ମା' ଗର୍ଭରୁ ଦାଉ ସାଧିଛି ଦଇବ! ଭୀମଙ୍କୁ ଅଟକାଇ ପାରିନି ଅଭାବ-ଅନଟନ
Advertisement
Article Detail0/zeeodisha/odisha982379

ମା' ଗର୍ଭରୁ ଦାଉ ସାଧିଛି ଦଇବ! ଭୀମଙ୍କୁ ଅଟକାଇ ପାରିନି ଅଭାବ-ଅନଟନ

ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡ଼ା ୨୨ ବର୍ଷୀୟ ଭୀମ ସାଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ କିନ୍ତୁ କଳାରେ ପରିପୂର୍ଣ୍ଣ ଭୀମଙ୍କର ସମସ୍ୟା ହେଲା ଜନ୍ମରୁ ସିଏ ଦୃଷ୍ଟି ବାଧିତ। ମାଆ ପେଟରେ ଥିବା ସମୟରୁ ହିଁ ସେ ବାପା ଛେଉଣ୍ଡ ହୋଇଗଲେ। ମା ମୂଲ ଲାଗି ଭୀମ ଏବଂ ତାଙ୍କ ବଡ଼ ଭଉଣୀଙ୍କୁ ବଡ଼ କଲେ ହେଲେ ଏବେ ଆଗକୁ ପଢ଼େଇବା ପାଇଁ ଆର୍ଥିକ ସମ୍ବଳ ନାହିଁ।

ଡିଜାଇନ୍ ଫଟୋ

ଝାରସୁଗୁଡ଼ା: ପଞ୍ଚପଡ଼ାର ଭୀମ ସା ଜନ୍ମ ହେବା ଆଗରୁ ବାପା ଙ୍କୁ ହରେଇଲେ।  ଜନ୍ମ ହେବା କ୍ଷଣି ଦୃଷ୍ଟି ଶକ୍ତି ହରେଇଲେ। ଜନ୍ମରୁ ହିଁ ଯେପରି ସଂଘର୍ଷ ଏବଂ ସମସ୍ୟା ତାଙ୍କୁ ଅପେକ୍ଷା କରି ବସିଥିଲା। ହେଲେ ଏହି ସବୁ ସମସ୍ୟା ସତ୍ତ୍ୱେ ହାର ମାନି ନାହାନ୍ତି ଭୀମ। ଶିକ୍ଷାରେ ସ୍ନାତକ ଆଉ ସମ୍ବଲପୁରୀ ଗୀତ ଗାଇବାରେ ସେ ମାଷ୍ଟର। କହି ପାରନ୍ତି ନବୀନ-ମୋଦିଙ୍କର ସୁନ୍ଦର ଡାଇଲଗ। ମୁହଁରେ ବାଜା ବଜେଇବାରେ ଭୀମ ଖୁବ ପାରଙ୍ଗମ। ତାଙ୍କୁ ଲୋଡ଼ା ଭଲ ପ୍ଲାଟଫର୍ମ ନିଜର କଳାକୁ ପ୍ରଦର୍ଶନ କରିବାକୁ ଏବଂ ରହିବା ପାଇଁ ଘର ଖଣ୍ଡିଏ। ଝାରସୁଗୁଡ଼ାର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଆଗାମୀ ଦିନରେ ଭୀମଙ୍କର ଶିକ୍ଷା ସଙ୍ଗୀତକୁ ପ୍ରୋତ୍ସାହନ ଦିଆଯିବ ଏବଂ ଘର ପାଇଁ ମଧ୍ୟ ପ୍ରଚେଷ୍ଟା କରାଯିବ। 

ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡ଼ା ୨୨ ବର୍ଷୀୟ ଭୀମ ସାଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ କିନ୍ତୁ କଳାରେ ପରିପୂର୍ଣ୍ଣ ଭୀମଙ୍କର ସମସ୍ୟା ହେଲା ଜନ୍ମରୁ ସିଏ ଦୃଷ୍ଟି ବାଧିତ। ମାଆ ପେଟରେ ଥିବା ସମୟରୁ ହିଁ ସେ ବାପା ଛେଉଣ୍ଡ ହୋଇଗଲେ। ମା ମୂଲ ଲାଗି ଭୀମ ଏବଂ ତାଙ୍କ ବଡ଼ ଭଉଣୀଙ୍କୁ ବଡ଼ କଲେ ହେଲେ ଏବେ ଆଗକୁ ପଢ଼େଇବା ପାଇଁ ଆର୍ଥିକ ସମ୍ବଳ ନାହିଁ। ଲୋକ ବିକଳାଙ୍ଗ ଶରୀରରୁ ନୁହଁ ମନରୁ ହୁଅନ୍ତି। ତେଣୁ ଆଜି ଦୃଷ୍ଟିଶକ୍ତି ହରାଇଥିବା ଭୀମ ସା ସାଉଁଟି ପାରୁଛନ୍ତି ଅନେକ ପ୍ରଶଂସା। କାରଣ ଆଖିରେ ଦୃଷ୍ଟି ଶକ୍ତି ନଥିବା ସତ୍ତ୍ୱେ ମୁହଁରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କର ସୁନ୍ଦର ଅନୁକରଣ କରିପାରୁଛନ୍ତି। ସୁନ୍ଦର ଭାବରେ ଗୀତ ମଧ୍ୟ ଗାଇ ପାରୁଛନ୍ତି। ବ୍ୟାଣ୍ଡ ବଜେଇ ପାରନ୍ତି। ଆଗକୁ ଲକ୍ଷ୍ୟ  ଗିଟାର ଶିଖିବେ, ବଡ଼ ବଡ଼ ପ୍ଲାଟଫର୍ମ ରେ ଗୀତ ଗାଇବାର ସୁଯୋଗ ପାଇବେ। ଭୀମ ସବୁଠାରୁ ବଡ଼ ସ୍ୱପ୍ନ ରଖିଛନ୍ତି UPSC ପରୀକ୍ଷା ଦେବେ ଏବଂ ଏଥିରେ ଉତ୍ତୀର୍ଣ୍ଣ ହୋଇ ସମାଜକୁ ଦେଖାଇବେ ଦିବ୍ୟାଙ୍ଗ ମଧ୍ୟ କୌଣସି ଗୁଣରେ କମ ନୁହଁ। 

Also Read: ଗଣେଶ ପୂଜାରେ ଗର୍ଜିବ ମେଘ; ଆସନ୍ତା ୧୧ରେ ଲଘୁଚାପ, ୩ ଦିନ ବର୍ଷା ଅନୁମାନ

ଭୀମଙ୍କର ଜନ୍ମ ହେବା ଆଗରୁ ହିଁ ସମସ୍ୟା, ସଂଘର୍ଷ, ଅସୁବିଧା ଭୀମଙ୍କର ବାଟ ଜଗିଥିଲା। ମାଆ ପେଟରେ ସାତ ମାସ ଥିବା ସମୟରୁ ହିଁ ଭୀମଙ୍କର ମାଆ ବିଧବା ହୋଇଗଲେ। ହେଲେ ନିଜର ଦୁଇ ସନ୍ତାନକୁ କେବେ କୌଣସି ଆବଶ୍ୟକ ସାଧନରୁ ଅଭାବ ରଖିନଥିଲେ ଭୀମଙ୍କର ମାଆ। ନିଜର ବଡ଼ ଝିଅକୁ ଗ୍ରାଜୁଏଟ କଲେ ନିଜର ଦୃଷ୍ଟିହୀନ ପୁଅକୁ ମଧ୍ୟ ବିଜେବି କଲେଜରେ ଗ୍ରାଜୁଏଟ ପଢେଇଲେ। ହେଲେ ଏବେ ଆଉ ଆର୍ଥିକ ସମ୍ବଳ ନାହିଁ ଯେ ପୁଅକୁ ଆହୁରି ଆଗକୁ ପାଠ ପଢେ଼ଇ ପାରିବେ। ତେଣୁ ସରକାରକୁ ଗୁହାରି କରିଛନ୍ତି ଯେ, ପୁଅର ସାହାରା ହୁଅନ୍ତୁ। ଭଉଣୀ ନିଜର ସାନ ଭାଇଙ୍କର ଏହି କଳାରେ ବେଶ ଚକିତ ବୋଲି କହିଛନ୍ତି। ଅନ୍ୟ ବ୍ୟକ୍ତିଙ୍କର ପାଖରେ ଅନେକ ମ୍ୟୁଜିକ ସଂସାଧନ ଅଛି। ହେଲେ ତାଙ୍କ ଭାଇ ପାଖରେ କିଛି ନାହିଁ ତଥାପି ସିଏ ଏସବୁ କରିପାରୁଛନ୍ତି କେବଳ ବାଲ୍ଟି, ମଗ ସାହାଯ୍ୟରେ ଯାହା ଅନ୍ୟ ପାଇଁ ପ୍ରେରଣା ବୋଲି ଭୀମଙ୍କର ଭଉଣୀ କହିଛନ୍ତି।

ଗୋଟିଏ ଦୁଇଟି ନୁହଁ ଗୁଡାଏ ସମସ୍ୟା ଭୀମାଙ୍କର ଜନ୍ମ ଠାରୁ ରହିଆସୁଛି। ହେଲେ ଯଦି ସରକାରଙ୍କର ନଜର ଏଦିଗରେ ଦୃଷ୍ଟି ପଡ଼ନ୍ତା ତେବେ ନିଶ୍ଚିତ ଭାବରେ ତାଙ୍କର ଜୀବନରେ କିଛି ମାତ୍ରାରେ ପରିବର୍ତ୍ତନ ହୁଅନ୍ତା ବୋଲି ଭୀମ, ସରକାର ଏବଂ ପ୍ରଶାସନକୁ ନେହୁରା ହୋଇ ଅନୁରୋଧ କରିଛନ୍ତି। ଭୀମା ସା ଙ୍କର କଳା ଶିକ୍ଷା ପ୍ରତି ଥିବା ଉତ୍ସୁକତା ଏବଂ ଜିଜ୍ଞାସା ନେଇ ଝାରସୁଗୁଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀ କହିଛନ୍ତି, ସରକାର ଏବଂ ପ୍ରଶାସନ ତରଫରୁ ଭୀମଙ୍କୁ କିଭଳି ସହାୟତା କରାଯାଇପାରିବ ସେନେଇ ଉଚ୍ଚ ସ୍ତରୀୟ ଅଧିକାରୀଙ୍କସହିତ ଆଲୋଚନା କରି ଯୋଗାଇ ଦିଆଯିବ। ଆବାସ ଯୋଜନାରେ ମଧ୍ୟ ସାମିଲ କରି ଶୀଘ୍ର ଘର ଖଣ୍ଡିଏ ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।