ଝଡ଼ ଦେଖି ରଙ୍ଗ ବଦଳାଇଲେ ଅକ୍ଷୟ କୁମାର!
Advertisement

ଝଡ଼ ଦେଖି ରଙ୍ଗ ବଦଳାଇଲେ ଅକ୍ଷୟ କୁମାର!

ଅକ୍ଷୟ କୁମାର (Akshay Kumar) ଟ୍ରୋଲ ହେବାର ଯଥାର୍ଥତା ରହିଛି। ସେ ତାଙ୍କର ଫିଲ୍ମ OMG-Oh My God! ରିଲିଜ ସମୟରେ ଏକାଧିକ ସାକ୍ଷାତକାର ଦେଇ ଇଶ୍ୱରଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଝଡ଼ ଦେଖି ରଙ୍ଗ ବଦଳାଇଲେ ଅକ୍ଷୟ କୁମାର!

ନୂଆଦିଲ୍ଲୀ: ପୁଣି ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ବଲିଉଡର ଖିଲାଡୀ କୁମାର। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ଦାନ କରିବାକୁ ଅପିଲ କରିବା ପରେ ସେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି। ୮ ବର୍ଷ ତଳେ ଅକ୍ଷୟ କୁମାର ଯାହା କହିଥିଲେ, ତାର ଠିକ ଓଲଟା କରୁଛନ୍ତି। ଏପରି କି ସେ ଗେରୁଆ ସ୍ରୋତରେ ବୋହି ଯାଇଥିବା ଲୋକେ ଅଭିଯୋଗ କରୁଛିନ୍ତି। 

ଅକ୍ଷୟ କୁମାର (Akshay Kumar) ଟ୍ରୋଲ ହେବାର ଯଥାର୍ଥତା ରହିଛି। ସେ ତାଙ୍କର ଫିଲ୍ମ OMG-Oh My God! ରିଲିଜ ସମୟରେ ଏକାଧିକ ସାକ୍ଷାତକାର ଦେଇ ଇଶ୍ୱରଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ମନ୍ଦିରରେ ଶିବଲିଙ୍ଗ ବା ହନୁମାନଙ୍କ ଉପରେ ଯେଉଁ କ୍ଷୀର ଓ ତେଲ ଢଳା ହେଉଛି ତାହା ବ୍ୟର୍ଥ। ଭଗବାନ ସର୍ବତ୍ର ବିଦ୍ୟମାନ, ତେଣୁ ତାଙ୍କ ପାଇଁ ମନ୍ଦିରର ଆବଶ୍ୟକତା ନାହିଁ ବୋଲି ଅକ୍ଷୟ କହିଥିଲେ। 

Also Read: ରିଲିଜ ହେଲା କଙ୍ଗନା ରଣାୱତଙ୍କ 'ଧାକ୍କଡ' ଫିଲ୍ମର ଫାଷ୍ଟ ପୋଷ୍ଟର

ଏହା ବ୍ୟତୀତ ସେ କହିଥିଲେ ଯେ, ପୂର୍ବରୁ ପ୍ରତି ୬ ମାସରେ ଥରେ ସେ ବୈଷ୍ଣୋଦେବୀ ମନ୍ଦିର (Vaishno Devi Temple) ଯାଉଥିଲେ। ସେଠାରେ ରହିବା, ପୂଜା, ଭୋଗ, ଯାତ୍ରାକୁ ମିଶାଇ ତାଙ୍କୁ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ଠାକୁରଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ବଦଳରେ ଗରିବଙ୍କ ପାଇଁ ଏହାକୁ ବିନିଯୋଗ କରିବେ ବୋଲି ଅକ୍ଷୟ ନିଷ୍ପତ୍ତି ନେଇଥିଲେ। ଆଉ ତାଙ୍କର ଏହି ସାକ୍ଷାତକାରକୁ ଲୋକେ ଖୁବ ପ୍ରଶଂସା ମଧ୍ୟ କରିଥିଲେ।

କିନ୍ତୁ ଏବେ ପାଣିପାଗ ବଦଳି ଯାଇଛି। ଯାହାର ପ୍ରମାଣ ଖୋଦ୍ ବଲିଉଡର ଏହି ଷ୍ଟାଇଲିସ୍ ଅଭିନେତା (Bollywood Actor) ଦେଇଛନ୍ତି। ଗତ ୧୭ ତାରିଖରେ ଅକ୍ଷୟ କୁମାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ବାର୍ତ୍ତା ସେୟାର କରିଛନ୍ତି। ସେଥିରେ ସେ ଅଯୋଧ୍ୟା (Ayodhya) ରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିର (Ram Mandir) ପାଇଁ ଦାନ ଦେଇଥିବା କଥା କହୁଛନ୍ତି। ଏପରି କି ଲୋକଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ଅକ୍ଷୟ ଅପିଲ କରୁଛନ୍ତି। 

Also Read: ବଲିଉଡରେ ତେଲୁଗୁ ଷ୍ଟାର ବିଜୟ ଦେବେରକୋଣ୍ଡାଙ୍କ ଏଣ୍ଟ୍ରି, ଅପୋଜିଟରେ କେଉଁ ହିରୋଇନ୍ ?

ଅକ୍ଷୟଙ୍କ ଏହି ଟ୍ୱିଟ୍ ପରେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି। ଟ୍ରୋଲର୍ସ ତାଙ୍କର ୨୦୧୨ର ସାକ୍ଷାତକାରର ଭିଡିଓ ପୋଷ୍ଟ କରି ଟ୍ରୋଲ କରୁଛନ୍ତି। ଏହି ଭିଡିଓ ମାଧ୍ୟମରେ ଅକ୍ଷୟ ନିଜର ଆସନ୍ତା ଫିଲ୍ମ 'ରାମସେତୁ'ର ପ୍ରମୋସନ କରୁଥିବା କିଛି ଲୋକ ଅଭିଯୋଗ ଆଣିଛନ୍ତି। କାରଣ ଭିଡିଓରେ ଅକ୍ଷୟ କୁମାର ରାମସେତୁ (Ram Sethu) ନିର୍ମାଣର କାହାଣୀ କହୁଛନ୍ତି। ଏକ ମିନିଟ ୫୦ ସେକେଣ୍ଡର ଭିଡିଓରେ ସେ ୩ ଥର ରାମସେତୁର ନାଁ ଉଚ୍ଚାରଣ କରୁଛନ୍ତି। 

ଅନେକ ଟ୍ରଲୋର୍ସ ଏହାକୁ ଏକ ରାଜନୈତିକ ରଙ୍ଗ ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ୨୦୧୨ରେ ଦେଶରେ କଂଗ୍ରେସର ସରକାର ଥିଲା। କଂଗ୍ରେସ ଦଳକୁ କଥାକଥିତ ସେକୁଲାର ବୋଲି କୁହାଯାଏ। ଏବେ RSSର ବିଚାରଧାରାରେ ଅନୁପ୍ରାଣିତ ହୋଇଥିବା BJPର ଶାସନ ଚାଲିଛି। ତେଣୁ ସରକାରଙ୍କ ଆସ୍ଥାଭାଜନ ହେବାକୁ ଅକ୍ଷୟ, ଶ୍ରୀରାମଙ୍କ ଶରଣ ପଶିଥିବା କୁହାଯାଉଛି। ସୂଚନାଯୋଗ୍ୟ ୨୦୧୯ ନିର୍ବାଚନ ପୂର୍ବରୁ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଥିଲେ। ଆଉ ସେଥିରେ ଆମ୍ବ କିପରି ଖାଆନ୍ତି ବୋଲି ମୋଦିଙ୍କୁ ପ୍ରଶ୍ନ କରିଥିଲେ।