ଓଡିଆ ସଙ୍ଗୀତ ଶିଳ୍ପକୁ ବିଶ୍ୱ ସ୍ତରକୁ ପହଞ୍ଚାଇବା ଲକ୍ଷ୍ୟରେ Amara Muzikକୁ ଆରମ୍ଭ କରାଯାଇଥିଲା। ୨୦୧୫ ମସିହା ଜୁନରେ ଏହି ୟୁଟ୍ୟୁବ ପ୍ଲାଟଫର୍ମର ଶୁଭାରମ୍ଭ ହେଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ Amara Muzikକୁ ୧.୩୪ ମିଲିୟନ ଲୋକ ସବସ୍କ୍ରାଇବ କରିଛନ୍ତି।
Trending Photos
ଭୁବନେଶ୍ୱର: ଏବେ ବଲିଉଡ ଓ ଟଲିଉଡକୁ ଟକ୍କର ଦେଉଛି ଓଲଉଡ ଜଗତ। ବିଶେଷ କରି ଆଞ୍ଚଳିକ ଆଲବମ ସଙ୍ଗୀତ କ୍ଷେତ୍ରରେ ଓଡ଼ିଆ ସଙ୍ଗୀତ ଏକ ନୂଆ ସ୍ଥାନ ଅଧିକାର କରିଛି। ଆଉ ଏହି ସ୍ତରକୁ ପହଞ୍ଚାଇବାରେ Amara Muzikର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। Amara Muzik କେବଳ ଯେ ଲୋକପ୍ରିୟ ଆଲବମ ରିଲିଜ କରୁଛି ତାହା ନୁହେଁ, ନୂଆ ନୂଆ ପ୍ରତିଭାକୁ ମଧ୍ୟ ଲୋକ ଲୋଚନକୁ ଆଣୁଛି।
ଓଡିଆ ସଙ୍ଗୀତ ଶିଳ୍ପକୁ ବିଶ୍ୱ ସ୍ତରକୁ ପହଞ୍ଚାଇବା ଲକ୍ଷ୍ୟରେ Amara Muzikକୁ ଆରମ୍ଭ କରାଯାଇଥିଲା। ୨୦୧୫ ମସିହା ଜୁନରେ ଏହି ୟୁଟ୍ୟୁବ ପ୍ଲାଟଫର୍ମର ଶୁଭାରମ୍ଭ ହେଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ Amara Muzikକୁ ୧.୩୪ ମିଲିୟନ ଲୋକ ସବସ୍କ୍ରାଇବ କରିଛନ୍ତି। Amara Muzik ପୂର୍ବ ଭାରତୀୟ ରାଜ୍ୟ ତଥା ଓଡ଼ିଶାର ଏକ ଅଗ୍ରଣୀ ଅଡିଓ ଲେବଲ୍। ଆଲବମ ସହ କେତେକ ସଫଳ ଓଡିଆ ଚଳଚ୍ଚିତ୍ରର ସଙ୍ଗୀତରୁ ଏହି ପ୍ଲାଟଫର୍ମରେ ରିଲିଜ କରାଯାଇଛି। ସେଥି ମଧ୍ୟରୁ ମାଲ ମହୁ ଜୀବନ୍ ମାଟି, କାବୁଲା ବାରବୁଲା ସର୍ଚିଂ ଲୈଲା, ବେବି, ଗୁଣ୍ଡା, ଅଗସ୍ତ୍ୟ, ବାଏ ବାଏ ଦୁବାଇ, କେହି ନୁହେଁ କାହାର, ଲଭ୍ ୟୁ ହମେଶା ଇତ୍ୟାଦି ଅନ୍ୟତମ।
Also Read: ମା' ଗର୍ଭରୁ ଦାଉ ସାଧିଛି ଦଇବ! ଭୀମଙ୍କୁ ଅଟକାଇ ପାରିନି ଅଭାବ-ଅନଟନ
Amara Muzikରେ ଓଡିଆ ଆଲବମ୍, ଓଡିଆ ୱେବ୍ ସିରିଜ୍ ଏବଂ ଓଡିଆ ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ କରାଯାଉଛି। ଓଡିଆ ଆଧୁନିକ ସଙ୍ଗୀତ ବ୍ୟତୀତ ଆଧ୍ୟାତ୍ମୀକ, ଛତିଶଗଡ ଓ ବଙ୍ଗଳା ଗୀତ ମଧ୍ୟ Amara Muzikରେ ଶୁଣିବାକୁ ମିଳୁଛି। Amara Muzikରେ ଗୀତ ଗୁଡିକ Apple Music, Spotify, amazon music, jio Saavn, gaana, Wynk music ପରି ଲୋକପ୍ରିୟ ଆପରେ ଉପଲବ୍ଧ। ନିକଟରେ ୟୁଟ୍ୟୁବ୍ ଚାର୍ଟରେ Apple Music, Spotify, amazon music, jio Saavn, gaana, Wynk musicର ତୁ କେମିତି ମଣିଷ ଏବଂ ହେଲା କି ପ୍ରେମ ଯଥାକ୍ରମେ ୧୦ ଏବଂ ୨୮ରେ ଟ୍ରେଣ୍ଡ କରିଥିଲା। ଏହି ପ୍ଲାଟଫର୍ମରେ ଏଲିନା ସାମନ୍ତରାୟଙ୍କ ପ୍ରଥମ ମ୍ୟୁଜିକ ଆଲବମ ସୁର୍ମା ରିଲିଜ ହୋଇଥିଲା।
“ଆମେ ଆମର ଚ୍ୟାନେଲରେ ରଖିଥିବା ବିଷୟବସ୍ତୁର ଗୁଣବତ୍ତା ଏବଂ ସେଗୁଡିକ କେଉଁ ପ୍ରକାରର ପ୍ରତିକ୍ରିୟା ପାଇଛନ୍ତି ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଆମର କବାଟ ସବୁବେଳେ ନୂତନ ପ୍ରତିଭା ଏବଂ ଟେକ୍ନିସିଆନମାନଙ୍କ ପାଇଁ ଖୋଲା ଅଛି। ଓଡିଆ ଶିଳ୍ପକୁ ବିଶ୍ୱ ବଜାରକୁ ନେବାକୁ ଆମେ ଚେଷ୍ଟା କରିଛୁ। ଏହି ଇଣ୍ଡଷ୍ଟ୍ରିର ବହୁତ ସମ୍ଭାବନା ଅଛି” ବୋଲି Amara Muzikର ଏମଡି ନବୀନ ଭଣ୍ଡାରୀ କହିଛନ୍ତି।