଣ୍ଡ ଆଇଫୋନ୍ (i-phone) ମାଗୁଛନ୍ତି, କିଛି ହୋଇପାରେ କି ?? ସୋନୁ ସୁଦ ମଧ୍ୟ ଏହି ଟ୍ୱିଟରକୁ ଟ୍ୟାଗ କରି ଏକ ମଜାଳିଆ ଉତ୍ତର ଦେଇଛନ୍ତି, ଯାହା ପରେ ଏହି ଟୁଇଟ୍ ବହୁତ ଭାଇରାଲ ହେବାରେ ଲାଗିଛି । ସୋନୁ ସୁଦ ଏହାର ଉତ୍ତରରେ ଲେଖିଛନ୍ତି, 'ଆଇଫୋନ ବିଷୟରେ ତ ଜଣାନାହିଁ, ଯଦି ତୁମେ ଏକ ଆଇଫୋନ୍ ଦିଅ, ତେବେ ତୁମ ପାଇଁ କିଛି ରହିବ ନାହିଁ।' ସୋନୁ ଏହା ସହିତ ଏକ ହସୁଥିବା ଇମୋଜି ମଧ୍ୟ ସେୟାର କରିଥିଲେ । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

fallback

Also Read:  WTC ଫାଇନାଲ୍ ଡ୍ର ହେଲେ ଭାରତ ପାଇଁ ହେବ ବଡ କ୍ଷତି, ଖୁସି ହେବ ନ୍ୟୁଜିଲ୍ୟାଣ୍ଡ, ଜାଣନ୍ତୁ କାରଣ

ଅନ୍ୟପଟେ ନିକଟରେ ବମ୍ବେ ହାଇକୋର୍ଟ (Bombay) ର ଏକ ନିଷ୍ପତ୍ତି ସୋନୁ ସୁଦଙ୍କ ସମସ୍ୟାକୁ ବଢାଇ ଦେଇଛି । ପ୍ରକୃତରେ, ସୋନୁ ସୁଦ ମହାମାରୀରେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆସିଥିବା ରୋଗୀଙ୍କୁ କୋରୋନା ସମ୍ବନ୍ଧୀୟ ଔଷଧ ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ସୋନୁ ସୁଦ(Sonu Sood) ଏବଂ ବିଧାୟକ ଜିଶାନ ସିଦ୍ଦିକିଙ୍କ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୋରୋନାର ଔଷଧ (Corona Medicines) ସେମାନଙ୍କ ନିକଟରେ କେଉଁ ଉପାୟରେ ପହଞ୍ଚିଛି।

Also Read: ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଏହି ତାରିଖରେ ହେବ ବଡ଼ ବୈଠକ, ଜାଣନ୍ତୁ ମିଟିଂର ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟ

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଜଣେ ସେଲିବ୍ରିଟି ନିଜକୁ ଅସହାୟଙ୍କ ' ମସିହା' ବୋଲି କହୁଥିବାବେଳେ ସେ ଦେଇଥିବା କୋରୋନା ଔଷଧ ନକଲି କିମ୍ବା ତାଙ୍କୁ ବେଆଇନ ଭାବେ ପଠାଯାଉଛି କି ନାହିଁ ସେ ନିଶ୍ଚିତ କରିନାହାଁନ୍ତି।