ନାନାଙ୍କ ଜାଗା ନେଇଗଲେ ଅଜୟ; କେଉଁଠି, କେମିତି?
Advertisement

ନାନାଙ୍କ ଜାଗା ନେଇଗଲେ ଅଜୟ; କେଉଁଠି, କେମିତି?

ପୂର୍ବରୁ ବି ବଲିଉଡ ତାରକାଙ୍କ ଉପରେ ଅନେକ ଅଭିଯୋଗ ଆସିଛି। ନିଜ ନିଜ ଭିତରେ ତୁ-ତୁ, ମେଁ-ମେଁ ବି ହୁଏ। ତେବେ ଡନ ଉଦୟ ସେଟ୍ଟୀ ଓ ସିଙ୍ଗମ୍ ମଧ୍ୟରେ ଏଭିଳି କିଛି ଘଟିଛି, ଯାହା ପରବର୍ତ୍ତୀ ସମୟରେ 'କମ୍ପାନୀ'ର ଦିଗ ବଦଳାଇ ଦେଇଥିଲା।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରାୟତଃ ସମୟରେ ବଲିଉଡ ଦୁନିଆ ବିବାଦ ଆଡକୁ ଟାଣି ହୋଇଥାଏ। କେତେବେଳେ ଡ୍ରଗ୍ସ ତ ଆଉ କେତେବେଳେ Nepotigm। ବର୍ତ୍ତମାନ ସମୟରେ ବିବାଦ, ବଲିଉଡର ଏକ ଅଂଶ  ପାଲଟିଗଲାଣି। ତେବେ ବିବାଦ ଏବର ନୁହେଁ। ପୂର୍ବରୁ ବି ବଲିଉଡ ତାରକାଙ୍କ ଉପରେ ଅନେକ ଅଭିଯୋଗ ଆସିଛି। ନିଜ ନିଜ ଭିତରେ ତୁ-ତୁ, ମେଁ-ମେଁ ବି ହୁଏ। ତେବେ ଡନ ଉଦୟ ସେଟ୍ଟୀ ଓ ସିଙ୍ଗମ୍ ମଧ୍ୟରେ ଏଭିଳି କିଛି ଘଟିଛି, ଯାହା ପରବର୍ତ୍ତୀ ସମୟରେ 'କମ୍ପାନୀ'ର ଦିଗ ବଦଳାଇ ଦେଇଥିଲା।

ବିଂଶ ଶତାବ୍ଦୀ ବେଳକୁ  ଅପେକ୍ଷାକୃତ କମ ବଜେଟରେ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର (Bollywood Film) ପରିବେଷଣ କରି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା (Ram Gopal Verma) ଖୁବ ଚର୍ଚ୍ଚାରେ ଥିଲେ। ୧୯୯୮ରେ ତାଙ୍କ ନିର୍ଦ୍ଦଶିତ, ଅପରାଧ ଓ ଗ୍ୟାଙ୍ଗଷ୍ଟର ଦୁନିଆ ଉପରେ  ଆଧାରିତ ଫିଲ୍ମ  'ସତ୍ୟା' ପୁରା ଧୂମ ମଚେଇଥିଲା। ଏହା ରାମ ଗୋପାଳଙ୍କୁ ତାର ସିକ୍ୱେଲ ଫିଲ୍ମ (sequel film) କରିବାର ଉତ୍ସାହ ଦେଇଥିଲା।

Also Read: ପ୍ରୀତି ଜିଣ୍ଟାଙ୍କ ଏହି ସ୍ୱପ୍ନକୁ ପୁରା କରିଥିଲେ ୟଶ ଚୋପ୍ରା

୨୦୦୨ ମସିହାରେ ଯୋଜନା ହେଲା ସେଇ ଏକା ଥିମରେ  ଆଉ ଏକ ନୂଆ ଫିଲ୍ମ 'କମ୍ପାନୀ'। ମୋହନ ଲାଲ, ବିବେକ ଓବରାଇ, ମନୀଷା କୋଇରାଲା, ସୀମା ବିଶ୍ଵାସ  ଆଦି ଅଭିନୀତ ଏହି ଚଳଚିତ୍ରର ଏକ ଗୁରୁତ୍ୱପୂର୍ଣ ଚରିତ୍ର 'ମଲିକ'  ପାଇଁ  ରାମୁ, ନାନା ପାଟେକର (Nana Patekar) ଙ୍କୁ ସାଇନ କରିଥିଲେ। ଠିକ ସେହି ସମୟ ବେଳକୁ ରାମ ଗୋପାଳଙ୍କର ପରବର୍ତ୍ତୀ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଥିଲା। ସେହି ଚଳଚିତ୍ରରେ ରାମ ଗୋପାଳ, ଅଜୟ ଦେଵଗନଙ୍କୁ ନିଜର ହିରୋ କରିବାକୁ  ମନସ୍ଥ କରି କାହାଣୀ ଶୁଣେଇବାକୁ ଗଲେ। ଅଜୟଙ୍କ ସାମ୍ନାରେ, ତାଙ୍କରି ଘରେ ହିଁ ସେ କାହାଣୀ ଶୁଣେଇଥିଲେ। କିନ୍ତୁ କାହାଣୀ ଶୁଣି ସାରି ଅଜୟ ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ  ସମୟ ନାହିଁ କହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ।

ରାମୁଙ୍କ ମନରେ କିନ୍ତୁ ଆଉ କିଛି ଭାବନା ଘର କରିସାରିଥିଲା। ସେ ଘରକୁ ଆସି ଅଜୟ (Ajay Devgan)ଙ୍କୁ ପୁଣି ଫୋନ କରିଥିଲେ। କହିଲେ, କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାର ଅଛି, ଟିକିଏ ସମୟ ଦରକାର ଅଫିସରେ ଆସନ୍ତାକାଲି ଦେଖା ହେବା?  ଅଜୟ  ହଁ ଭରିଲେ। ତାପରଦିନ ଅଫିସରେ ରାମୁ କହିଲେ, "ଗତକାଲି  ଯେତେବେଳେ ମୁଁ ତୁମକୁ କାହାଣୀ ଶୁଣାଉଥିଲି, ସେତେବେଳେ ତୁମେ ଯେଉଁ ଠାଣିରେ ମୋତେ ଶୁଣୁଥିଲ, ମୁଁ ସେଥିରେ ମୋ ବର୍ତ୍ତମାନର ଫିଲ୍ମ 'କମ୍ପାନୀ'ର  ଚରିତ୍ର 'ମଲ୍ଲିକ'କୁ ଦେଖୁଥିଲି। ତେଣୁ ହୁଏତ ମୁଁ କାହାଣୀଟି ଠିକରେ ବର୍ଣ୍ଣନା କରିପାରିନଥିଲି। ଯଦି କହିବ 'କମ୍ପାନୀ'ର କାହାଣୀ ଶୁଣେଇବି?"

Also Read: ଚର୍ଚ୍ଚାରେ ଅଭିନେତା Prabhasଙ୍କ ୬ କୋଟିର କାର୍ Lamborghini

ଅଜୟ ହଁ କହି, କାହାଣୀ ପୁରା ମନଧ୍ୟାନ ଦେଇ ଶୁଣିଲେ। ଶେଷରେ ରାମୁ ପଚାରିଥିଲେ ମଲିକ  ଭୂମିକା ପାଇଁ  ଇଚ୍ଛା ପ୍ରକାଶ କରିବ? ଅଜୟଙ୍କୁ ମଲିକ ଚରିତ୍ର ଏତେ ଭଲ ଲାଗିଥିଲା ଯେ, ସେ କେଵଳ ହଁ କରିଥିଲେ ତା ନୁହେଁ, ପୂର୍ବ ଦିନ ଯାହା ପାଖରେ ୨ ବର୍ଷ ଯାଏଁ ସମୟ ନଥିଲା ଆଜି ସେ  ଫଟାଫଟ ବହୁତ ଗୁଡିଏ ତାରିଖ ବି ଦେଇଦେଲେ। ଶେଷ ମୁହୂର୍ତ୍ତରେ 'କମ୍ପାନୀ'ରୁ ନାନା ପାଟେକରଙ୍କୁ ରିପ୍ଲେସ କଲେ ଅଜୟ ଦେଵଗନ। ଆଉ ତାପରେ ଫିଲ୍ମ ଯେଉଁ ଧୁମ ମଚେଇଲା ତାହା ଥିଲା ଇତିହାସ। ଏକ  ଚଳଚ୍ଚିତ୍ର ପତ୍ରିକାକୁ ସାକ୍ଷାତକାର ଦେବାସମୟରେ ନିର୍ଦ୍ଦେଶକ ରାମ ଗୋପାଳ  ଏକଥା କହି ଥିଲେ।