Multiple Myeloma Blood କ୍ୟାନସରରେ ପୀଡ଼ିତ ଅଭିନେତ୍ରୀ ତଥା ସାଂସଦ କିରଣ ଖେର
Advertisement

Multiple Myeloma Blood କ୍ୟାନସରରେ ପୀଡ଼ିତ ଅଭିନେତ୍ରୀ ତଥା ସାଂସଦ କିରଣ ଖେର

ବାମବାହୁ ଭାଙ୍ଗିଯିବା ପରେ ଟେଷ୍ଟ କରାଇବା ପରେ ସେ multiple myeloma ରେ ପୀଡ଼ିତ ଥିବା ଜଣା ପଡ଼ିଥିଲା।

Multiple Myeloma Blood କ୍ୟାନସରରେ ପୀଡ଼ିତ ଅଭିନେତ୍ରୀ ତଥା ସାଂସଦ କିରଣ ଖେର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର multiple myeloma ରେ ପୀଡ଼ିତ ହୋଇଛନ୍ତି। ମାୟଲୋମା ଏକ ପ୍ରକାର ରକ୍ତ କର୍କଟ ରୋଗ । ଏନେଇ ଅଭିନେତା ତଥା କିରଣ ଖେରଙ୍କ ସ୍ୱାମୀ ଅନୁପେମ ଖେର ସୂଚନା ପ୍ରଦାନ କରିଛନ୍ତି। 

ଗତବର୍ଷ ନଭେମ୍ବର ୧୧ରେ ଚଣ୍ଡିଗଡ଼ ଘରେ କିରଣ (Kirron Kher) ଙ୍କ ଏକ ବାହୁ ଭାଙ୍ଗି ଯାଇଥିଲା। ପରେ ଟେଷ୍ଟ କରାଇବା ପରେ ସେ multiple myeloma ରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ଚଣ୍ଡୀଗଡ଼ ବିଜେପି ଅଧ୍ୟକ୍ଷ ଅରୁଣ ସୁଦ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୬୮ ବର୍ଷୀୟା ବିଜେପି ସାଂସଦ ତଥା ଅଭିନେତ୍ରୀ କିରଣ ଖେରଙ୍କୁ ଏହି ରୋଗ ସମ୍ବନ୍ଧରେ ଗତବର୍ଷ ଜଣାପଡ଼ିଥିଲା। 

Also Read: Nandigram Seat: ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ TMC କର୍ମୀଙ୍କ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ମହିଳା ସାମ୍ବାଦିକା

ଏହି କ୍ୟାନସର ବ୍ୟାପିବାରେ ଲାଗିଥିଲା । ବାମ ବାହୁ ଭାଙ୍ଗିଯିବା ପରେ ବାମ ହାଥ ଓ ଡାହାଣ କାନ୍ଧ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ସେଥିପାଇଁ ଚିକିତ୍ସା ପାଇଁ ଅଭିନେତ୍ରୀ ତଥା ସାଂସଦ କିରଣ ଖେର୍ (MP Kirron Kher) ଡିସେମ୍ବର ୪ ତାରିଖରେ ମୁମ୍ବାଇ ଯାଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ତାଙ୍କ ଫ୍ୟାନ୍ସ ଓ ସମର୍ଥକ ମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Also Read: କୋରୋନାର ପ୍ରକୋପ: ଏହି ଦେଶରେ ୪ ସପ୍ତାହ ପାଇଁ ଲାଗିଲା ଲକଡାଉନ, ସ୍କୁଲ ବି ରହିବ ବନ୍ଦ

ଅନୁପମ ଖେର୍ (Anupam Kher) ସୋସିଆଲ ମିଡିଆରେ ଏନେଇ ଏକ ଲମ୍ବା ନୋଟ୍ ସେୟାର କରି ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ଏହାଏକ ଭୟଙ୍କର ରୋଗ । ତେବେ ତାଙ୍କ ଦୀର୍ଘାୟୁ ଜୀବନର କାମନା ସହ ସମସ୍ତଙ୍କ ଆଶୀର୍ବାଦ ଜରୁରୀ ବୋଲି ନିଜ ମେସେଜରେ ସେ ଲେଖିଛନ୍ତି।